ଝିଅମାନେ ବି ପଢିପାରିବେ ସୈନିକ ସ୍କୁଲରେ…ସରକାରଙ୍କ ନୂଆ ନିୟମ

ବାସ୍ତବ ବ୍ୟୁରୋ :ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢିପାରିବେ । ଏଥିଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମତି ଦେଇଛନ୍ତି । ଆସନ୍ତା ୨୦୨୧-୨୨ ଶିକ୍ଷା ବର୍ଷରୁ ଦେଶର ବିଭିନ ସ୍ଥାନରେ ଥିବା ସୈନିକ ସ୍କୁଲରେ ବାଳିକାମାନଙ୍କୁ ଗ୍ରହଣ କରାଯିବ ।

କେନ୍ଦ୍ର ସରକାର ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେଉଥିବାରୁ ସୈନିକ ସ୍କୁଲଗୁଡ଼ିକରେ ବାଳିକାମାନଙ୍କୁ ଅନୁମତି ଦେବାକୁ କେନ୍ଦ୍ର ସରକାର କିଛି ବର୍ଷ ତଳେ ନୀତିଗତ ନିଷ୍ପତ୍ତି ନେଇଥିଲେ । ଏହା ଅନୁଯାୟୀ ଦୁଇ ବର୍ଷ ତଳେ ଏକ ପାଇଲଟ ପ୍ରକଳ୍ପ ମିଜୋରାମର ଛିଙ୍ଗଚିପ ସୈନିକ ସ୍କୁଲରେ ଆରମ୍ଭ କରାଯାଇ ବାଳିକାମାନଙ୍କୁ ଅନୁମତି ଦିଆଯାଇଥିଲା । ଏହି ପାଇଲଟ ପ୍ରକଳ୍ପର ସଫଳତା ପରେ ସାରା ଦେଶରେ ଏହାକୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ସୈନିକ ସ୍କୁଲଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଓ ମହିଳା କର୍ମଚାରୀ ନିଯୁକ୍ତ କରିବାକୁ ରାଜନାଥ ନିର୍ଦ୍ଦେଶ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Oct 19 , 2019
୧-ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଚାଲାଣ ହେଉଥିବାବେଳେ ୬ ନାବାଳିକା ଉଦ୍ଧାର, ଦଲାଲକୁ ଅଟକ ରଖି ପଚରାଉଚରା କରୁଛି ରେଳବାଇ ପୋଲିସ୍। ୨-ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା।ସେ ଜଣେ ମହାକାଶ ଉଦ୍ୟୋଗୀ (space entrepreneur) ଓ ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମର ଚେୟାର୍‌ପର୍ସନ । ୩-ଅନୁଗୋଳ:ନାଲକୋରେ କୋଇଲା ସଙ୍କଟ; ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ୩ଟି ୟୁନିଟ ବନ୍ଦ। ୪-ମୟୂରଭଞ୍ଜ:ଦୁର୍ଘଟଣାରୁ ବର୍ତିଲେ ରାଜ୍ୟପାଳ,୬ରୁ ଅଧିକ ସୁରକ୍ଷା କର୍ମୀ ଆହତ। ୫-କିଟ୍ ଓ […]

You May Like

Pin It on Pinterest