
ଭୁବନେଶ୍ୱର(ନି.ପ୍ର):ଅନ୍ତର୍ଜାତୀୟ ଭକ୍ତି ଓ ସାଂସ୍କୃତିକ ଭବ୍ୟତା ସହିତ ଉଦଘାଟିତ ଶ୍ରଦ୍ଧାସୃଦ ଗୁରୁଜୀ ଡ଼.ଚନ୍ଦ୍ରଭାନୁ ଶତପଥିଙ୍କ ଦ୍ବାରା ରଚିତ ଶ୍ରୀ ଗୁରୁ ଭାଗବତ ପବିତ୍ର ଗ୍ରନ୍ଥର ରୌପ୍ୟ ଜୟନ୍ତୀ ଉତ୍ସବ ଭୁବନେଶ୍ବର
ରବୀନ୍ଦ୍ର ମଣ୍ଡପଠାରେ ଏକ ଭବ୍ୟ ଭକ୍ତି ଏବଂ ସାଂସ୍କୃତିକ ସମ୍ମିଳନୀରେ ଆୟୋଜିତ ହୋଇଯାଇଛି l
ଏହି ଗ୍ରନ୍ଥର ପ୍ରଥମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା, ୩୦ ନଭେମ୍ବର ୨୦୦୧ ରେ ପ୍ରକାଶିତ ହୋଇଥିଲା।
ଏହି ଅବସରକୁ “ଶ୍ରୀ ଗୁରୁ ଭାଗବତ ଉତ୍ସବ” ଭାବେ ଉଲ୍ଲେଖ କରାଯାଇଛି, ଯେଉଁଥିରେ ସାଈଭକ୍ତ, ବିଦ୍ବାନ ଓ ଗଣମାନ୍ୟ ବ୍ୟକ୍ତିମାନେ ଏକତ୍ରିତ ହୋଇ ଧର୍ମ, ଏକତା ଓ ଅନନ୍ତ ଜ୍ଞାନର ଉତ୍ସବକୁ ଶ୍ରଦ୍ଧା ର ସହ ପାଳନ କରିଥାନ୍ତି।ନଭେମ୍ବର ୫ ତାରିଖ ସନ୍ଧ୍ୟାରେ ରୌପ୍ୟ ଜୟନ୍ତୀ ଉତ୍ସବ ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଥିଲା, ଯାହା ଏହି ମହାନ ଗ୍ରନ୍ଥର ଯାତ୍ରାରେ ଏକ ମହତ୍ତ୍ବପୂର୍ଣ୍ଣ ଦିବସ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଉତ୍ସବର ଉଦ୍ଘାଟନ ସନ୍ଧ୍ୟାରେ ଓଡିଶାର ମହାମାନ୍ୟ ରାଜ୍ୟପାଳ ଡ଼. କମ୍ଭମପତି ହରି ବାବୁ ଓ ଶ୍ରଦ୍ଧାସୃଦ ଗୁରୁଜୀ ଡ଼. ଚନ୍ଦ୍ରଭାନୁ ଶତପଥି
ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
ସ୍ବାଗତ ଭାଷଣ ଦେଇଥିଲେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ଦ୍ବାରା ଶ୍ରୀ ଗୁରୁ ଭାଗବତର
ଆଧ୍ୟାତ୍ମିକ ଓ ଦାର୍ଶନିକ ମୂଳ ତତ୍ତ୍ବ ଉପସ୍ଥାପିତ ହୋଇଥିଲା ।
କାର୍ତ୍ତିକ ପୂର୍ଣ୍ଣିମା ଓଡିଶାରେ ଏକ ଗଭୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗୁରୁତ୍ବ ରଖିଥାଏ। ଏହି ଦିନ ଓଡିଶା ତାଙ୍କର ପ୍ରାଚୀନ ନୌବାଣିଜ୍ୟ
ଐତିହ୍ୟକୁ ବାଲିଯାତ୍ରା ମାଧ୍ୟମରେ ଆମକୁ ମର୍ନେପକାଇଦିଏ । ଏହି ଉତ୍ସବ ଓଡ଼ିଆ ସାଧବମାନେ ବାଲି, ଜାଭା, ସୁମାତ୍ରା ପର୍ଯ୍ୟନ୍ତ ବ୍ୟବସାୟ
ଓ ସାଂସ୍କୃତିକ ବିନିମୟ ପାଇଁ ଯାତ୍ରା କରୁଥିବା ଉତ୍କଳ ଐତିହ୍ୟକୁ ସ୍ମରଣ କରାଯାଏ। ନଦୀ ଓ ସମୁଦ୍ର କୂଳରେ ଆୟୋଜିତ ଏହି ଉତ୍ସବ
ବୋଇତୌ ବନ୍ଦନା, ପାରମ୍ପରିକ ରୀତିନୀତି ଓ ସାମୂହିକ ଉତ୍ସବରେ ପୂର୍ଣ୍ଣ ଥାଏ।
ଏହି ପବିତ୍ର ଦିନରେ ଶ୍ରଦ୍ଧାସୃଦ ଗୁରୁଜୀ ଡ଼.ଚନ୍ଦ୍ରଭାନୁ ଶତପଥିଙ୍କ ଦ୍ବାରା ଶ୍ରୀ ଗୁରୁ ଭାଗବତର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା।
ଯେପରିକି ସାଧବମାନେ ଓଡିଶାର ସାଂସ୍କୃତିକ ଆଲୋକକୁ ବିଶ୍ବରେ ବିସ୍ତାର କରିଥିଲେ, ଠିକ ସେହିପରି ଶ୍ରୀ ଗୁରୁ ଭାଗବତ ମଧ୍ଯ ଗୁରୁ-ଶିଷ୍ୟ
ପରମ୍ପରା, ଭକ୍ତି ଓ ଆତ୍ମଜ୍ଞାନର ବିଶ୍ବବ୍ୟାପୀ ବାର୍ତ୍ତାକୁ ପ୍ରସାର କରିଛି।
ବାଲିଯାତ୍ରା ଓ ଶ୍ରୀ ଗୁରୁ ଭାଗବତର ଜନ୍ମ ଗୋଟିଏ ଦିଘଟିିଥିବା ଏହି ସମ୍ମିଳନ ଓଡିଶାର ସାଂସ୍କୃତିକ ଗର୍ବ ଓ ଆଧ୍ୟାତ୍ମିକ ଉନ୍ନତିର ଏକ
ଅଦ୍ବିତୀୟ ସମନ୍ଵୟକୁ ପ୍ରତିବିମ୍ବିତ କରେ।
ଶ୍ରୀ ଗୁରୁ ଭାଗବତମ ର ଦ୍ବିତୀୟ ଖଣ୍ଡ ମାନ୍ୟବର ରାଜ୍ୟପାଳ, ଗୁରୁଜୀଙ୍କ ଏବଂ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁଜୀଙ୍କ ଦ୍ବାରା ରଚିତ “ବାଲିଯାତ୍ରା” ଭିଡିଓ ସଂସ୍କରଣ ର ଉଦ୍ଘାଟନ ହୋଇଥିବାବେଳେ ପ୍ରଦର୍ଶିତ ହୋଇଥିଲା l
ଗୁରୁ-ଶିଷ୍ୟ ପରମ୍ପରା ଉପରେ ନୃତ୍ୟ – ଗୁରୁ ଓ ଶିଷ୍ୟଙ୍କ ଅନାବିଳ ସମ୍ପର୍କକୁ ଉଜ୍ଜୀବିତ କରିଥିଲା l
ଦୁର୍ଗା ଶକ୍ତି ନୃତ୍ୟ ପ୍ରସ୍ତୁତି ଥିଲା ଭକ୍ତିମୟ ଶକ୍ତିର ଆବେଗମୟ ମୁହୂର୍ତ୍ତ ।
ଉତ୍ସବ ପ୍ରାରମ୍ଭ ପୂର୍ବରୁ ଗୁରୁଜୀ ଡ଼.ଚନ୍ଦ୍ରଭାନୁ ଶତପଥି ମିଡିଆ ସହିତ ଆଲୋଚନା କରି କହିଲେ, ଓଡ଼ିଶାର ନୌବାଣିଜ୍ୟ ମାଧ୍ୟମରେ
ଦିନେ ବିଦେଶରେ ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ବିଭିନ୍ନ ସାମଗ୍ରୀ ପ୍ରସାର ହୋଇଥିଲା l ସେହିପରି ଶ୍ରୀ ଗୁରୁ ଭାଗବତ ଗ୍ରନ୍ଥର ବିଶ୍ବବ୍ୟାପୀ ଓ ବର୍ତ୍ତମାନ କ୍ଷେତ୍ରରେ ଏହାର ଆବଶ୍ୟକତା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ଗ୍ରନ୍ଥଟି କୌଣସି ଏକ ଧର୍ମ, ଗୁରୁ ବା
ଦେଶ ପାଇଁ ସୀମିତ ନୁହେଁ –ଏହା ବିଶ୍ବ ମାନବତା ଓ ଆଧ୍ୟାତ୍ମିକ ନେତୃତ୍ୱର ଏକ ପରିଚୟ ବୋଲି ଗୁରୁଜୀ ଚନ୍ଦ୍ରଭାନୁ ଶତପଥି ମତବ୍ୟକ୍ତ
କରିଥିଲେ। ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଦିବସରେ ଏହି ଗ୍ରନ୍ଥ ୨୦୦୧ ମସିହା ରେ ଆରମ୍ଭ ହୋଇଥିଲା ଏବଂ ୨୫ ବର୍ଷ ପରେ ଏହି ଗ୍ରନ୍ଥ ଦେଶ
ବିଦେଶରେ ପ୍ରସାରିତ ହୋଇଛି l
ଓଡ଼ିଆରେ ଶ୍ରୀ ଗୁରୁ ଭାଗବତ ଲିଖିତ ହୋଇଥିଲେ ମଧ୍ୟ ପରବର୍ତୀ ସମୟରେ ୧୬ଟି ଭାରତୀୟ ଭାଷାରେ ପ୍ରକାଶିତ ହୋଇଛି, ସେଠି ମଧ୍ଯରୁ ହିନ୍ଦୀ, ଇଂରାଜୀ, ବେଙ୍ଗଲୀ, କନ୍ନଡ଼, ତେଲୁଗୁ, ମରାଠୀ, ଆସାମୀ, ଗୁଜୁରାଟୀ, ତାମିଲ, ସିନ୍ଧି, ଭୋଜପୁରୀ, ସଂସ୍କୃତ, ପଂଜାବୀ, ରାଜସ୍ଥାନୀ, କାଶ୍ମୀର, ମଲାୟାଲାମ, ଏବଂ ବ୍ରେଲି ରେ ମଧ୍ୟ ଓଡ଼ିଆ ଏବଂ ଇଂରାଜୀ ରେ ପ୍ରକାଶିତ ହୋଇ ଭାରତ ସହିତ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ
ପ୍ରଭାବ ପକାଇଛି l
ବିଶ୍ବର ଭକ୍ତମାନେ ପାରାୟଣ (ଗ୍ରନ୍ଥ ପାଠ) କରି ଏହି ଗ୍ରନ୍ଥର ଆଧ୍ୟାତ୍ମିକ ଗୁଣକୁ ଅନୁଭବ କରିଛନ୍ତି।ଏହି ଉତ୍ସବ ଶ୍ରୀ ଗୁରୁ ଭାଗବତ ଟ୍ରଷ୍ଟ ଦ୍ବାରା ଆୟୋଜିତ ହୋଇଥିଲା l ସାରା ଭାରତ ବର୍ଷର ଗୁଣି ଜ୍ଞାନୀ ବ୍ୟକ୍ତିମାନେ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ l


