ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୪୭୫୬ଜଣ ସୁସ୍ଥ ହୋଇଛନ୍ତି […]

ମୋହାଲି: ଭାରତର ଅଧିନାୟକ ରୋହିତ ଶର୍ମା ଗୁରୁବାର ଦିନ ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୧୦୦ ତମ ଟେଷ୍ଟ ପୂର୍ବରୁ ପ୍ରଶଂସା କରି କହିଛନ୍ତି ଯେ ଦଳକୁ ଏହି ଫର୍ମାଟରେ ଭଲ ସ୍ଥିତିରେ ରଖିବା ପାଇଁ ସେ ସମସ୍ତ ଶ୍ରେୟ ପାଇବାକୁ ଯୋଗ୍ୟ।ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଓପନିଂ ଗେମରେ ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଆଗେଇ ନେବା ପାଇଁ ରୋହିତ ତାଙ୍କ ଟେଷ୍ଟ ଅଧିନାୟକତ୍ୱ ଯାତ୍ରା ଆରମ୍ଭ […]

ନୂଆଦିଲ୍ଲୀ:ଯେଉଁଠି ଭାଇ ଭାଇର ହେଉନି,ସ୍ୱାମୀ ସ୍ତ୍ରୀର,ପୁଅ ପରକରି ଦେଉଛି ବାପ ମାଆଙ୍କୁ, ସେଠି କେରଳର ଡାକ୍ତରୀ ଛାତ୍ରୀ ଆର୍ଯ୍ୟା ଆଲଡ୍ରିନ୍ ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ପାଇଁ ୟୁକ୍ରେନରୁ ନିଜ ପୋଷା କୁକୁର ସହିତ ଦେଶକୁ ନଫେରିଲେ ଫେରିବେନିବୋଲି ରୋକଠୋକ ମନାକରିଦେଲେ । ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶରୁ ରକ୍ଷା ପାଇବା ପାଇଁ ଆର୍ଯ୍ୟଙ୍କୁ ଏକ ସୁଯୋଗ ମିଳିଥିଲା, କିନ୍ତୁ କୁକୁର ବିନା ସେଠାରୁ ଫେରିବାକୁ ମନା କରିଦେଇଥିଲେ ଆର୍ଯ୍ୟା । […]

ନବୀନ ସାହୁ(ଜଳେଶ୍ବର): ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ର, ଭାରତ ସରକାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି ।ଅନେକ ଛାତ୍ର ଛାତ୍ରୀଙ୍କୁ “ମିସନ ଗଙ୍ଗା ଯୋଜନା”ରେ ଫେରାଇ ଆଣିବାରେ ସଫଳ ମଧ୍ୟ ହେଉଛନ୍ତି, ଓଡିଶାରୁ ମଧ୍ୟ ଅନେକ ଛାତ୍ର ଫସି ରହିଛନ୍ତି । ୟୁକ୍ରେନରେ ଡାକ୍ତରୀ ପଢୁଥିବା ଜଳେଶ୍ବର ଅଞ୍ଚଳର ଦୁଇ ସମ୍ପର୍କୀୟ ଭାଇ ଗତ ୪ ଦିନ ହେଲା […]

ବାସ୍ତବବ୍ୟୁରୋ(ରାଉରକେଲା): ୟୁକ୍ରେନର ଟେରନୋଫିଲ ସହରରେ ରହୁଥିବା,ରାଉରକେଲା ଆନନ୍ଦ ଭବନ ଲେନ ଉମର କଲୋନିର ଜିସାନ୍ ଅହମ୍ମଦ। ସେ ୟୁକ୍ରେନରେ ଡ଼ାକ୍ତରୀ ପଢୁଥିଲେ। ଟେରନୋଫିଲ ସହରରୁ ଅନ୍ୟ ସହପାଠୀଙ୍କ ସହ ବାହାରି ରୋମାନିଆର ବୁଚାରିଷ୍ଟରୁ ସ୍ୱତନ୍ତ୍ର ବିମାନରେ ଆସି ସେ ଗତ ୨୮ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀରୁ ଝାରସୁଗୁଡ଼ା ହୋଇ ଗତକାଲି ରାତିରେ ରାଉରକେଲା ଉମର କଲୋନିର ନିଜ ଘର ପହଞ୍ଚିଥିଲେ। ଜିସାନ ପହଞ୍ଚିଲା ପରେ ଘର ଓ ପଡ଼ୋଶୀରେ […]

ପ୍ରଭାତ କୁମାର(ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲାର ଝରିଗାଁ ଓ ଚନ୍ଦାହାଣ୍ଡି ଏବଂ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ପୂର୍ବାହ୍ନ ୧୧ଟା ୨୩ ମିନିଟ୍ ୩୪ ସେକେଣ୍ଡ ସମୟରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି । ଏହି ଅଞ୍ଚଳରେ କେତେକ ଘରର କାନ୍ଥରେ ଫାଟ ଦେଖିବାକୁ ମିଳିଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସେଲରେ ୩.୫ ଥିବା ବେଳେ, ଭୂପୃଷ୍ଠର ୯ କିଲୋମିଟର ଗଭୀରରେ ୧୯.୬୦ ଅକ୍ଷାଂଶ ଓ ୮୨.୭୦ ଦ୍ରାଘିମାରେ ଏହି ଭୁମିକମ୍ପ […]

ଦିନେଶ କୁମାର ଦାସ(ପଟ୍ଟାମୁଣ୍ଡାଇ):ସରିଯାଇଛି ପଂଚାୟତ ନିର୍ବାଚନ,ବାକିରହିଛି ପଂଚାୟତ ସମିତି ଅଧ୍ୟକ୍ଷ ପଦ,ଏବେ ଅଜ୍ଞାତ ବାସରେ ସବୁ ସମିତି ସଭ୍ୟ ।ଏହି ପରିପେକ୍ଷୀରେ ସବୁଠୁ ରୋଚକ ମୋଡରେ ପଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ପଦପାଇଁ ବଳ କଷାକଷି ।ପଞ୍ଚାୟତ ନିର୍ବାଚନରେ ପଟ୍ଟାମୁଣ୍ଡାଇରେ ବିଜେଡିର ଦମଦାର ପ୍ରଦର୍ଶନ ଭିତରେ ଏବେ ଚିନ୍ତା ବଢାଇଛି ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ। କାରଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ପାଇଁ କେହି ମଧ୍ୟ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୦୨-୩ – ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତ ମତୋ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରାକ୍ଟର ଗାଡ଼ିକୁ ଜଣେ ବାଇକ ଆରୋହୀ ଧକ୍କାଦେଇ ଗରୁତ୍ଵର ହୋଇ ପଡ଼ିଥିଲେ । ଘଟଣା ସ୍ଥଳରେ ମତୋ ପୋଲିସ ପହଁଚି ଯୁକକଙ୍କୁ ୧୦୮ ଗାଡ଼ିରେ ଚାନ୍ଦବାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଗରୁତ୍ବର ଅବସ୍ଥାରେ ଯୁବକ ଜଣକଙ୍କ ମେଡ଼ିକାଲରେ ପହଁଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଡ଼ାକ୍ତର ସୂଚନା […]

ବାସ୍ତବବ୍ୟୁରୋ:ଆଧାର କାର୍ଡ ଏହି ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇପାରିଛି | ଶିଶୁ ହେଉ କି ବୃଦ୍ଧ ବ୍ୟକ୍ତି, ସମସ୍ତଙ୍କ ପାଇଁ ଆଧାର ଜରୁରୀ ହୋଇପଡ଼ିଛି | ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ, ବରଂ ଏହା ମାଧ୍ୟମରେ ଆପଣ ଅନେକ ପ୍ରକାରର ସରକାରୀ ଯୋଜନାର ଲାଭ ମଧ୍ୟ ନେଇପାରିବେ | ଆସନ୍ତୁ ଆପଣଙ୍କୁ କହିବା ଯେ ଭାରତର ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ଆଧାର କାର୍ଡ […]

ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସରେ ଆସିଥିବା ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କାର ସୁନା ,ଭୁବନେଶ୍ୱର ରେଳଷ୍ଟେସନରୁ ଧରାପଡିଲା |ଏହା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ହେବ | ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ ୪ଟି ବ୍ୟାଗରେ ଟ୍ରେନ‌ ଯୋଗେ ଭୁବନେଶ୍ବର ଆସିଥିଲା । ଯାହା ଜିଆରପି ଧରିବାରେ ସକ୍ଷମ ହୋଇଛି | ସୂଚନା ଅନୁଯାୟୀ, ଜିଆର୍‌ପିକୁ କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ପୂର୍ବ ସୂଚନା ମିଳିଥିଲା । ଏହି ଆଧାରରେ ଜିଆର୍‌ପି […]

Pin It on Pinterest