
ରାଉରକେଲା(ବଳିଆ ନାୟକ): ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି।ଆଜି ଆମ ଗାଁ ର ଝିଅ ନୂଆଗାଁ ବ୍ଲକ ଲିମଡା ପଞ୍ଚାୟତ ର କିରଣ ଏକ୍କା ଟୋକୟୀ ଠାରେ ଅଣ୍ଡର-୧୮ ଜାତୀୟ ସ୍ତରରେ ବ୍ରୋଞ୍ଜ ମେଡଲ ହାସିଲ କରିଛନ୍ତି।ତାଙ୍କର ପରବର୍ତୀ ପ୍ରତିଯୋଗିତା ଓମାନ ରେ ହେବାକୁ ଯାଉଛି ଏବଂ ସେ ବୀରମିତ୍ରପୁର ବିଧାୟକଙ୍କୁ ହକି ଷ୍ଟିକ୍ ପାଇଁ ଅନୁରୋଧ କରିଥିଲେ।
ଏହି ପରିପେକ୍ଷୀରେ ଆଜି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀ ନିଜେ ହକି ତାଲିମ କେନ୍ଦ୍ର ସୁନ୍ଦରଗଡ଼ କୁ ଯାଇ କିରଣ ଏକ୍କା କୁ ହକି ଷ୍ଟିକ୍ ପ୍ରାଦନ କରିଛନ୍ତି ଏବଂ ଅଗାମି ଦିନରେ ସେ କେମିତି ଦେଶରେ ଆମ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀର ନା ରଖିବ ଆଜି ଛୋଟ ଭେଟି – ହକି ଷ୍ଟିକ୍। କାଲି ତୁମେ ଦେଶ ପାଇଁ ସୁନା ଆଣିବ, ଏଇ ବିଶ୍ୱାସ ଅଛି। ଆଗେଇ ଚାଲ। ଏହି ପରାମର୍ଶ ଦେଇଥିଲେ ବିଧାୟକ।




