ବଲାଙ୍ଗୀର ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସର ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ…

ବଲାଙ୍ଗୀରି(ବାସ୍ତକଥା): ବଲାଙ୍ଗୀର,ଜାତୀୟ ପଞ୍ଚାୟତି ରାଜ ଦିବସ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍ ଠାରେ ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଏହି ଦିବସ କୁ କିଭଳି ସୁଦୃଢ଼ୀକରଣ କରାଯିବ ସେ ନେଇ ଗୁରୁତ୍ଵ ଦେଇଥିଲେ । ରାଜନୈତିକ ଜୀବନ ଏକ ସରପଞ୍ଚ ହୋଇ ସେ ଆରମ୍ଭ କରିଥିଲେ ବୋଲି ପ୍ରକାଶ କରିଥିଲେ। ୧୯୯୭ ମସିହା ରେ ସେ ସରପଞ୍ଚ ଥିବା ବେଳେ ଗୋଟିଏ ପଞ୍ଚାୟତ କୁ ମାତ୍ର ୧୦ ରୁ ୧୨ ଗୋଟି ଇନ୍ଦିରା ଆବାସ ଗୃହ ପ୍ରଦାନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଏବେ ଡବଲ ଇଞ୍ଜିନ ସରକାର ହେବା ପରେ ଲୋକଙ୍କର ସ୍ଥିତି ବଦଳି ଯାଇଛି। ବର୍ତ୍ତମାନ ପଞ୍ଚାୟତ ବ୍ୟବସ୍ଥା ରେ ସବୁ ସମସ୍ୟା ଗୁଡିକ ର ସମାଧାନ ହୋଇ ପାରୁଛି ବୋଲି ସେ ମତପ୍ରକାଶ କରିଥିଲେ।

ଆବାସ ଯୋଜନା ରେ ୫୦,୧୬୪ ଜଣ ହିତାଧିକାରୀ ଙ୍କ ଆକାଉଣ୍ଟକୁ ରେ ଟଙ୍କା ଯାଇଛି ଓ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟ ର ପ୍ରତିଟି ଗ୍ରାମ କୁ ରାସ୍ତା,ପାଣି ଓ ବିଜୁଳି ସୁବିଧା ଉପଲବ୍ଧ ହେବ ବୋଲି ଦୃଢ଼ତାର ସହ କହିଥିଲେ।ଏ‌ହି କାର୍ଯ୍ୟକ୍ରମ ରେ ସେ ୫୮୦ କୋଟି ଟଙ୍କା ର ବିଭିନ୍ନ ପ୍ରକଳ୍ପ ଜିଲ୍ଲାବାସୀଙ୍କୁ ଭେଟିଦେଇଥିଲେ ।

ସେୟାର କରନ୍ତୁ

Next Post

ହିନ୍ଦୋଳ,ଏସଟିଏଫ'ର ଅତର୍କିତଚଢ଼ାଉ ଲକ୍ଷାଧିକଟଙ୍କାର ଗଞ୍ଜେଇ ଜବତ...

Sat Apr 25 , 2026
ହିନ୍ଦୋଳ(ବାସ୍ତବକଥା):-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଏସଟିଏଫ ଟିମ ରାତିଅଧରେ ଚଢ଼ାଉକରି ଜବତ କରିଛି ବିପୁଳପରିମାଣରେ ଗଞ୍ଜେଇ।ଖବରରୁ ପ୍ରକାଶ ବିପୁଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ ଟିମର ୭ଜଣିଆ ଟିମ ହିନ୍ଦୋଳଥାନା କଂସରା ପଂଚାୟତ ଆମ୍ବିଠି ଗ୍ରାମ ନିକଟ ବନଦୁର୍ଗା ମନ୍ଦିର ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉକରି ଏକ ଗାଡ଼ିରୁ ୧. ୫୩କ୍ୱିଣ୍ଟାଲ ଗଂଜେଇ ଜବତ କରିଥିବାବେଳେ ଚେପଟିଗାଡ଼ିଆ ଅଞ୍ଚଳର ସନାତନ ନାୟକଙ୍କ ପୁଅ […]

You May Like

Pin It on Pinterest