ଆଦିତ୍ଯ ବେହେରା(ଭୁବନେଶ୍ବର): ପଦ୍ମଶ୍ରୀ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି। ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ […]
Odishanews
ଆଦିତ୍ଯ ବେହେରା(ଭୁବନେଶ୍ବର): ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ, ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ବଢାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ […]
ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ପୂଣ୍ୟତୋୟା ଭାରତବର୍ଷ ପକ୍ଷରୁ ବିଶ୍ବ ମହିଳା ଦିବସ ମହାସମାରୋହରେ ୪୨ ମୈାଜାସ୍ଥିତ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାନେତ୍ରୀ ସୁଶ୍ରୀ ସ୍ବୟଂଶ୍ରୀ ରାୟଙ୍କ ପୈାରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀ ସନ୍ତୋଷ ଦେବତା ଓ ବନ୍ତେଶ୍ବର ସେବା ସମିତିର ସମ୍ପାଦକ ଶ୍ରୀ ଅମିତାଭ ବିଶ୍ବାଳ ପ୍ରାରମ୍ଭରେ […]
ଆଦିତ୍ଯ ବେହେରା(ଭୁବନେଶ୍ୱର): ୦୨/୦୩/୨୦୨୪-ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବ ରାତ୍ରିର ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ସର୍କିଟ ହାଉସ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପ୍ରଶାସନିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏ ବର୍ଷର ମହାପ୍ରଭୁଙ୍କ ଜାଗର ଯାତ୍ରାକୁ ମହାଆଡ଼ମ୍ବରରେ ଶାନ୍ତିଶୃଙ୍ଖଳାର ସହ […]
ଆଦିତ୍ଯ ବେହେରା(ଭୁବନେଶ୍ବର): ୩/୩/୨୦୨୪-ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ୟୁନିଟ ୩ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଶିକ୍ଷାବିତ୍ ତଥା ସୁସାହିତ୍ଯିକା ସନ୍ଧ୍ୟା ରାଣୀ ପରିଜା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାର ସଂଯୋଜିକା ତଥା ସୁସାହିତ୍ଯିକା ଶ୍ରୀମତୀ ରାଜଶ୍ରୀ ମହାନ୍ତି ଯୋଗ ଦେଇଥିଲେ। ଶ୍ରୀଜଗନ୍ନାଥ ଙ୍କୁ ସମୂହ ପ୍ରଦୀପ ପ୍ରଜ୍ଜ୍ବଳନ ପରେ ମୁଖ୍ୟ […]
ଆଦିତ୍ଯ ବେହେରା(ଭୁବନେଶ୍ୱର) :ବହୁଦିନର ଦାବୀ ପରେ ଆଜି କେନ୍ଦ୍ରାପଡ଼ାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ପାରାଦୀପ-ହରିଦାସପୁର ରେଳ ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ । ପାରାଦୀପରୁ କେନ୍ଦ୍ରାପଡା ଦେଇ କେନ୍ଦୁଝରକୁ ମେମୋ ଟ୍ରେନ୍ ଚାଲିବ । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ପତାକା ଦେଖାଇ ଏହି ଟ୍ରେନ୍ର ଶୁଭାରମ୍ଭ କରାଯିବ । ୨୦୨୦ ମସିହାରୁ ପାରାଦୀପ-ହରିଦାସପୁର ରେଳ ଲାଇନ୍ […]
ସଂଜୟ ଶତପଥୀ(କଟକ)ତା୩/୦୩/;– ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ଓ ହିରୋ ସାଇକେଲ କମ୍ପାନୀର ମିଳିତ ଆନୁକୂଲ୍ଯରେ ଏକ ପରିବେଶ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମ କଟକ ନୂଆବଜାରସ୍ଥିତ ଗୋପାଳ କ୍ରୁଷ୍ଣ ଗୋଶାଳରୁ ଆରମ୍ଭ ହୋଇ ଗଣ୍ଡରପୁରସ୍ଥିତ ହିରୋ ସାଇକେଲ କମ୍ପାନୀର ସ୍ପିଡ୍ ହ୍ୱିଲ୍ସ୍ ସୋ ରୁମଠାରେ ଶେଷ ହୋଇଥିଲା l ଏହି କାର୍ଯ୍ଯକ୍ରମକୁ ରୋଟାରୀ ମିଲେନିୟମର ସଭାପତି ପ୍ରଦୀପ ମହାନ୍ତି ଉଦଘାଟନ କରି […]
ଆଦିତ୍ଯ ବେହେରା(ଭୁବନେଶ୍ୱର) :ଆଜି ନିର୍ମାଣ ଶ୍ରମିକମାନଙ୍କ ପେନ୍ସନ ବୃଦ୍ଧି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପେନ୍ସନ ରାଶିରେ ବୃଦ୍ଧି କରାଯାଇଛି । ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍ସନ ଯୋଜନାରେ ଉପକୃତ ହେଉଛନ୍ତି । ସୂଚନାଯୋଗ୍ୟଯେ, ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କ ଜିଲ୍ଲା […]
ସଂଜୟ ଶତପଥୀ(କଟକ):ବହୁ ପ୍ରତିକ୍ଷା ପରେ କଟକ ରୁପା ତାରକସୀକୁ ମିଳିଲା ଜିଆଇ ଟ୍ୟାଗ୍। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ କଟକ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।ରୁପା ତାରକସୀକୁ ଜିଆଇ ଟ୍ୟାଗ୍ ମିଳିବା ଖବର ପାଇବାପରେ କାରିଗରଙ୍କ ମଧ୍ୟରେ ଖୁସିର ଲହର ଖେଳିଛି। ଏହି ମାନ୍ୟତା ତାରକସୀ କାରୁକାର୍ଯ୍ୟକୁ ଏକ ନୂତନ ପରିଚୟ ଦେବ ବୋଲି କଟକର ରୂପା କାରୀଗର ଆଶା […]


