ତିନିଘରିଆ ରେ ରକ୍ତଦାନ ଓ ନିଶୁକ୍ଳ ଫିଜିଓ ଥେରାପି ଶିବିର

କଟକ(ବାସ୍ତବକଥା): କଟକ ମହାନଗର ନିଗମ ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ତିନିଘରିଆ ଗ୍ରାମର ଗୋପିନାଥ ଜୀଉ କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ଓ ନିଶୁକ ଫିଜିଓ ଥେରାପି ଶିବିର ଅନୁଷ୍ଠିତ ହୋଇଥିଲା ।

ତିନିଘରିଆ ୟୁ.ପି, ସ୍କୁଲ ପ୍ରାଙ୍ଗଣେ ଅନୁଷ୍ଠିତ “ରକ୍ତଦାନ ମହାପୂଣ୍ୟ” କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁପାଟଣା ଥାନାର ଆଇ ଆଇ ସି ଶ୍ରୀଯୁକ୍ତ ଶ୍ରୀ ଚିତ୍ତରଞ୍ଜନ ରାଉତ ଯୋଗଦେଇ ରକ୍ତଦାନ ମହାପୂଣ୍ୟ ଓ ରକ୍ତଦାନ କରି ସମାଜକୁ ସୁସ୍ଥ ଓ ସୁରକ୍ଷିତ ରଖିବାକୁ ରକ୍ତଦାତା ମାନଙ୍କୁହି ଉତ୍ସାହିତ କରିବାସହିତ ,ରକ୍ତଦାନ କରନ୍ତୁ ଓ ଜୀବନ ବଞ୍ଚାଇ ଦିଅନ୍ତୁବୋଲି ବୁଝାଇଥିଲେ । ସମ୍ମାନିତ ଅତିଥିଭାବେ କଂଗ୍ରେସ ନେତା ସୁରେଶ ମହାପାତ୍ର, କର୍ପୋରେଟର ରାକେଶ ସ୍ବାଇଁ, ସମାଜସେବୀ ତଥା ଆମ୍ବେଦକର ସ୍ମୃତି ପରିଷଦର ସଭାପତି ସୁକାନ୍ତ ସେଠୀ ଯୋଗଦେଇ ରକ୍ତଦାନ କରୁଥିବା ଯୁବକ, ଯୁବତୀ ମାନଙ୍କୁ ରକ୍ତଦାନ କରନ୍ତୁ ଓ ଜୀବନ ବଚାନ୍ତୁକହି ଉତ୍ସାହିତ କରିଥିଲେ ।

ରବିନ୍ଦ୍ର କୁମାର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ତିନିଘରିଆ ଗ୍ରାମର ଅଧୁକାରୀ ପ୍ରଣୟ ଖୁଣ୍ଟିଆ, ମହନ୍ତ ନିରୋଧ ସ୍ବାଇଁ,ସଞ୍ଜୟ ବେହେରା,ସୁଭାସିସ ଖୁଣ୍ଟିଆ, ଦିପକ ବେହେରା,ଶୀତୋକାନ୍ତ ବେହେରା, ନିର୍ମଳ ସ୍ବାଇଁ,ଅଭିଷେକ୍ ବସ୍ତିଲ, ବିପିନ ବସ୍ତିଆଙ୍କ ସମେତ କ୍ଲବ ର ସମସ୍ତ କର୍ମକର୍ତ୍ତା,ମୁରବି ଉପସ୍ଥିତ ଥିଲେ ଏବଂ ଫିଜିଓ ଥେରାପିର ମୁଖ୍ୟ ଡାକ୍ତର ସାସ୍ମିତା ସୁତିସ୍ମିତା ନିଶ୍ଚୁକ ଫିଜିଓ ଥେରାପିରେ ସମ୍ପୂର୍ଣ ସହଯୋଗ କରିଥିବେଳେ, ଏସ୍,ସି,ବି,ମେଡିକାଲ କଲେଜ ର ଡାକ୍ତର ଚିନ୍ମୟ ରଞ୍ଜନ ସ୍ବାଇଁ, ଓ ତାଙ୍କର ଟିମ୍ ରକ୍ତଦାନ ଶିବିର ରେ ସମ୍ପୂର୍ଣ ସହଯୋଗ କରିଥିଲେ । ୪୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

ସେୟାର କରନ୍ତୁ

Next Post

ବାଲି ବୋଝେଇ ହାଇୱାରେ ପାଲ ଢାଙ୍କୁଥିବା ବେଳେ ନାବାଳକଙ୍କ ହାତ ଜଳିଗଲା

Sun Sep 6 , 2026
ଜିଲ୍ଲାପାଳଙ୍କ ସମେତ ୪ ଅଧିକାରୀଙ୍କ ଠାରୁ ରିପୋର୍ଟ ତଲବ କଲେ ଓଏଚଆରସି କେନ୍ଦୁଝର(ବାସ୍ତବକଥା)୦୬/୦୯:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳକ ଏକ ବାଲି ବୋଝେଇ ହାଇୱାରେ ପାଲ ଢାଙ୍କୁ ଥିବାବେଳେ ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହେବା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଡାହାଣ ହାତ କାଟିବାକୁ ପଡ଼ିବା ଘଟଣାକୁ ଓଡ଼ିଶା ମାନବାଧିକାର ଆୟୋଗ ଗୁରୁତ୍ୱର ସହ […]

You May Like

Pin It on Pinterest