ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି। ସୂଚନାନୁଯାୟୀ,ଆଜି (ଶନିବାର) ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ । ଏହି ବୈଠକରେ ସବୁ ବିଭାଗୀୟ ମନ୍ତ୍ରୀ ଓ ସଚିବ ଉପସ୍ଥିତ ଥିଲେ । କ୍ୟବିନେଟରେ ନିଆଯାଇଥିବା ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବୃଦ୍ଧି । ଫଳରେ […]
ରାଜ୍ୟ
ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ , କଟକ ଜିଲ୍ଲା ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କଟକର ସହୀଦ ଭବନ ଠାରେ ଏକ ନାଗରିକ ସଚେତନତା ସମ୍ମିଳନୀ ରାଜ୍ୟ ପରିବହନ ବିଭାଗ ମାନନୀୟ ଆୟୁକ୍ତ ଶ୍ରୀ ଅରୁଣ ବୋଥ୍ରା,(ଭା.ପ୍ର.ସେ) ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଦ୍ବାରା ସମ୍ପାଦିତ ତଥା ସର୍ବସାଧାରଣଙ୍କ ଲାଗି […]
ଶ୍ରୀଚରଣ ନାୟକ(ନୂଆଦିଲ୍ଲୀ): ଆଜି(ବୁଧବାର) ୩ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନୀ ବିଗୁଲ୍ । ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ୩ ରାଜ୍ୟରେ କେବେ ମତଦାନ ହେବ ଓ କେବେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ, ସେ ସମ୍ପର୍କରେ ସୂଚନା ଦେଇଛନ୍ତି। ୩ଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନୀ ବିଗୁଲ ବାଜିଛି । ତ୍ରିପୁରାରେ ଫେବ୍ରୁଆରି ୧୬ ରେ ଏବଂ […]
ରାକେଶ ମହାନ୍ତି(ପାଟକୁରା): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଧନିଆପଡ୍ଡା ମାଆ ବଜ୍ର ମହାକାଳୀ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ରାଜକିଶୋର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମଙ୍ଗଳବାର ଆୟୋଜିତ ଫାଇନାଲ ମ୍ୟାଚରେ ମୁନ୍ ଇଲେଭେନ୍ ଜଗତସିଂହପୁର , ସ୍ମାଇଲ ଇଲେଭେନ ରାହାମାକୁ ହରାଇ ଚମ୍ପିୟାନ ହୋଇଛି । ପ୍ରଥମେ ମୂନ୍ ଇଲିଭେନ୍ ବ୍ୟାଟିଂ କରି କୋଡ଼ିଏ ଓଭର୍ ରେ ନଅ ଉଇକେଟ୍ ବିନିମୟରେ ୧୬୩ ରନ୍ କରିଥିଲା […]
ପ୍ରମୋଦନାୟକ(ଭୁବନେଶ୍ୱର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଗମ୍ଭୀର ହୋଇପଡିଛି । ବିଶେଷ ଭାବେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଦଳିତ, ଆଦିବାସୀ ମହିଳାମାନଙ୍କ ଉପରେ ଅତ୍ୟାଚର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି ଏବଂ ଏହାକୁ ରୋକିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇପଡିଛନ୍ତି । ଗତ ୧୧ ତାରିଖ ଦିନ ରାୟଗଡା ଡାକ୍ତରଖାନାରେ ଗର୍ଭବତୀ ଥିବା ସୁଲାବତୀ ନାଏକଙ୍କ ମୃତ୍ୟୁ ଅତ୍ୟନ୍ତ ବିଦାରକ । ସୁଲାବତୀଙ୍କ ମୃତ୍ୟୁ ପାଇଁ […]
ସଂଜୟ ଶତପଥୀ(କଟକ): ବିଜେପି କଟକ ନଗରର ଏକ ଟିମ କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ମଙ୍ଗଳବାର, ବିଡାନାସୀ ବନ୍ଧ ଛକ ବସ୍ତି ପାଖ ନାଳରେ ପଡି ମୃତ୍ୟୁ ବରଣ କରିଥିବା ୯ ବର୍ଷ ବୟସର ବାଳକ ଜୋସେଫର ପରିବାର କୁ ଭେଟି ସମବେଦନା ଜଣାଇଥିଲେ ଏବଂ ମୁକୁଳା ନାଳର ବିପଜ୍ଜନକ ସ୍ଥିତି ବୁଲି ଦେଖିଥିଲେ। ବିଜୁ ଜନତା ଦଳର ପଦାଧିକାରୀ କର୍ମକର୍ତା ଏହି ନାଳ କାମ […]
ବାସ୍ତବ ବ୍ୟୁରୋ: ବିଜୁ ବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ ଓଡ଼ିଶା ସୀମାରେ ପ୍ରବେଶ କରିଛି । ଆଜି(ବୁଧବାର) ସକାଳୁ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଲକ୍ଷ୍ମଣନାଥ ଟୋଲ ଗେଟ ପାର କରିଛି। ୩ଟି ବଡ଼ ଲରିରେ ଏହି ବିମାନକୁ ଅଣାଯାଉଛି। କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ବର ଅଣାଯିବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିଲା।ତେବେ ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି। ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର […]
ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ : ବିଜେପି * ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ । ପ୍ରମୋଦ ନାୟକ(ଭୁବନେଶ୍ୱର)୧୭/୦୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ […]
ବାସ୍ତବ ବ୍ୟୁରୋ: କଂଗ୍ରେସ ଛାଡ଼ିଲେ ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ସତ୍ୟ ପ୍ରକାଶ ନାୟକ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ, ଓଡ଼ିଶା ପାଇଁ କଂଗ୍ରେସ ତରଫରୁ ଜନତାଙ୍କ ସେବା କରି ଖୁସି ଅନୁଭବ କରୁଛି। ଇସ୍ତଫା ପତ୍ରରେ ଦଳୀୟ ନେତୃବୃନ୍ଦଙ୍କୁ ଟାର୍ଗେଟ କରିବା ସହ ଦଳରେ କନ୍ଦଳ ଭରି ରହିଥିବା ସେ ଲେଖିଛନ୍ତି। […]
ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ଗ୍ରାମ ପଞ୍ଚଯାତ ରେ ଡିଜିଟାଲ ଘର ନମ୍ବର ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଗଣେଶପୁର ଗ୍ରାମରୁ ଆରମ୍ଭ କରାଯାଇଥିଲା ବେଳେ,ଏହାକୁ ଉଦଘାଟନ କରିଥିଲେ ଚାନ୍ଦୋଳ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର କୁମାର ମଳିକ ଓ ସମିତି ସଭ୍ୟା ମଞ୍ଜୁଲତା ମିଶ୍ର । ଏହା ଏକ ଘରର ପରିଚୟ ପତ୍ର ଅଟେ ଯାହାକି କୌଣସି ଘରର ଏକ ନିର୍ଦିଷ୍ଟ ଠିକଣା କୁ ଦର୍ଶାଇବ, ଏହା […]


