
ବରଗଡ଼:-୨୭/୧(ନବୀନ କୁମାର ଦାଶ)ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଗ୍ରାମ ପଞ୍ଚାୟତ ର ସାହୁ ଟିକ୍ରା ଠାରେ ସକାଳ ୮ଟା ସମୟ ରେ ପବିତ୍ର ୭୬ ତମ ସଧାରଣ ତନ୍ତ୍ର ଦିବସ ଅବସର ରେ ଡାକ୍ତର ଅଶ୍ୱିନୀ ଭୋଇଙ୍କ ଦ୍ଵାରା ପତାକା ଉତ୍ତୋଳନ କରଯାଇଥିଲା।ତାପରେ ସକାଳ ୯ଟା ସମୟ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ଛବିଶ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ଶିବିର କୁ ନିଷ୍ଠା ପରିବାର ର ଉପଦେଷ୍ଟା ଦୂର୍ବାଦଳ ଷଡ଼ଙ୍ଗୀ ଓ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ଫିତା କାଟି ଶୁଭାରମ୍ଭ କରିଥିଲେ।ସମ୍ବାନିତ ଅତିଥି ଭାବରେ ସୌଭାଗ୍ୟ ରଞ୍ଜନ ନାୟକ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥଲେ।ଶିବିର ରୁ ସର୍ବ ମୋଟ ୩୩ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ ସାହୁ ଟିକ୍ରା ଗ୍ରାମବାସୀ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।



