ଦୀପକ ବେଉରା(କଟକ): ଫୁଲ ମାଳି,କରତାଳି ଆଉ ଦର୍ଶନକ ଗାଳୀରେ,ସବୁ ଦୁଃଖକୁ ଭୁଲିଯାଇ ଓଠରେ ଆତ୍ମତ୍ରୁପ୍ତିର ହସଟିଏ ଫୁଟାଏ କଳାକାର । ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଏମିତ ଏକ କଳାକାର,ଯିଏକି କାପାଇଁ ଭାଇତ କାପାଇଁ କାକା ,ଓଲିଉଡର କାକା ମିହିର ଦାସ- ଗୋଟିଏ ଯୁଗର ଅନ୍ତ । ଓଲିଉଡରେ କାକା ଯୁଗର ଅବସାନ ଘଟିଲା। ଆଉ ଶୁଭିବନି ସେ ଗୁରୁ ଗମ୍ଭୀର ସ୍ୱର। କଟକ ସତୀଚୌରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦୯୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୬୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୯୨ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ […]
ଡ଼.ନବକିଶୋର ମିଶ୍ର ୧୪ ଜାନୁଆରୀରେ ସାରା ଦେଶରେ ମକର ସଂକ୍ରାନ୍ତିଙ୍କ ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଏ | ଏହି ଦିନ ରବି ମକର ରାଶିକୁ ଚଳନ କରିବେ | ଶନି ଦେବ ପୂର୍ବରୁ ମକର ରାଶିରେ ଅବସ୍ଥାନ କରିଛନ୍ତି | ମକର ରାଶିରେ ଶନି ଏବଂ ସୂର୍ଯ୍ୟଙ୍କ ସଂଯୋଗ ପ୍ରାୟ ୨୯ ବର୍ଷ ପରେ ଘଟିବାକୁ ଯାଉଛି | ୧୯୯୩ ରେ ଏହିପରି ପ୍ରଥମ ଏହିପରି ଯୋଗ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ସରକାରୀ ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ରୋକିବା ପ୍ରାୟ ଅସମ୍ଭବ ତେଣୁ ଏହା ସମଗ୍ର ବିଶ୍ୱକୁ ସଂକ୍ରମିତ କରିବ | ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହିତ ଜଡିତ ଡାକ୍ତର ଜୟପ୍ରକାଶ ମୁଲିଇଲ କହିଛନ୍ତି ଯେ କରୋନା ଟୀକାକରଣର ଏକ ବୁଷ୍ଟର ଡୋଜ୍ ମଧ୍ୟ ଓମିକ୍ରନ୍ ଭାରିଆଣ୍ଟ ବିସ୍ତାରରୁ ରୋକିପାରିବ ନାହିଁ। ଆଇସିଏମଆର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜିର ବୈଜ୍ଞାନିକ ପରାମର୍ଶଦାତା କମିଟିର […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୧/୦୧/୨୦୨୨- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚାୟତ ସମିତି ପରିସର ସୌନ୍ଦର୍ଯ୍ୟକରଣ ଓ ନୂତନ ଗେଟ ର ଉଦଘାଟନ କଲେ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ। ଉଦଘାଟନ ଵେଳେ ଚାନ୍ଦବାଲି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋତିବିକାଶ ଦାସ,ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷା ମାନସୀ ସାହୁ ଏବଂ ଅଧକ୍ଷାଙ୍କ ପ୍ରତି ନିଧି ରଞ୍ଜନ ସାହୁ ସହଯୋଗ କରି ଥିଲେ। ବିଭିନ୍ନ ଶ୍ରେଣୀର ବ୍ଲକ କର୍ମଚାରୀ ମଧ୍ୟ ଉପସ୍ଥିତ […]
ବାସ୍ତବବ୍ୟୁରୋ(ଭୁବନେଶ୍ବର):ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ତେଣୁ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରି ସତର୍କ ରହିବା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି […]
ଭୁବନେଶ୍ୱର (ମନୋଜ ମହାନ୍ତି): ଆଉ ନାହାନ୍ତି ଓଲିଉଡ୍ର କାକା ଓରଫ ବରିଷ୍ଠ ସିନେ ଅଭିନେତା ମିହିର ଦାସ।ଓଡ଼ିଶାର ପୁରପଲ୍ଲୀରେ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ଆଜି ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଦେଶରେ କରୋନାର ଗତି ଟିକେ ମନ୍ଥର ହୋଇଯାଇଛି | ଗତ ଚାରି ଦିନ ଧରି ନୂତନ ସଂକ୍ରମଣର ଅଭିବୃଦ୍ଧି ହାରରେ ହ୍ରାସ ଘଟିଛି | ରବିବାର ଏବଂ ସୋମବାର ଦିନ ଏହା ୧୨.୫ ପ୍ରତିଶତରେ ସ୍ଥିର ରହିଛି | ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ଅନ୍ୟ ଦେଶର ଅନୁଭବତାକୁ ଆଧାର କରି ଆଗାମୀ ଦିନରେ ଧୀରେ ଧୀରେ ଏହି ସଂଖ୍ୟା ସ୍ଥିର ହୋଇଯିବ, କିନ୍ତୁ ନୂତନ ମାମଲାଗୁଡ଼ିକର […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୭୧ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୮୨୭୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୨୧୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୭୦୩୧ଜଣ ସୁସ୍ଥ ହୋଇଛନ୍ତି । […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି)୧୦//୦୧//୨୦୨୨ ମହାମାରୀ କରୋନାର ଓ ଓମିକ୍ରନ ର ଭୟଭୟତାକୁ ନେଇ ଗତକାଲି ରବିବାର ସଂଧ୍ଯାରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ (SOP) କଟକଣା ଜାରୀ କରିଛନ୍ତି। ଗତକାଲି ରବିବାର ମଧ୍ଯରାତ୍ରରୁ ଅର୍ଥାତ ରାତ୍ର ୧ଟାରୁ ଆସନ୍ତା ୩୧ ମଧ୍ଯରାତ୍ର ପର୍ଯ୍ଯନ୍ତ ମଣିବାବାଙ୍କ ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ପାଇଁ ପ୍ରଶାସନ ପକ୍ଷରୁ ନଟକା ଜାରୀ କରାଯିବା ସହ କୌଣସି […]


