ବରଗଡ୧୮/୦୮(ନବୀନ କୁମାର ଦାଶ):ଗନ୍ଧମାର୍ଦ୍ଦନ ଅଂଚଳ ପରିଦର୍ଶନ କରିବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ସାଂସଦ ପ୍ରଦୀପ ପୁରୋହିତ।ଆଜି ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ଭେଟି ନିମନ୍ତ୍ରଣ କଲେ ପ୍ରଦୀପ ପୁରୋହିତ।ଏହାସହ ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆସିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ କଲେ ବରଗଡ଼ ସାଂସଦ। ସାକ୍ଷାତ ସମୟରେ ଗନ୍ଧମାର୍ଦ୍ଦନକୁ ନେଇ ହୋଇଥିବା ଐତିହାସିକ ଆନ୍ଦୋଳନକୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋ ଚନା କରିଥିଲେ।ଦେଶ ସ୍ୱାଧୀନ ହେବା ପରେ […]
BJP Odisha
ସଂଜୟ ଶତପଥୀ(କଟକ): ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥି ଅବସରରେ ଜୁଡ଼ିସୀଆଲ ଗୋଲେଇ ଛକ ରେ ଥିବା ତାଙ୍କ ପୂର୍ଣ୍ଣାବୟବ ମୂର୍ତ୍ତିରେ କଟକ ନଗର ଭାଜପା କାର୍ଯ୍ୟକର୍ତ୍ତା ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭାଜପା ନେତା ଲଲାଟେନ୍ଦୁ ବଡୁ, ରଶ୍ମିରେଖା ଦାସ, ଇନ୍ଦ୍ରମଣି ମଲ୍ଲିକ,ମହମ୍ମଦ ସବୀର, ସୁବାଷ ମହାନ୍ତି, ବିଶିଷ୍ଟ ମୂର୍ତ୍ତି ଶିଳ୍ପୀ ପ୍ରଫେସର ରବି ରଥ, ଇଂ ହରିଚନ୍ଦନ […]
ବରଗଡ଼୧୬/୦୮(ନବୀନ କୁମାର ଦାଶ):ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ? ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାର୍ଡ ନଂ -୯ ଲାଦେର ପାଲି ବସ୍ତି ବନ୍ଦପଡା ସ୍କୁଲ ଦେଇ(ଜଳା ଶୟ)ବଡକଣ୍ଟା କୁ ଯିବା ରାସ୍ତା ରେ ୧୯୯୮ମସିହା ପଞ୍ଚାୟତ ଶାସନ କାଳରେ ୧୫ହଜାର ସରକାରୀ ଓ ଗାଆଁ ପାଣ୍ଠି ରୁ ୮ହଜାର ସମୁଦାୟ ୨୩ହଜାର ଟଙ୍କା ଖର୍ଚ୍ଚ ରେ ପୋଲ ଟି ତିଆରି ହୋଇଥିଲା।ଯାହା ଦୀର୍ଘ ୨୭ବର୍ଷ […]
ଭୁବନେଶ୍ବର(ନି.ପ୍ର):ପରାମର୍ଶ ଦେଲେ ରାଜ୍ୟପାଳ,ସହମତି ଜଣାଇଲେ ସରକାର ।୨୦୨୬ରେ ପଞ୍ଚାୟତର ହେବ ପୁନର୍ଗଠନ । ଲୋକଙ୍କୁ ସହଜରେ ମିଳିବ ସରକାରୀ ସୁବିଧା । ତୃଣମୂଳସ୍ତରରେ ପହଞ୍ଚିବ ସରକାରୀ ଯୋଜନା । ପଞ୍ଚାୟତସ୍ତରରେ ଜଣିଏ ବି ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେବେନି । ଏହି ଲକ୍ଷ୍ୟକୁ ପୂରା କରିବାକୁ ପଞ୍ଚାୟତ ସଂଖ୍ୟା ବୃଦ୍ଧି ଫର୍ମୁଲା ଦେଇଥିଲେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି । ରାଜ୍ୟପାଳଙ୍କ ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରିବା ସହ […]
ସଂଜୟ ଶତପଥୀ(କଟକ): ଲୋକସଭା ସାଂସଦ ଡଃ ଭର୍ତ୍ତୃହରି ମହତାବ,ସମ୍ମାନସୂଚକ ଡକ୍ଟରେଟ ଉପାଧି ରେ ଭୂଷିତ ହେବା ପରେ,ଡଃ ମହତାବଙ୍କ ସହ କିଛି ଅଭୁଲା ଭାଇଚାରାର ନିଦର୍ଶନ ଅର୍ପଣ କରୁଛନ୍ତି, ବିଶିଷ୍ଟ ସମାଜସେବି ତଥା ଓଡିଶା ଉତ୍କଳ ବାହିନୀ ର ରାଜ୍ୟ ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ।
କଟକ(ସଂଜୟ ଶତପଥୀ)୧୨/୮: ସିଡିଏ ସେକ୍ଟର-6 ମା’ ମଙ୍ଗଳା ଉଠାଦୋକାନୀ ସଂଘର ସଦସ୍ୟ ଜିତେନ୍ଦ୍ର ସାସମଲ(38) ଆତ୍ମହତ୍ୟା ଉଦ୍ୟମ କରି କଟକ ବଡ ମେଡ଼ିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡିଛି ।ଏହି ଘଟଣା ପ୍ରଚାରିତ ହେବା ପରେ ମର୍କତନଗର ସମେତ କଟକ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି । କଟକ ଉଠାଦୋକାନୀ ମହାସଙ୍ଘ ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତି ଖବର ପାଇବା ପରେ ଗଭୀର ଉଦବେଗ ପ୍ରକାଶ କରିଥିଲେ ।ପରିବାର […]
ବରଗଡ଼୧୧/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଙ୍କ ସମେତ ପଦ୍ମପୁର ଉପଜିଲ୍ଲା ପାଳ ଅରୁଗୁଲା ସ୍ନେହା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ମହନ୍ତ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।ସୂଚନାଯୋଗ୍ୟକି,ଉକ୍ତ ଶିବିର ରେ ଜଳସେଚନ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ,ରାସନ କାର୍ଡ,ବାର୍ଦ୍ଧକ୍ୟ […]
କଟକ(ସଂଜୟ ଶତପଥୀ): ଆଗାମୀ ଅଗଷ୍ଟ ୧୪ ତାରିଖ ରେ ସମଗ୍ର ଭାରତବର୍ଷରେ ପାଳିତ ହେବାକୁ ଯାଉଛି ଅଖଣ୍ଡ ଭାରତ ସଂକଳ୍ପ ଦିବସ। ସ୍ଵାଭିମାନୀ ହିନ୍ଦୁ ପ୍ରେମୀଙ୍କୁ ଏକାଠି କରିବାର ତଥା ନେତାଜୀଙ୍କ ସ୍ବପ୍ନ “ଅଖଣ୍ଡ ଭାରତ” ଗଠନ ର ସ୍ବପ୍ନ କୁ ସାକାର କରିବା ଲାଗି ଆଜି କଟକ ଲିଙ୍କ ରୋଡ଼ ସ୍ଥିତ ସୁଲୋଚନା ସେବା ସଂଘ କାର୍ଯ୍ୟାଳୟ ଠାରେ ସଂଘ ର ସଭାପତି ଶ୍ରୀ ସୁଶାନ୍ତ କୁମାର ପାତ୍ର […]
ବରଗଡ଼୦୭/୦୮(ନବୀନ କୁମାର ଦାଶ):ବରଗଡ଼ ଓ ଝାରସୁଗୁଡ଼ାର ଉପାନ୍ତ ଅଂଚଳ ରେ ମିଳୁନି ବିଏସଏନଏଲ ସୁବିଧା।ଏନେଇ କେନ୍ଦ୍ର ଯୋଗା ଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତିି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଏହି ଦୁଇ ଜିଲ୍ଲାର ଉପାନ୍ତ ଅଂଚଳରେ ନେଟୱର୍କ ସେବାର ଉନ୍ନତି ଏବଂ ବିଏସଏନଏଲ ନେଟୱର୍କର ଅପଗ୍ରେଡେସନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କୁ ଭେଟି ଦାବି କଲେ ବରଗଡ଼ ସାଂସଦ ପ୍ରପଦୀପ ପୁରୋହିତ।ବିଶେଷକରି ବରଗଡ଼ ଓ […]
ବରଗଡ଼୦୬/୦୮(ନବୀନ କୁମାର ଦାଶ):ବୋର୍ଡ଼ ଅଫ ସେକେଣ୍ଡାରୀ,ଓଡ଼ିଶା (BSE, Odisha )ଙ୍କ ଅପାରଗତା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଗତ ତା:୨୦.୦୭.୨୦୨୫ ରବିବାର ଦିନ ହେବାକୁ ଥିବା ସ୍ବତନ୍ତ୍ର ଶିକ୍ଷକ ଚୟନ ପରୀକ୍ଷା ବା OSTET ପ୍ରଶ୍ନପତ୍ର ଶନିବାର ମଧ୍ୟ ରାତ୍ରରେ ପଦାରେ ପ୍ରଘଟ ହୋଇଥିଲା ଏବଂ ପରୀକ୍ଷା କୁ ରାତାରାତି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇ ଥିଲା।ଆସନ୍ତା ରବିବାର ରେ ହେବାକୁ ଥିବା ପରୀକ୍ଷା ପାଇଁ ଅସନ୍ତୋଷ ର […]


