ମନୋଜ ମହାନ୍ତି: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳକୁ ଟେଷ୍ଟ ପରେ ଏକ ଦିବସୀୟ ସିରିଜରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା | ରବିବାର ଖେଳାଯାଇଥିବା ତୃତୀୟ ଏକଦିବସୀୟରେ ୪ ରନ୍ ରେ ପରାଜୟ ପରେ ଟିମ୍ ଇଣ୍ଡିଆ ଏକ ଦିବସୀୟ ସିରିଜ୍ ୦ -୩ ରେ ହାରିଛି | ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଭାରତୀୟ ଦଳର ଅବସ୍ଥା ବିଗିଡି ଯାଇଥିଲା। ଟେଷ୍ଟ ପରେ ଟିମ୍ ଇଣ୍ଡିଆକୁ ମଧ୍ୟ […]
ଓମିକ୍ରନ୍ ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି | ଜୀବାଣୁର ଡେଲଟା ଭାରିଆଣ୍ଟ ପରେ, ଓମିକ୍ରନ୍ ବର୍ତ୍ତମାନ ଏକ ପ୍ରମୁଖ ଭାରିଆଣ୍ଟରେ ପରିଣତ ହୋଇଛି ଯେଉଁଥିପାଇଁ ଲୋକମାନେ ସଂକ୍ରମିତ ହେଉଛନ୍ତି | ଏହି ଭାରିଆଣ୍ଟ ସର୍ବନିମ୍ନ ସମ୍ପର୍କ ରେ ଶୀଘ୍ର ବିସ୍ତାର କରିବାକୁ ଜଣାଶୁଣା | ଯଦିଓ ଓମିକ୍ରନ୍ ହେତୁ ସଂକ୍ରମଣର ଅଧିକ ଗୁରୁତର ଘଟଣା ହୋଇନାହିଁ, ଏହି ପ୍ରକାରଟି ଲୋକଙ୍କୁ ଅସୁରକ୍ଷିତ କରିଦେଉଛି | ଏବଂ ସବୁଠାରୁ ଖରାପ […]
ଦୀପକ ବେଉରା(କଟକ): ଆଜି ଦେଶ ପାଳନ କରୁଛି ଭାରତ ମାତାର ସୁଯୋଗ୍ୟ ତଥା ଅତ୍ୟତମ ଯୋଗ୍ୟ ସନ୍ତାନ,ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ।ଏଥିପାଇଁ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ, ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନି, ବାରବାଟୀ […]
କୋମନା: ବୟସର ଅପରାହ୍ନ ରେ ବାପା ମା ଆଜିର ସନ୍ତାନ ମାନଙ୍କ ପାଇଁ ବୋଝ ପାଲଟି ଥିବା ବେଳେ, ୭୦ ଵର୍ଷୀୟା ବୃଦ୍ଧା ମା’ ଙ୍କୁ ବଞ୍ଚାଇଵା ପାଇ କୂଅକୁ ଡେଇଁଲା ପୁଅ ।ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର କୋମନା ଵ୍ଳକ ସଦର ମହକୁମାର ଵଙ୍ଗଲାପଡାର ଘଟଣା । ଶନିଵାର ସକାଳେ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ, ସୁର୍ଯ୍ୟକିରଣ ପଡୁଥିଵା ନିଜ ଵାଡିରେ ଥିଵା କୂଅର ଚାନ୍ଦିନିରେ, ଶଶିପ୍ରଭା […]
ଡ଼.ନବକିଶୋର ମିଶ୍ର ଗୁରୁ ଅର୍ଥାତ୍ ବୃହସ୍ପତି ୧୯ ଫେବୃଆରୀ ୨୦୨୨ ରେ ଶନିବାର ଦିନ ୧୦ :୨୩ ରୁ ୨୦ ମାର୍ଚ୍ଚ ୨୦୨୨ ରବିବାର ସନ୍ଧ୍ୟା ୭ .୫୦ ପର୍ଯ୍ୟନ୍ତ ଅସ୍ତ ହେବେ | ଜ୍ୟୋତିଷବିଶାରଦ ଡ଼.ନବକିଶୋର ମିଶ୍ର ଙ୍କ ମତରେ ,ବୃହସ୍ପତି ଗ୍ରହ ୨୦ ନଭେମ୍ବର ୨୦୨୧ ର ରାତିରେ ୧୧ .୧୭ ରେ କୁମ୍ଭ ରାଶିରେ ପ୍ରବେଶ କଲାବେଳେ ଧନିଷ୍ଠା ନକ୍ଷତ୍ରର ତୃତୀୟ ପର୍ଯ୍ୟାୟରେ ଗମନାଗମନ କରିଥିଲା। […]
ନବୀନ ଦାସ(ଦେବଗଡ) ୨୧।୧-ମୋବାଇଲ ଟାୱାର ପାଇଁ,୫ଟି ଗ୍ରାମ ପଞ୍ଚାୟତରେ କୌଣସି ପଦବୀ ପାଇଁ ପ୍ରାର୍ଥୀ କଲେନାହିଁ ନାମାଙ୍କନ ।ନିର୍ବାଚନ ବର୍ଜନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହ ଆଲୋଚନାବି ବିଫଳ ହୋଇଛି । ମୋବାଇଲ ଟାୱାର ନହେଲେ ଭୋଟ୍ ବର୍ଜନ ନିଷ୍ପତ୍ତିରେ ଅଟଳ ରହିଛନ୍ତି ଅଞ୍ଚଳବାସୀ । ଏହି ୫ଟି ଗ୍ରାମ ପଞ୍ଚାୟତ ହେଲା ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଝରାଗୋଗୁଆ, ଗଣ୍ଡମ, ପାରପୋଷୀ, ଡିମିରିକୁଦା ଓ ଝାରମୁଣ୍ଡା ଗ୍ରାମବାସୀ । […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ, ନିର୍ବାଚନକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଜୋରଦାର କସରତ କିଏ ହେବ ଆଗାମୀ ଦିନର ସରପଞ୍ଚ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ତେବେ ଆଜି ଚଡ଼ଦିଆ ପଞ୍ଚାୟତରେ ସରପଞ୍ଚର ସ୍ୱାଧୀନପ୍ରାର୍ଥୀନୀ ଭାବରେ ଧରିତ୍ରୀ ମାଝୀ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି। ସେ ତାଙ୍କର କିଛି ସମର୍ଥକ ମାନଙ୍କ ସହିତ ଗାଁ ମୁଣ୍ଡରୁ ଏକ ଶୋଭା […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୩୬୮ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୭ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୭୭୪୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୮୩୪୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୮୦୫୬୨ଜଣ ସୁସ୍ଥ ହୋଇଛନ୍ତି । […]
ବାସ୍ତବବ୍ୟୁରୋ(ଭୁବନେଶ୍ଵର): ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି କି,ରାଜ୍ୟରେ ଏବେ ତୃତୀୟ ଲହର। ଓମିକ୍ରନ ପାଇଁ ଦିନକୁ ଦିନ ସଂକ୍ରମଣ ବଢୁଛି। ଆମକୁ ଆଉ କିଛି ଦିନ ସତର୍କ ରହିବାକୁ ପଡିବ। ସରକାରଙ୍କ ସମସ୍ତ ଗାଇଡ୍ଲାଇନ୍ ମାନି ଚଳିବାକୁ ପଡିବ।ଯଦି ଅବହେଳା କରିବା ସମସ୍ତେ ଅସୁବିଧା ଭୋଗିବା। ମୁଖ୍ୟ ଶାସନ ସଚିବ କହିଛନ୍ତି, ଓମିକ୍ରନ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ରାଜ୍ୟରେ […]
ସୁବର୍ଣ୍ଣପୁର (ନମୋ ଗୁରୁ):୧୯/୦୧/୦୨୨ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କଳାବଜାରୀ ଏବଂ ବେଆଇନ ଚାଲାଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ନେଇଛି l ଏଥିପାଇଁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ନିର୍ଦ୍ଧେଶ କ୍ରମେ ପ୍ରତି ବ୍ଲକ ଏବଂ ତହସିଲ ଅଂଚଳରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠିତ ହୋଇଛି l ଏହି କ୍ରମରେ ଗତକାଲି ରାତି ରେ ରାମପୁର ତହସିଲଦାର ଶ୍ରୀଯୁକ୍ତ ପୁରୁଷୋତ୍ତମ ମିର୍ଦ୍ଧା ଙ୍କ ନେତୃତ୍ୱରେ […]


