ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୭ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୧୯୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୧୫୩୬ ଜଣ ସୁସ୍ଥ […]

ବାସ୍ତବବ୍ୟୁରୋ(ପୁରୀ):ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ,ଆଜି ପୁରୀ ଭାର୍ଗବୀ-ନୂଆନଈରୁ ମିଳିଥିଲା । ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ ଚିତ୍ତରଞ୍ଜନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ।ଏତଲା ଆଧାରରେ ପୁଲିସ୍‌ ୩୦୨ IPCରେ ମାମଲା ରୁଜୁ କରିଛି। ତ୍ୱରିତ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍‌ ଟିମ (SIT) ଗଠନ କରାଯାଇଛି। ପରିବାର ଲୋକଙ୍କ ସନ୍ଦେହର କାରଣ,ଗତ ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି କହିଛନ୍ତିକି, ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ । ଶ୍ରୀ ଦାସ କହିଛନ୍ତିକି,ଚଳିତ ଡିସେମ୍ବର ମାସରେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ରଖିଥିଲୁ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୧,୪୦୦ଟି ପଦ ପାଇଁ ବିଜ୍ଞପ୍ତି ବାହାରିଥିଲା। ସେଥିମଧ୍ୟରୁ ୭ ହଜାର ପଦ ପାଇଁ […]

ଦେବାଶିଷ ମିଶ୍ର(କଟକ):୧୩/୧୨-ଆସନ୍ତାକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥାନ୍ତା,ହେଲେ ଆଜି ମାନ୍ୟବର ହାଇକୋର୍ଟ ଏହି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ସୂଚନାନୁଯାୟୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ ନିର୍ଦ୍ଦେଶକ ବବି ଇସ୍‌ଲାମ୍ । ଏହି ବିବାଦର ଶୁଣାଣି କରିଛନ୍ତି ହାଇକୋର୍ଟ । ଚଳଚ୍ଚିତ୍ରଗୁଡ଼ିକର ପୁନଃବିଚାର କରି ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ […]

ବାସ୍ତବବ୍ୟୁରୋ(ଗଂଜାମ):ବାତ୍ୟା ଜୱାଦ୍‌ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍‌ ଗଞ୍ଜାମ ଜିଲ୍ଲାରେ ପହଂଚି,ବିଭିନ୍ନ ସ୍ଥାନରେହୋଇଥିବା ଫସଲ ନଷ୍ଟର ତର୍ଜମା କରିଛନ୍ତି । ଏହି କ୍ଷୟକ୍ଷତିର ଅନୁଧ୍ୟାନ ଟିମ୍‌ ପ୍ରଥମେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ, ପରେ ଛତ୍ରପୁର ବ୍ଲକର କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଓ ପରେ ଖଲ୍ଲିକୋଟ ବ୍ଲକ୍ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି ।ଟିମ୍‌ ରେ ସାମିଲ ଥିବା ଅଧିକାରୀ ମାନେ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ […]

ବାସ୍ତବବ୍ୟୁରୋ (ଭୁବନେଶ୍ୱର):୧୩।୧୨-ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ସେଥିମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୩୭ ଜଣ ସଂକ୍ରମିତ ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୮୫ଜଣ ଥିବାବେଳେ କଟକ ଜିଲ୍ଲାରୁ ୧୩ଜଣ, ଅନୁଗୁଳ ଜିଲ୍ଲାରୁ ୨ଜଣ, ବାଲେଶ୍ୱର […]

ଦୀପକ ସାହୁ(କଳାହାଣ୍ଡି):ଥିଲେକଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକ, ହାରାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋଦେଲବନ୍ଧ ଗ୍ରାମଠାରେ ଟୋକି ପର୍ବର ଆଦ୍ୟପର୍ବ ଗୁଡ଼ିଚଘା ପର୍ବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଉପସ୍ଥିତ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସୁଶିଳ କୁମାର ରାଉତ,ଅରୁଣ କୁମାର ଜଗରିଆ,ସମାଜସେବୀ ହୃଷୀକେଶ ପଟେଲ, ଚନ୍ଦ୍ର କିଶୋର ସିଂ,ଭକ୍ତ ଦୁର୍ଗା, ଲଳିତ ଠାକୁର,ଲୋକନାଥ ନାଗ,ପିତାମ୍ବର ଖର୍ସେଲ, […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)-ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷା ପ୍ରଭାବ ରେ ବ୍ୟାପକ ଧାନ ଫସଲ ସମେତ ବିଭିନ୍ନ ପନିପରିବା ଫସଲ ଅଦିନିଆ ବର୍ଷା ରେ ନଷ୍ଟ ହୋଇଛି। ପ୍ରଶାସନ ପକ୍ଷରୁ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଉଛି। ତେବେ ଫସଲ ଅମଳ ସମୟ ହୋଇଥିବା ବେଳେ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି)କରଂଜମାଳ ଯୁବମୋର୍ଚ୍ଚା ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସିଡିଏସ ବିପିନ ରାୱତ ଅମର ରହେ ସ୍ଲୋଗାନ ଦିଆଯାଇଛି। ବିର ମାନଙ୍କର ଏ ବଳିଦାନକୁ ଦେଶ ସବୁ ଦିନ ପାଇଁ ମନେରଖିବ କହିଛନ୍ତିକରଂଜମାଲ ଯୁବ ମର୍ଚ୍ଚା ସଭାପତି ସତ୍ୟରଞ୍ଜନ ଦାସ। ଏହି ଶୋଭାଯାତ୍ରାରେ ଆଇଟି ସେଲ୍ ସଂଯୋଜକ ଦେବାଶିଷ ବେହୁରା, ଏସସି ମାର୍ଚ ମଣ୍ଡଳ ସଭାପତି ପାର୍ଥସାରଥୀ ଦାସ, ବରିଷ୍ଠ ନେତା ଚିନ୍ତାମଣି ବଳ,ଜଗନ୍ନାଥ ଜେନା,ରାମକାନ୍ତ ଭଳ,ମନୁ […]

ବାସ୍ତବବ୍ୟୁରୋ:ଗତ ବୁଧବାର ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ।ତାଙ୍କ ପାର୍ଥିବ ଶରୀରକୁ ସଡ଼କ ପଥରେ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଇଥିଲା ।ଜନ୍ମମାଟିରେ ପହଂଚିବା ପରେ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଓଡିଆ ଯବାନ ରାଣା ପ୍ରତାପ। ଏହା […]

Pin It on Pinterest