
ବରଗଡ଼୦୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ରେ ସବୁ ଗଡବଡ।ବରଗଡ଼ ନିଶାର ଗଡ ସହ ଚୋର ଡକା ୟତ ଙ୍କ ଗଡ ସାଜି ଅଞ୍ଚଳରେ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଦିନକୁ ଦିନ ନୂଆଁ ନୂଆଁ ଘଟଣା ଗୁଡ଼ିକ ଘଟି ନିରୀହ ଜୀବନ ବଳି ପଡ଼ିବା ସହ ଲୋକେ ସର୍ବସ୍ବାନ୍ତ ହେଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି।ସେଥିମଧ୍ୟରୁ ଅତାବିରା ଅନ୍ୟତମ ।ଅଞ୍ଚଳ ଟି ଚାଷ ପ୍ରବଣ ଅଞ୍ଚଳ ଭାବେ ବେଶ୍ ପରିଚିତ ଥିବା ବେଳେ ଅଞ୍ଚଳରେ ଦିନକୁ ଦିନ ବେନିୟମ ନିଶା କାରବାର ସହ ଅପରାଧ ବଢ଼ିବାରେ ଲାଗିଛି।
ଏପରିକି ଅଞ୍ଚଳରେ ବିନା ରେଜିଷ୍ଟ୍ରି ଭୁକ୍ତ କମ୍ପାନୀ ଗୁଡ଼ିକ ବସା ବାନ୍ଦି ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଟଙ୍କା ଲେଣଦେଣ କରୁଥିବା ଦେଖିବାକୁ ମିଳୁଛି।ସେମାନେ ପୁଣି କହୁଛନ୍ତି ଆମର ଏକ ବ୍ୟାଙ୍କ୍ ରହିଛି,ସଂସ୍ଥା ରହିଛି ଓ ସେଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ଭିନ୍ନ ଭିନ୍ନ ଆଳ ଦେଖାଇ ଘର ଘର ଗାଁ ଠୁ ସହର ଛୋଟ ରୁ ବଡ ଚାରି ଆଡ଼େ କିଏ ବାଇକ୍ ତ କିଏ କାର୍ ଯୋଗେ ଯାଇ କେତେବେଳେ କାର୍ଡ ଧାରୀ ବାବୁ ତ ଆଉ କେତେବେଳେ ବାବୁଆଣି ସାଜି ଆମେ ସବୁ କିଛି ବୋଲି କହି ଲୋନ୍ ସହ ଚାକିରି କରାଇ ଦେବା ନାଁ ରେ ହଜାର ହଜାର ଠାରୁ କୋଟି କୋଟି ଟଙ୍କା ଲୁଟି ନେଇଯାଇ ଧରା ଛୁଆଁ ଦେଉ ନାହାନ୍ତି।
ଯାହା ଫଳରେ ଲୋକେ ଆତ୍ମ ବିଶ୍ୱାସ ହରାଇବା ସହ ସର୍ବସ୍ବାନ୍ତ ହେଉଛନ୍ତି।ଯାହାର କିଞ୍ଚିତ ଉଦାହରଣ ସ୍ୱରୂପ ଏମ ସି ଏଲ କାର୍ଡ ପିନ୍ଦି କାର୍ ଯୋଗେ ପ୍ରକାଶ ଜଗଦ୍ଦଲ୍ଲା (୨୭) ସମେତ କିଛି ବାବୁ ବାବୁ ଆଣି ସାଜି ଏମ ସି ଏଲ ରେ ଚାକିରି କରାଇ ଦେବା ନାଁରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରି ଦୀର୍ଘ ୨/୩ବର୍ଷ ହେବ ଖେଳ ଖେଳି ଧରା ଛୁଆଁ ଦେଉନଥିବା ବେଳେ କୁମେଲ ସିଂହା ପଞ୍ଚାୟତ ମହୁ ଖଣ୍ଡ ଗ୍ରାମର ମନୋଜ କର୍ମୀ ୧୦ଲକ୍ଷ ଟଙ୍କା ଠକେଇ ହୋଇ ଗତ ୧୧ତାରିଖ ଦିନ ଅତାବିରା ଥାନାରେ ଅଭିଯୁକ୍ତ ପ୍ରକାଶ ଜଗଦ୍ଦଲ୍ଲା ଙ୍କ ନାଁ ରେ ଲିଖିତ ଅଭିଯୋଗ କରିବା ପରେ ଅତାବିରା ପୋଲିସ ସଦଳବଳେ ସାତୁ ପାଲି ଛକରେ ପ୍ରକାଶ ଜଗଦ୍ଦଲ୍ଲା କୁ କାବୁ କରି ଆଜି କୋର୍ଟ ଚାଲାଣ କରି ଚେର ଆଉ କେତେ ଦୂର ଲମ୍ବିଛି ଓ ତାରି ସାଙ୍ଗ ରେ ଆଉ କେତେ ବାବୁ ବାବୁଆଣି ଅଛନ୍ତି ସେନେଇ କିଛି ଲୋକଙ୍କୁ ଅଟକ ରଖି ତନାଘନା ଜାରି ରଖି କାହାରିକି ଛଡା ଯିବ ନାହିଁ।ଗୋଟେ ପରେ ଗୋଟେ ଭେଲି ରେ ଥିବା ମୂଷା ଙ୍କୁ ଧରା ଯିବ ବୋଲି ଅତାବିରା ପୋଲିସ ଅଧିକାରୀ ପ୍ରକାଶ କର୍ଣ୍ଣ ଙ୍କ ପକ୍ଷରୁ ଜଣାପଡିଛି।



