ବାସ୍ତବବ୍ୟୁରୋ:(ମନୋଜ ମହାନ୍ତି)ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି, ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇ ଥିଲେ | ସ୍ବତନ୍ତ୍ର ରିଲିଫ କମିଶନର, ବିଭିନ୍ନ ବିଭାଗର ସଚିବ, ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଅତତ ବ୍ୟତିରେ ସମ୍ଭାବ୍ୟ ବାତ୍ୟାରେ, ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏହି ବୈଠକରେ ଯ଼ୋଗ ଦେଇଥିଲେ । […]

ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟଳୟ ପରିସରରେ ଏକ ୫ ଫୁଟଲମ୍ବର ଗୋଖର ସାପ ଉଦ୍ଧାର,ଉଦ୍ଧାର ପରେ ବନ ବିଭାଗକୁ ହସ୍ତାନ୍ତର l ଚାନ୍ଦବାଲି ଉପଖଣ୍ଡ ପୋଲିସ କାର୍ଯ୍ୟାଳୟଙ୍କ ପରିସରରେ ଏକ ୫ଫୁଟ ଗୋଖର ସାପକୁ ଉଦ୍ଧାର କରାଯାଇଛି, ଗୋଖର ସାପ ପରିସରରେ ଦେଖିବା ପରେ ପୋଲିସ କର୍ମଚାରୀ ମାନେ ବନ ବିଭାଗର ସାପ ଧରାଳିଙ୍କୁ ଖବର ଦେଇଥିଲେ, ସାପ ଧରାଳି ଦୁଖୀରାମ ବାବା ସାପଟିକୁ ଧରିବା ସହ […]

ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ୨୧//୦୫//୨୦୨୧ : ଆଜି ଭଦ୍ରକ ଏସ. ପି .ଚରଣ ସିଂ ମିନା ଅଚାନକ ଚାନ୍ଦବାଲି ଗସ୍ତରେ ଆସି, ଚାନ୍ଦବାଲି ବଜାର ଓ ମତୋ ବଜାର ବୁଲି କୋଭିଡ଼ କଟକଣାର ସ୍ଥିତି ଅନୁଧ୍ୟାନ କରିଥିଲେ । ଦିନକୁ ଦିନ କରୋନା ପରିସ୍ଥିତି ଭୟଙ୍କର ରୂପ ନେଉଥିବାରୁ, ସାମାଜିକ ଦୂରତା ଓ ମାକ୍ସ ପରିଧାନ ଉପରେ ଗୁରୁତ୍ୱ ସହ ଅଯଥା ଗହଳି ନ କରିବାକୁ ପରାମର୍ଶ ଦେଇଥିଲେ ଶ୍ରୀ ସିଂ। […]

ବାସ୍ତବବ୍ୟୁରୋ:(ପୁରୀ) ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାଇ, ଆଜି ରଥଖଳାରୁ ଆଉ ୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୮ ଜଣଙ୍କୁ ମିଶାଇ ମୋଟ ୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ଓ ୬ ଜଣ ଭୋଇ ସେବାୟତ ଅଛନ୍ତି | ରଥଖଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି, ଆଜି ଠାରୁ ବାୟୋ ବବଲ୍ ସୁରକ୍ଷା ବଳୟ […]

ବାସ୍ତବବ୍ୟୁରୋ:ଗୁରୁବାର ରାତିରେ ପଞ୍ଜାବର ମୋଗାରେ ଭାରତୀୟ ବାୟୁସେନାର ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ଅଭିନଭ ଚୌଧୁରୀ ସହିଦ ହୋଇଥିଲେ। ସେ ୧୭ ମାସ ପୂର୍ବରୁ ବିବାହ କରିଥିଲେ | ସେତେବେଳେ ତାଙ୍କ ବିବାହ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା | ବାସ୍ତବରେ ସେ ଶାଶୁଘରକୁ ସମ୍ମାନଜନକ ଭାବେ ଦିଆଯାଇଥିବା ନଗଦ ଟଙ୍କା ଫେରସ୍ତ କରି କେବଳ ଏକ ଟଙ୍କା ନେଇଥିଲେ। ଅଭିନାଭ ବିଶ୍ୱାସ କରୁଥିଲେ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୨୩ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୬୮୪୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୪୩୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୫୬୫୦୧ଜଣ ସୁସ୍ଥ ହୋଇ […]

ବାସ୍ତବବ୍ୟୁରୋ:ଦେଶରେ ଶୀଘ୍ର ବ୍ୟାପୁଥିବା ବ୍ଲାକ ଫଙ୍ଗସ୍ ସଂକ୍ରମଣ ମ୍ୟୁକୋର ମାଇକୋସିସ୍ ଡାକ୍ତରୀ ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ଏକ ବିରଳ ରୋଗ ପୂର୍ବରୁ ଜଣା ପଡିଛି, କିନ୍ତୁ ଏକ ମାସ ମଧ୍ୟରେ ଦେଶରେ ପାଞ୍ଚ ହଜାରରୁ ଅଧିକ ସଂକ୍ରମିତ ନଜରକୁ ଆସିଛି। ସେଥିପାଇଁ ବୈଜ୍ଞାନିକମାନେ ଭୟଭୀତ ଯେ କରୋନାର ନୂତନ ଷ୍ଟ୍ରେନ୍ ଏବଂ ଏ ରୋଗ ମଧ୍ୟରେ ଏକ ସଂଯୋଗ ଥାଇପାରେ | AIIMS ସ୍ନାୟୁବିଜ୍ଞାନ ବିଭାଗର ମୁଖ୍ୟ […]

ବାସ୍ତବବ୍ୟୁରୋ:ଓଲିଉଡ୍‌ ର ଲୋକପ୍ରିୟ ଗାୟିକା ତପୁ ମିଶ୍ର, କରୋନା ସଂକ୍ରମିତ ହୋଇଛନ୍ତି | ସେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।ଗତ ରାତିରେ ତପୁଙ୍କର ଅକ୍ସିଜେନ ଲେବୁଲ ହ୍ରାସ ଘଟିବାରୁ,କୋଭିଡ୍‌ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତପୁ ମିଶ୍ରଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ମିଳି ନଥିବା ବେଳେ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଖବର ଟ୍ୟାଗ କରି ତାଙ୍କ ଆଶୁ […]

ବାସ୍ତବବ୍ୟୁରୋ:କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ନେତା ପିନାରାଇ ବିଜୟ ଗୁରୁବାର ଦ୍ୱିତୀୟ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୨୦ ଜଣ କ୍ୟାବିନେଟ ସଦସ୍ୟ ଶପଥ ଗ୍ରହଣ କରିଥିଲେ। ତିରୁବନନ୍ତପୁରମରେ ଆୟୋଜିତ ଏକ ସରଳ ସମାରୋହରେ ସେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଦ୍ୱାରା ଶପଥ ଗ୍ରହଣ କରିଥିଲେ। କେରଳରେ ୪୫ ବର୍ଷ ପରେ ଏହା ଘଟିଛି, ଯେତେବେଳେ ଦଳ […]

ବାସ୍ତବବ୍ୟୁରୋ: ସତରେ ଦୁଃଖ ଯେତେବେଳେ ଆସେ,ତାର ବନ୍ଧୁ ସହୋଦରଃଙ୍କୁ ସାଙ୍ଗରେ ଧରି ଆସେ ଏ କଥାର ଯଥାର୍ଥତା ଆଜି, ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାରରେ ଦେଖିବାକୁ ମିଳିଛି |ମେ ମାସ ସେ ପରିବାରକୁ ଭସାଇ ଦେଇଛି ଦୁଃଖ ଦରୀଆରେ |ମେ’ ୯ ତାରିଖରେ କରୋନା ସଂକ୍ରମିତ ହୋଇ ଆଖି ବୁଜିଥିଲେ ରଘୁନାଥ ମହାପାତ୍ର।ଗତକାଲି ଅର୍ଥାତ୍ ମେ’ ୧୯ ତାରିଖରେ ପରପାରିକୁ […]

Pin It on Pinterest