
ପୁରୀ(ଜୟକୃଷ୍ଣ ଦାସ): ଗୋପବନ୍ଧୁ ଆୟୁର୍ବେଦ କଲେଜର କିରାଣୀ ବସନ୍ତ କୁମାର ସାମନ୍ତରାୟ କହୁଛନ୍ତି ମୋର ଆଉ ୨ ମାସ ଚାକିରୀ ରହିଲା ମୋର ଆଉ କେହି କିଛି କରିପାରିବେନି, ମୁଁ ବିଜେପି ସରକାରଙ୍କ ଗେଲ୍ହା ପୁଅ, ସରକାରୀ ଟଙ୍କା ଏପରି ମୁଁ ମାରିଖାଉଥିବି…..
ପ୍ରଧାନ କିରାଣୀ ଶ୍ରୀ ବସନ୍ତ କୁମାର ସାମନ୍ତରାୟଙ୍କ ମହା ଦୁର୍ନୀତି କରି ଭିଜିଲାସନ୍ସ ରେ କେଶ ଥିଲା ବେଳେ ବାବୁ କିରାଣୀ ରୁ ମୁଖ୍ୟ କିରାଣୀ ପ୍ରମୋସନ ପାଇଲେ କିପରି?
ଖବର ନେବାରୁ ଜଣାପଡୁଛି ଗୋପବନ୍ଧୁ ଆୟୁର୍ବେଦିକ କଲେଜ ର ପୂର୍ବ ଅଧ୍ୟ୍ୟକ୍ଷଙ୍କ ସମୟରେ ବସନ୍ତ କୁମର ସାମନ୍ତରାୟ କିରାଣୀ ଥିବା ସମୟରେ ନିଜ ନାମରେ ଦୁର୍ନୀତି ବିଭାଗରେ କେସ ଥିବା ବେଳେ ବାବୁ ପୂର୍ବତନ ଅଧ୍ୟ୍ୟକ୍ଷ
ଏବଂ ଡାଇରେକ୍ଟର ଙ୍କୁ ମୋଟା ଅଙ୍କରେ ଟଙ୍କା ଦେଇ କିପରି ପ୍ରମୋସନ ପାଇଲେ ଆସନ୍ତୁ ଦେଖିବା, ଏହି ବାବୁଙ୍କର ପ୍ରମାଣରେ ଅଭିଯୋଗ ଚିଠି।

ଓଡ଼ିଶା ସରକାର,ସାଧାରଣ ପ୍ରଶାସନ (ସତର୍କତା) ବିଭାଗ,କଟକନଂ.
LB-4395 – ୨୯୧୯୭/VCO(B)ତାରିଖ: ୨୯.୧୨.୨୦୨୨
ପ୍ରେରକ:ଆର. କେ. ପଣ୍ଡା,ସରକାରଙ୍କ ଅଧୀନ ସଚିବ (Under Secretary to Government)
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ,ପୁରୀ ।
ସନ୍ଦର୍ଭ (Ref): HRMS ID No. 18001312ବିଷୟ: ପଦୋନ୍ନତି ପାଇଁ ମୁଖ୍ୟ କିରାଣୀ ଶ୍ରୀ ବସନ୍ତ କୁମାର ସାମନ୍ତରାୟଙ୍କ ସପକ୍ଷରେ ସତର୍କତା କ୍ଲିଅରାନ୍ସ (Vigilance Clearance) ସମ୍ବନ୍ଧରେ।ମହାଶୟ,ଉପରୋକ୍ତ ଚିଠି ଏବଂ ବିଷୟ ସୂଚନା ଅନୁସାରେ, ମତେ ଏହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ମୁଖ୍ୟ କିରାଣୀ ଶ୍ରୀ ବସନ୍ତ କୁମାର ସାମନ୍ତରାୟ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ସଭାଗୃହ (Conference Hall)ରୁ ଆଦାୟ ହୋଇଥିବା ସରକାରୀ ପାଣ୍ଠି/ଭଡ଼ା ଆତ୍ମସାତ (Misappropriation) କରିବା ଅଭିଯୋଗରେ ଭୁବନେଶ୍ୱର ଫାଇଲ୍ ନଂ. 38/19 ଅନୁଯାୟୀ ଏକ ତଦନ୍ତ ଆରମ୍ଭ କରାଯାଇଛି। ବର୍ତ୍ତମାନ ଏହି ତଦନ୍ତ ଚାଲୁ ରହିଛି l ଦୁର୍ନିତୀ ବିଭାଗରେ କିପରି ଏହି କିରାଣୀ ପ୍ରମୋସନ ପାଇଲେ ?
ସାଧାରଣ ରେ ଚର୍ଚ୍ଚା ହେଉଛି ପୁରୀ ଜିଲ୍ଲାପାଳ, ଆୟୁର୍ବେଦିକ ମହାବିଦ୍ୟାଳୟ ର ବର୍ତମାନ ଅଧ୍ୟ୍ୟକ୍ଷ ଏବଂ ସଚିବ ଅଛନ୍ତି।
ଦେଖାଯାଉ ବିଜେପି ସରକାର କଣ ପଦକ୍ଷେପ ନେଇ ଏହି କିରାଣୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।




