କରୋନା କାଳରେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ମଦ’ ଚୋରି

ବାସ୍ତବବ୍ୟୁରୋ:ନି.ପ୍ର (ଚୌଦ୍ୱାର) ଚୌଦ୍ୱାର ଥାନା ଅନ୍ତର୍ଗତ ଧୁମାବତୀ ଛକ ନିକଟରେ ଥିବା ଏକ ମଦ ଦୋକାନରୁ ବିପୁଳ ପରିମାଣର ମଦ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଗତ ଗୁରୁବାର ସନ୍ଧ୍ୟାପରେ ଦୋକାନ ବନ୍ଦ ଥିବାର ସୁଯୋଗ ନେଇ ଚୋରମାନେ ଦୋକାନ ଘରର ମୁଖ୍ୟ ଫାଟକରେ ପଡିଥିବା ତାଲାକୁ ଭାଙ୍ଗି ଦେବା ସହିତ ଦୋକାନରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇ ଦୋକାନରେ ଥିବା ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ମଦ ଲୁଟି ନେଇ ଫେରାର ହୋଇଯାଇଥିବା ମଦ ଦୋକାନୀ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇ ଚୌଦ୍ୱାର ପୋଲିସ ୨୩୦/୨୧ରେ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଘରେ ପହଂଚିବ ଅକ୍ସିଜେନ କନସନଟ୍ରେଟର-ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ...

Sun Jun 6 , 2021
ବାସ୍ତବବ୍ୟୁରୋ:ନି.ପ୍ର- କୋଭିଡ ସଂକ୍ରାମିତଙ୍କ ଚିକିସ୍ଛା ସୁବିଧା ପାଇଁ, ଓଡ଼ିଶାର ୫ଟି ସହରରେ ଘରେ ପହଂଚିବ ଅକ୍ସିଜେନ କନସନଟ୍ରେଟର । ଆଜି ଏହି ସେବା ଶୁଭାରମ୍ଭ କରିଛନ୍ତି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପ୍ରଥମ ପର୍ଯ୍ୟରେ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଅକ୍ସିଜେନ ଆବଶ୍ୟକ କରୁଥିବା ଲୋକଙ୍କ ଘରେ,ଡୋରଷ୍ଟେପ ଅକ୍ସିଜେନ ସେବା ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ଏହି ଡୋରଷ୍ଟେପ ଅକ୍ସିଜେନ କନସନଟ୍ରେଟର ସେବାର, […]

You May Like

Pin It on Pinterest