
ପୁରୀ(ଜୟକୃଷ୍ଣ ଦାସ): ଆଜି ସନ୍ଧ୍ୟା ପ୍ରାୟ ୫ଟା ୫୫ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସର ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ଖବର ନଜରକୁ ଆସିଥିଲା। ସିଂହଦ୍ୱାର ଥାନା ପୋଲିସ ଓ ଏକ ସ୍ୱତନ୍ତ୍ର ଟିମ୍ ତତ୍କ୍ଷଣାତ୍ ଡ୍ରୋନ୍ଟିକୁ କାବୁ କରିବା ପାଇଁ କାର୍ଯ୍ୟରତ ହୋଇଥିଲେ।
ଏହି ଅଭିଯାନ ମଧ୍ୟରେ ଧାନକୁଟି ସାହି ଗଳି ଅଞ୍ଚଳରୁ ଜଣେ ବ୍ୟକ୍ତି ଡ୍ରୋନ୍ଟିକୁ ଅପରେଟ୍ କରୁଥିବା ବେଳେ ଚିହ୍ନଟ ହୋଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଝାଡ଼ଖଣ୍ଡ ରାଜ୍ୟ ଦିପୁ କୁମାର ଯାଦବ (25) ବୋଲି ଜଣାପଡ଼ିଛି। ବର୍ତ୍ତମାନ ସେ ସିଂହଦ୍ୱାର ଥାନାରେ ଅଟକ ଅଛନ୍ତି ଏବଂ ଆଗାମୀ ଆଇନ ଅନୁଯାଇ ପଦକ୍ଷେପ ଗ୍ରହଣ କରାଯିବ।




