
କୃଷ୍ଣପ୍ରସାଦ(ଗୋପାଳ ରଥ): ଦେଶ ବାହାରେ ଯୁଦ୍ଧ, ଦେଶ ଭିତରେ ନାହିଁ ନାହିଁର ଜୀବନ।ହୁହୁ ହୋଇ ବଢୁଛି ବଜାର ଦର, ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ। ଏଥିରୁ ଚିଲିକାର ମତ୍ସଜୀବୀ ବା ବାଦ଼ ଯିବେ କିପରି। ତେଲ ଟାଙ୍କିରେ ତେଲ ନଥିବାରୁ ଚିଲିକାକୁ ଯାଇପାରୁନାହାନ୍ତି ମତ୍ସ୍ୟଜୀବୀ।ଡଙ୍ଗା ଘାଟରେ ଅଟକି ରହିଥିବାବେଳେ, ମାଛ ଧରା କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।
ପ୍ରତିଦିନ ଚିଲିକାକୁ ଯାଇ ଜୀବିକା ନିର୍ବାହ କରୁଥିବା ଶତାଧିକ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ।ଦିନକୁ ଦିନ ରୋଜଗାର ବନ୍ଦ ହେବାରୁ ପରିବାର ଚାଲାଇବା କଷ୍ଟକର ହୋଇପଡ଼ିଛି l ମତ୍ସ୍ୟଜୀବୀମାନଙ୍କ ଅଭିଯୋଗ ଅନୁସାରେ, ଟାଙ୍କିରେ ତେଲ ଯୋଗାଣ ବନ୍ଦ ହୋଇଥିବାରୁ ସମସ୍ତ କାର୍ଯ୍ୟ ଅଚଳ ହୋଇପଡ଼ିଛି । ଶୀଘ୍ର ତେଲ ଯୋଗାଣ ସୁନିଶ୍ଚିତ କରିବାକୁ ସରକାର ଓ ପ୍ରଶାସନଙ୍କୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।




