ଆଜିର ଖାସ୍ ଖବର …

ବାସ୍ତବବ୍ୟୁରୋ :

ବ୍ରହ୍ମପୁର ବଡବଜାର ପାଣ୍ଡବନଗରରୁ ନକଲି ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ତିଆରି କାରଖାନା ଠାବ କରାଯାଇଛି । 

ଆସନ୍ତା ୨୬ ତାରିଖରେ ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିବେ।

ଆଜିଠୁ ଶ୍ରୀମନ୍ଦିରରୁ ଉଠିଲା କୋଭିଡ୍ ରିପୋର୍ଟ କଟକଣା ଆଜି ଠାରୁ ବିନା କୋଭିଡ୍ ରିପୋର୍ଟରେ ବି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଆଜି ସକାଳ ୬ ଟାରୁ ଭକ୍ତ ମାନଙ୍କ ପାଇଁ ମନ୍ଦିର ଖୋଲିଥିବା ବେଳେ ପ୍ରଥମ ଏକ ଘଣ୍ଟା କେବଳ ପୁରୀ ବାସୀଙ୍କ ପାଇଁ ଦର୍ଶନ ଅନୁମତି ରହିଥିଲା, ଏହାପରେ ସକାଳ ୭ ଟାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ

(ଭୁବନେଶ୍ବର) ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା |କିନ୍ତୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆ ପରିବର୍ତ୍ତେ ୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ,ମେଳା ପୁଣି ଫେରିଛି ନିଜ ପଡିଆକୁ | ଏ ବର୍ଷ ଆଦିବାସୀ ମେଳା ହେବ କି ନାହିଁ, ତାହା ଉପରେ ଲାଗି ରହିଥିବା ସସ୍ପେନ୍ସ ଦୂର ହୋଇଛି। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରୁ ମେଳା ଆରମ୍ଭ ହୋଇ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

କରୋନା ଟୀକାକରଣ: ୨୦ ଟି ରାଜ୍ୟରେ ୧ .୧୨ ଲକ୍ଷ ଲୋକ ପଞ୍ଚମ ଦିନରେ ଟିକା ଦେଇଛନ୍ତି
କରୋନା ଟୀକାକରଣର ପଞ୍ଚମ ଦିନରେ ବୁଧବାର ଦେଶର ୨୦ ଟି ରାଜ୍ୟରେ ଟୀକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସମୟ ମଧ୍ୟରେ ୧ ,୧୨ ,୦୦୭ ଲୋକ ଟିକା ଡୋଜ ନେଇଛନ୍ତି।

ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ସେନ୍‌ସେକ୍ସ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ସେୟାର ବଜାର ୫୦ ହଜାର ପଏଣ୍ଟ ଉପରେ ଖୋଲିଛି ।

ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ବୁଧବାର ୧୦ମ ପର୍ଯ୍ୟାୟରେ ଆଲୋଚନା ହୋଇଛି । ବୈଠକ ସମୟରେ ଚାଷୀ ନେତାଙ୍କୁ ସରକାର ପ୍ରସ୍ତାବ ଦେଇଛନ୍ତି ଯେ, ଯେତେଦିନ ଯାଏଁ ରାସ୍ତା ବାହାରି ନାହିଁ, ସେତେଦିନ ଯାଏଁ ଏକ ନିଦ୍ଧିଷ୍ଟ ସମୟ ଲାଗି ତିନି କୃଷି ଆଇନ ଉପରେ କଟକଟା ଲଗାଯିବ ଏବଂ ଏକ କମିଟି ଗଠନ କରାଯିବ ସରକାର ଏହି ପ୍ରସ୍ତାବ ଉପରେ ଚାଷୀ ନେତାଙ୍କୁ ଜାନୁଆରୀ ୨୨ ତାରିଖରେ ଜବାବ ଦେବାକୁ କହିଛନ୍ତି  ଏହା ପୂର୍ବରୁ ଆଜି ଚାଷୀ ସଂଗଠନ ବୈଠକ କରିବେ

ଭାରତ – ଇଂଲଣ୍ଡ ଟେଷ୍ଟ ସିରିଜ:ଫେବୃୟାରୀ ୫ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ ଏହି ସିରିଜ୍ ବେଳେ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଉପଭୋଗ କରିବା ଲାଗି ଷ୍ଟାଡିୟମ ଭିତରକୁ ଛଡ଼ା ଯାଇପାରେ।  ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବ ।

ଭାରତ ବୁଧବାର ଭୂଟାନ ଓ ମାଳଦୀପକୁ କୋଭିଡ-୧୯ ଟିକା ରପ୍ତାନୀ କରିଥିବା ବେଳେ ଆଜି ନେପାଳ ଓ ବାଂଲାଦେଶକୁ ଟିକା ପଠାଉଛି ପୂର୍ବରୁ ଭାରତ ଘୋଷଣା କରିଥିଲା ​​ଯେ, ଭୂଟାନ, ମାଳଦୀପ, ବାଂଲାଦେଶ, ନେପାଳ, ମିଆଁମାର ଓ ଶ୍ରୀଲଙ୍କାକୁ ଟିକା ଦେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦର ଶପଥ ନେଇଥିବା ଜୋ ବାଇଡେନ ଓ କମଳା ହ୍ୟାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଭାରତୀୟ କରୋନା ଟିକା ଗ୍ରହଣ କରିବା ପରେ ଭୂଟାନ ଉତ୍ସାହିତ ହୋଇ, ନିଜର ପ୍ରତିକ୍ରିୟାରେ କହିଛି, ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପ ଟିକା ମିଳିଛି

ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୭୨ ଲକ୍ଷ ୬୮ ହଜାର ୭୮୩ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୦ ଲକ୍ଷ ୮୧ ହଜାର ୨୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୬ କୋଟି ୯୮ ଲକ୍ଷ ୨୭ ହଜାର ୪୩୮ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୩ ଲକ୍ଷ ୬୦ ହଜାର ୧୧୦ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିବଂଗତ ସୁଶାନ୍ତ ସିଂଙ୍କୁ ଜନ୍ମଦିନର ଭେଟି ଦିଲ୍ଲୀର ଏକ ସଡକର ନାମ ସୁଶାନ୍ତ ସିଂ ରାଜପୁତ ମାର୍ଗ...

Thu Jan 21 , 2021
ଦିବଂଗତ ସୁଶାନ୍ତ ସିଂଙ୍କୁ ଜନ୍ମଦିନର ଭେଟି ଦିଲ୍ଲୀର ଏକ ସଡକର ନାମ ସୁଶାନ୍ତ ସିଂ ରାଜପୁତ ମାର୍ଗ | ବାସ୍ତବବ୍ୟୁରୋ:ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ରିୟୁ ଗଞ୍ଜର ଏକ ରାସ୍ତାର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ନାମିତ ହେବ। ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ ଏହି ଅଞ୍ଚଳର ନାଗରିକ ସଂସ୍ଥା ଏଥିପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆଜି (ଗୁରୁବାର) ସୁଶାନ୍ତ ସିଂ ରାଜପୁତଙ୍କ ୩୫ ତମ ଜନ୍ମଦିନ|ଗତ ବର୍ଷ ୧୪ […]

You May Like

Pin It on Pinterest