ବାସ୍ତବ ବ୍ୟୁରୋ : ଆଜିଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ। ଏହି ମହୋତ୍ସବ ୨୮ ତାରିଖ ଯାଏ ଚାଲିବ। ବଲିଉଡ ଓଲିଉଡ କଳାକାରଙ୍କର ଏହି ମହୋତ୍ସବରେ ସମାଗମ ହୋଇଥାଏ।  କରୋନାର ଦୁଇ ବର୍ଷ ପରେ ବେଳାଭୂମି ମହୋତ୍ସବ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ହେବାର ସମ୍ଭାବନା। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ଟି ସିସିଟିଭି କ୍ୟାମେରା ସହ ମେଳା ମଝିରେ ଓ୍ୱାଚ୍ ଟାଓ୍ୱାର ରହିବ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ […]

ବାସ୍ତବ ବ୍ୟୁରୋ: ଆଜି(ଶନିବାର) ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ । ପାଲଲହଡ଼ା ବିଧାୟକ ମୁକେଶ ପାଳଙ୍କ ନେତୃତ୍ୱରେ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ପାଲଲହଡା ଶିବ ମନ୍ଦିରଛକରେ ଅଣ୍ଡରପାସ ନିର୍ମାଣ ଓ ୧୪୯ ନମ୍ବର ଜାତୀୟ ରାଜପଥ ପାଲଲହଡା-ପିତିରି ରାସ୍ତାର ମରାମତି ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ପାଲଲହଡ଼ା ବିଧାୟକ ମୁକେଶ ପାଳ କହିଛନ୍ତି ଯେ, “ପାଲଲହଡ଼ା ବାସୀଙ୍କ ସ୍ୱାର୍ଥକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (NHAI) ଅଣଦେଖା […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୩/୧୨/୨୦୨୨:-ଚାନ୍ଦବାଲି ସଦରରେ ଆହାରକେନ୍ଦ୍ର ପରିସରରେ ଏକ ଆପାଜି ଗାଡ଼ିରେ ଦୁଈଜଣ ଯୁବକ ଆସି ଗହଣା ବେପାରୀଙ୍କ ଗାଡ଼ିରୁ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି । ବେପରୀ ଜଣକ ଚାନ୍ଦବାଲି ଥାନାରେ ଲିଖତ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ରାଜକନିକା ଓଳାଭର ଅଂଚଳର ଗହଣା ବେପାରୀ ହୁଷିକେଶ ମହାରଣା ଚାନ୍ଦବାଲି ଅଂଚଳରୁ ବେପାର ସାରି ଆହାରକେନ୍ଦ୍ରରେ ଗାଡ଼ି […]

ବାସ୍ତବବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୁଚନା ଅନୁଯାଇ,ଆଗାମୀ ୨୪ ଘଣ୍ଟା ଭିତରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତିର ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ। କମିବ ଶୀତର ପ୍ରକୋପ।ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ କୁହୁଡି ହେବାର ସମ୍ଭାବନା ରହିଛି।  ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବାହିତ ହେଉଛି। ଏଥିପାଇଁ ରାଜ୍ୟର […]

ବାସ୍ତବ ବ୍ୟୁରୋ: ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପାଦଥାପିଛି। ଧନୁଯାତ୍ରା ପାଇଁ ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ମାନେ ଦିନରାତି ଏକ କରିଦେଇ ରିହର୍ସାଲ କରୁଛନ୍ତି।  ରିହର୍ସାଲର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ମହାରାଜ କଂସଙ୍କ ଯୁଦ୍ଧ  ଓ କଂସ ବଧର ଅଭ୍ୟାସ ଚାଲିଛି।  ମହାରାଜ କଂସଙ୍କ ପାଇଁ ରାଜ ଦରବାର […]

ବାସ୍ତବବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ସଭାକୁ କଳା କପଡ଼ା ପିନ୍ଧିଥିବା ବ୍ୟକ୍ତିଙ୍କ ପ୍ରବେଶ ବାରଣ, ସହ ପାଣିବୋତଲ,ଭ୍ୟାନିଟ୍ ବି ମନା । ଆଜି କିଛି ଏଭଳି ପରିସ୍ଥିତି ବାଲେଶ୍ୱରରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ହେଲେ ଏହି ସଭା ସ୍ଥଳକୁ ଆସୁଥିବା ବ୍ୟକ୍ତିଙ୍କୁ କଳା କପଡ଼ା ମନା ହୋଇଛି । କଳା ଟୋପି, କଳା ଓଡ଼ଣୀ, ସଲ୍, ଜ୍ୟାକେଟ୍ […]

ଜୟନ୍ତଶତପଥୀ(କେନ୍ଦ୍ରାପଡା):କେନ୍ଦ୍ରାପଡା ସହର ଉପକଣ୍ଠ କୋରୋ ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ତଥା କୋରୋ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସଂଗଠନର ଉପଦେଷ୍ଟା ଦିବଂଗତ ବାନାମ୍ବର ଜେନାଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ଦିବ୍ୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସୌଜନ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟ ଅଧ୍ୟକ୍ଷତା କରିଥିବା ବେଳେ କବି ଶୈଳଜା ଶଙ୍କର ସାମଲ ଏବଂ ବିଷ୍ଣୁଚରଣ […]

ବାସ୍ତବ ବ୍ୟୁରୋ : ଆସନ୍ତା ଜାନୁଆରି ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ ତାରିଖ ଠାରୁ କୌଣସି ଘରୋଇ ବସ୍‌ ରାସ୍ତାରେ ଗଡ଼ିବ ନାହିଁ । ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଏପରି ଚେତାବନୀ ଦେଇଛି। ଘରୋଇ ବସ୍‌ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି। ଆଜି ୮ ଦଫା ଦାବି ପୂରଣ ନେଇ ଘରୋଇ ବସ୍‌ ମାଲିକ ସଂଘର […]

ବାସ୍ତବ ବ୍ୟୁରୋ : ଚୀନରେ କୋଭିଡ୍-୧୯ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରିକି, କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ମେଡିକାଲ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଛି। ବେଜିଂର ଅନେକ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ପାଇଁ ମିଳୁନି ବେଡ୍। ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ଅଭାବ ରହିଥିବା ବେଳେ ଔଷଧ ଏବଂ ଅମ୍ଳଜାନର ସଙ୍କଟ ମଧ୍ୟ ଗଭୀର ହେବାରେ ଲାଗିଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଏସମୟର ବହୁ […]

Pin It on Pinterest