ଚାନ୍ଦବାଲି-ମତୋ ପରିବାହାଟରେ ଅସରାଏ ବର୍ଷା ରେ ବନ୍ୟା ପରିସ୍ଥିତି

photo: Bastab media

ବାସ୍ତବବ୍ୟୁରୋ:(ଚାନ୍ଦବାଲି)୩୦/୦୫– ଚାନ୍ଦବାଲି ବ୍ଲକ ମତୋ ବଜାର ଥିବା ପରିବା ହାଟ ରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା । ଏହି ପରିବା ହାଟ ରେ ଲୋକମାନେ ଜୀବିକା କରି ପେଟ ପୋଷ ନ୍ତି ,ଏହି ବଜାର ପଟି ରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି ।

ବ୍ୟବସାୟୀ ମାନେ ଏହି ହାଟ ରେ ୩୦ ରୁ ୪୦ ବର୍ଷ ଧରି ପେଟ ପାଟଣା ପୋଷୁଛନ୍ତି ଏହି ହାଟ ପଟି ଦେଇ ମତୋ ପଞ୍ଚାୟତ ଏକ ଡ୍ରେନ ନିର୍ମାଣ କରି ହାଟର ବର୍ଷା ପାଣିକୁ ନିଷ୍କାସନ କରାଯାଏ। କିନ୍ତୁ ସବୁଠୁଁ ବଡ଼ କଥା ହେଲା କିଛିଲୋକ ଏହି ଡ୍ରେନ ଉପରେ ଘର ନିର୍ମାଣ କରି ପାଣିବାଟକୁ ଅବରୋଧ କରିଥିବାର ଦେଖିବାକୁ ମିଳିଛି। ବଜାର କମିଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଲୋକମାନେ ମଧ୍ୟ ଜାଆ ଆସ ପାଇଁ ବହୁତ ଅସୁବିଧା ରେ ପଡୁଛନ୍ତି। କିଛି ଲୋକଙ୍କ ଦୋକାନ ଭିତରେ ପାଣି ପଶି ବହୁ ଜିନିଷ ପତ୍ର ମଧ୍ୟ କ୍ଷୟ କ୍ଷତି ହୋଇଛି ।ଦୋକାନୀ ମାନେ ଜିଲ୍ଲା ପ୍ରଶାସନ ଙ୍କ ପାଖରେ ଗୁହାରୀ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା କଥା ଅଭିଯୋଗ କରିଛନ୍ତି|

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲ୍ଲା ଧାମରା ର ବିଭିନ୍ନ ଅଞ୍ଚଳ ବୁଲି ବାତ୍ୟାର କ୍ଷୟ କ୍ଷତି ଅନୁଧ୍ୟାନ କଲେ

Sun May 30 , 2021
ବାସ୍ତବବ୍ୟୁରୋ:ଚାନ୍ଦବାଲି,୩୦.୫.୨୧ ଆଜି ଦିନ ୧୨ଟା ବେଳେ କେନ୍ଦ୍ର ମନ୍ତ୍ରୀ ଧାମରାର ବିଭିନ୍ନ ସ୍ଥାନରେ ବୁଲି ବାତ୍ୟା ୟାସର କ୍ଷୟ କ୍ଷତି ଦେଖିଲେ । ଧାମରାର ଓରାମାଳ ,ପାଇକ ସାହି, ଦୋସିଙ୍ଗା ଆଦି ବିଭିନ୍ନ ସ୍ଥାନ ବୁଲି ବାତ୍ୟା ବିପନ୍ନ ମାନଙ୍କ ସହିତ କଥା ହେଲେ ।ଲୋକମାନେ ସେମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇ ଥିଲେ ।କେନ୍ଦ୍ର ମନ୍ତ୍ରୀ ନିଜେ ଆଣିଥିବା ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ […]

You May Like

Pin It on Pinterest