ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୭୪ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୨୯ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୦୯୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୮୨୦୭ଜଣ ସୁସ୍ଥ ହୋଇଛନ୍ତି । […]

ବବିତା ସାମଲ(ଭଦ୍ରକ):ଆଜି ବିଜେପି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ବନ୍ଦ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଭଦ୍ରକର ବନ୍ତ ଛକ, ରେଳ ଷ୍ଟେସନ, ନୂଆ ବସ୍ ଷ୍ଟାଣ୍ଡ, କଚେରି ରୋଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ସମ୍ମୁଖ, ଏସପି ଅଫିସ ସମ୍ମୁଖ, କଲେଜ ଛକ, ରାନ୍ଦିଆ, ବାରପଦା, ଚରମ୍ପା, ରାଣୀତାଲ, ଇଚ୍ଛାପୁର , ଆରଡ଼ି […]

ମଧୁସ୍ମିତା ପ୍ରଧାନ(ସମ୍ବଲପୁର): ରାଉରକେଲ‍ା ଇଣ୍ଟରସିଟି ଟ୍ରେନରୁ ମାଁ ଝିଅ ନିଖୋଜ ହେବାର ୩ ଦିନ ପରେ ପତ୍ତା ମିଲୁନି । ସମ୍ବଲପୁର ସିଟି ଷ୍ଟେସନରେ ରାଉରକେଲା ଇଣ୍ଟରସିଟ ଟ୍ରେନରେ ଭୁବନେଶ୍ଵର ଯିବା ପାଇ ମାଁ ଝିଅ ବସିଥିଲେ ।ହେଲେ ଭୁବନେଶ୍ଵର ଟ୍ରେନ ପହଚିଥିଲା ମାଁ ଝିଅ ପହଚି ନଥିଲର ।ଏନେଇ ତାଙ୍କ ସ୍ବାମୀ ପରିବାର ଲୋକଙ୍କୁ ଖବର ଦେବାପରେ ସମ୍ବଲପୁର ଜିଆରପି ଥାନାରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । […]

ବାସ୍ତବବ୍ୟୁରୋ:ସୁପରଷ୍ଟାର ରଜନୀକାନ୍ତଙ୍କୁ ୨୮ ଅକ୍ଟୋବରରେ ଚେନ୍ନାଇର କାଉଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ବର୍ତ୍ତମାନ ଖବର ସାମ୍ନାକୁ ଆସୁଛି ଯେ ଅଭିନେତା ଶୁକ୍ରବାର ଦିନ ତାଙ୍କ ମସ୍ତିଷ୍କରେ ରକ୍ତ ଯୋଗାଣକୁ ଫେରାଇ ଆଣିବା ପାଇଁ ଅସ୍ତ୍ରୋପଚାର କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ହୋଇଯାଉଛି। ରଜନୀକାନ୍ତଙ୍କ CAR ଅସ୍ତ୍ରୋପଚାରକାବେରୀ ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ଏକ ମେଡିକାଲ ବୁଲେଟିନ୍ରେ କୁହାଯାଇଛି ଯେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟକୁ ଡାକ୍ତରଙ୍କ ଏକ […]

ନୂଆଦିଲ୍ଲୀ:ନିକଟରେ ରାଜଧାନୀ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ୭୦ ବର୍ଷ ବୟସ୍କା ବ୍ୟକ୍ତି ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପୁରୁଷମାନଙ୍କଠାରେ ବଢୁଥିବା ସ୍ତନ କର୍କଟ ରୋଗ,ଏ କଥାକୁ ଦର୍ଶାଉଛି ଯେ ଏହି ରୋଗ କେବଳ ମହିଳାମାନଙ୍କ ମଧ୍ୟରେ ସୀମିତ ନୁହେଁ । ଅବଶ୍ୟ, ଏହା ପୁରୁଷମାନଙ୍କଠାରେ ଏକ ବିରଳ ଘଟଣା, ସାରା ବିଶ୍ୱରେ ଚିକିତ୍ସିତ ହେଉଥିବା ସମସ୍ତ କର୍କଟ ରୋଗର ଏପରି ଘଟଣା ଏକ ପ୍ରତିଶତରୁ କମ୍ ଅଟେ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୮ ଅକ୍ଟୋବର-୨୦୨୧-ଅବେଳରେ ଚାଲିଗଲା କୋମଳମତି ଶିଶୁର ଜୀବନ। କୁନି ଝିଅର ମୃତ୍ୟୁକୁ ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ ରାଜେରାଜେଶ୍ୱରପଲ୍ଲୀ ଗ୍ରାମରେ। ସୂଚନା ଅନୁଯାଇ ରାଜେରାଜେଶ୍ୱରପଲ୍ଲୀ ଗ୍ରାମର ରାଜକିଶୋର ଦାସଙ୍କ ଦେଢ଼ବର୍ଷର କୁନିଝିଅ ଘର ଅଗଣାରେ ଖେଳୁଥିବା ବେଳେ ଆଜି ଦିନ ୧୦ ଘଟିକା ସମୟରେ ହଠାତ ପୋଖରୀରେ ପଡିଯାଇଥିଲା । ଘର ଲୋକ ଅନେକ ଖୋଜା […]

ବାସ୍ତବବ୍ୟୁରୋ:୨୮ ଅକ୍ଟୋବର ୨୦୧୧- ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଆସନ୍ତା ସପ୍ତାହ ନଭେମ୍ବର ୧ ରୁ ସଂଶୋଧିତ ହେବ | ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ଗ୍ରାହକମାନେ ସିଲିଣ୍ଡର ପିଛା ୧୦୦ ଟଙ୍କା ବୃଦ୍ଧି ହୋଇପାରେ। କାରଣ, ଏଲପିଜି କ୍ଷେତ୍ରରେ, କମ୍ ମୂଲ୍ୟରେ ବିକ୍ରୟରୁ କ୍ଷତି (ଅଣ୍ଡର ରିକଭର୍) ସିଲିଣ୍ଡର ପିଛା ୧୦୦ ଟଙ୍କାରେ ପହଞ୍ଚିଛି | ଏହି କାରଣରୁ ଏହାର ମୂଲ୍ୟ ବୃଦ୍ଧି ହୋଇପାରେ ବୋଲି […]

ଟିନା ଦତ୍ତା ଟପ୍ ନ ପିନ୍ଧି ଏକ ଖୋଲା ଜ୍ୟାକେଟରେ ଏକ ଫଟୋସୁଟ୍ କରିଥିଲେ, ପୁଣିଥରେ ତାଙ୍କ ବୋଲ୍ଡ ଲୁକ୍ ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି |’ଉତରଣ ‘ ଫେମ ଅଭିନେତ୍ରୀ ଟିନା ଦତ୍ତା ଟିଭିର ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ | ସେ ସିରିଜରେ ‘ସଂସ୍କାରି ବୋହୁ ‘ର ପ୍ରତିଛବିରେ ନଜର ଆସିଛନ୍ତି କିନ୍ତୁ ତାଙ୍କ ଫଟୋସୁଟରେ ତାଙ୍କର ଏକ ଭିନ୍ନ ଷ୍ଟାଇଲ ଅଛି | […]

ସୁବର୍ଣ୍ଣପୁର (ସୂର୍ଯ୍ୟନାରାୟଣ ପାଢ଼ୀ)ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ। ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଏହି ବନ୍ଦ ଡାକରା ଦେଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଚକ ଅଖ ବନ୍ଦ ରହିବ। ଏଥିସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ମମିତା ମେହେର ହତ୍ୟା ଘଟଣା ର ପ୍ରତିବାଦ ରେ ଗୃହ ରାଷ୍ଟ୍ର […]

ନୁଆଦିଲ୍ଲୀ:୨୭/୧୦-କାନାଡ଼ାର ନୂଆ ପ୍ରତିରକ୍ଷା ମନ୍ତ୍ରୀ,ଭାରତୀୟ ବଂଶୋଦ୍ଭୋବ ଅନିତା ଆନନ୍ଦ।ଭାରତୀୟ-କାନାଡିଆନ ରାଜନେତ୍ରୀ ଅନୀତା ଆନନ୍ଦ ମଙ୍ଗଳବାର ଦିନ ଜଷ୍ଟିନ୍ ଟ୍ରୁଡୋଙ୍କ କ୍ୟାବିନେଟରେ ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ପ୍ରତିରକ୍ଷା ମନ୍ତ୍ରୀ ହରଜିତ ସାଜନଙ୍କ ସ୍ଥାନରେ ଅନିତା ଆନନ୍ଦ, ସେନାବାହିନୀରେ ଯୌନ ଶୋଷଣର ମୁକାବିଲା ପାଇଁ ସମାଲୋଚନାର ଶୀକାର ହୋଇଥିଲେ। ଦି ଗାର୍ଡିଆନର ଏକ ରିପୋର୍ଟ ଅନୁଯାୟୀ ଆନନ୍ଦ ହେଉଛନ୍ତି ଦ୍ୱିତୀୟ ମହିଳା […]

Pin It on Pinterest