ନୂଆଦିଲ୍ଲୀ:ମାହାଙ୍ଗା ତିନି ପ୍ରତିଶତ ବୃଦ୍ଧି କରି କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇସାରିଛନ୍ତି। ବର୍ତ୍ତମାନ ଡିଏ ସମ୍ବନ୍ଧରେ ଆଉ ଏକ ବଡ ଅପଡେଟ୍ ଆସିଛି, ଯେଉଁ କାରଣରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଦ୍ୱିଗୁଣିତ ହୋଇଛି | ବାସ୍ତବରେ, ଅର୍ଥ ମନ୍ତ୍ରଣାଳୟ ଗୁରୁବାର ଅନୁମୋଦନ କରିଛି ଯେ ଜାନୁଆରୀ ୨୦୨୨ ରୁ ବର୍ଦ୍ଧିତ ମାହାଙ୍ଗା ଭତ୍ତା କାର୍ଯ୍ୟକାରୀ ହେବ | ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୧୪।୦୪ :ମୁଁ ବହୁତ ଆଗରୁ ଇସ୍ତଫା ଦେଇସାରିଛି । ଏବେ ନିଷ୍ଟତ୍ତି ହାଇକମାଣ୍ଡଙ୍କ ପାଖରେ ।ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ଏପରି କିଛି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଇସ୍ତଫା ଦେଇଛି ।ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ । ଏହା ଆମ ଦଳର ଆଭ୍ୟନ୍ତରୀଣ […]

ଫୁଲବାଣୀ ୧୪/୦୪: ପଣା ସଂକ୍ରାନ୍ତି ଅବସରରେ, ଫୁଲବାଣୀର ପ୍ରସିଦ୍ଧ ମା’ ନାରାୟଣୀଙ୍କ ଯାତ୍ରା ପାଇଁ ଯାତ୍ରା ପଡିଆରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଗଲା ।ଆଜି ସକାଳ ୭ଟାରେ କମିଟି ସଦସ୍ୟ ଓ ଭକ୍ତ ମାନେ ମିଶି ଫୁଲବାଣୀ ସହରର ର ଏଫ୍. ସି. ଆଇ ନିକଟରୁ ଜଣେ ଭକ୍ତଙ୍କ ବାଡି ରଥିବା ବାଉଁଶକୁ ପୂଜାର୍ଚନା କରିବା ପରେ ଅଣା ଯାଇ ଯାତ୍ରା ପଡିଆ ଠାରେ ଶୁଭଖୁଣ୍ଟିକୁ ପ୍ରତିଷ୍ଠା କରାଯାଇଛି । […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୧୪-୪-୨୦୨୨)ବୈତରଣୀ ନଦୀର ସୁଇସାଇଟ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛନ୍ତି । ବ୍ରିଜ ଉପରୁ ନଦୀ ମଧକୁ ୧ଶହ ଫୁଟ ତଳକୁ ଡେଇଁ ନଦୀ ର ପ୍ରଖର ସ୍ରୋତ ମଧ୍ୟମରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗର ଟିମ […]

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ୭୫ ବୟସ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କଲା ବୋହୁ । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁଷି ହତ୍ୟା କରାଯାଇଥିବା ଜଣାଯାଇଛି। ବୃଦ୍ଧଜଣକ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛି। ବୃଦ୍ଧଙ୍କ ଆଖିରେ ଗଭୀର କ୍ଷତ ହୋଇଛି। ମୃତଦେହକୁ ଦେଖିଲା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ […]

ଆଲିଆ ଭଟ୍ଟ ଏବଂ ରନବୀର କପୁରରଙ୍କ ବିବାହ କାର୍ଯ୍ୟକ୍ରମର ରୀତିନୀତି ବୁଧବାର (ଏପ୍ରିଲ୍ ୧୩ ) ରୁ ଆରମ୍ଭ ହୋଇଛି | ବଲିଉଡର ଏହି ଲୋକପ୍ରିୟ ଯୋଡି ପାଲି ହିଲରେ ଅବସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ବିବାହ ବନ୍ଧନରେ ବାନ୍ଧି ହେବେ | ଏପ୍ରିଲ୍ ୧୩ ରେ, ଆଲିଆ ଭଟ୍ଟଙ୍କ ମେହେନ୍ଦି ସେରମନି ଆୟୋଜନ କରାଯାଇଥିଲା | ଏହି ଫଙ୍କସନ୍ ରେ ପରିବାର ଲୋକଙ୍କ ସହ କିଛି ଖାସ ସାଙ୍ଗମାନେ ସାମିଲ […]

ସୁବର୍ଣ୍ଣପୁର(ନମୋ ଗୁରୁ) : ୧୩ /0୪/୨୨-ସୁବର୍ଣ୍ଣ ସହର ସୋନପୁର ଭାରତର ଦ୍ଵିତୀୟ ବାରଣାସୀ ନାମରେ ବିଖ୍ୟାତ l ବର୍ତ୍ତମାନ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା, ହସ୍ତ ଶିଳ୍ପକୁ ଉତ୍ପାଦକ ସଂସ୍ଥା ସୁବର୍ଣ୍ଣଶ୍ରୀ ମାଧ୍ୟମରେ ପ୍ରତିଫଳିତ କରୁଛି l ଦେବୀ ମାଁ ସୁରେଶ୍ୱରୀ ଓ ବାବା ସୁବର୍ଣ୍ଣମେରୁ ଙ୍କ ଆଶୀର୍ବାଦ ପ୍ରାପ୍ତ ସୁବର୍ଣ୍ଣପୁର ଭୂଖଣ୍ଡ ଏହାର ହସ୍ତତନ୍ତ ବସ୍ତ୍ର, ଟେରାକୋଟା, କଂସା ପିତଳ କଳାକୃତି, ବାଉଁଶ, ଧାନ ହସ୍ତଶୀଳ୍ପ ଏବଂ […]

ଭୁବନେଶ୍ବର: ପୂର୍ବତନ ପୁଲିସ୍ ଡିଜି ଅଭୟଙ୍କୁ ନୂଆ ଦାଇତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ ନିୟମ ଅନୁସାରେ ଅଭୟ ଦାୟିତ୍ବ ନେବା ତାରିଖଠାରୁ ଏହି ପଦବିରେ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୭୪ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୮୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୫୬୯ ଜଣ ସୁସ୍ଥ ହୋଇଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରର ୭୪ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୨//୦୪//୨୦୨୨-ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ସିଂହପୁର ଗାଁରେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୨ଜଣ ଙ୍କ ର ଦୁଇଟି ଗୋରୁ ଗୁହାଳ ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯିବା ସହ ୮ ଟି ଗୋରୁ ଓ ୪ ଟି ଛେଳି ଜିବନ୍ତ ଦଗୁ ହୋଇ ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ଘଟଣାସ୍ଥଳରେ ଅଗ୍ନି ସମ ବିଭାଗ ପହଞ୍ଚି ନିଆଁକୁ ଆୟତ […]

Pin It on Pinterest