ଦଶ ହଜାର ସ୍କୋୟାର ଫୁଟର ତିନି ଠାକୁରଙ୍କ ଚିତ୍ର…

ନବୀନ କୁମାର୍ ସାହୁ(ଜଳେଶ୍ବର)ବିଶ୍ୱକୁ ଏପରି ଏକ ବିପଦ ଗ୍ରାସ କରିଛି ଯେ ମଣିଷ ର ସୁଖ ,ଶାନ୍ତିକୁ ଛଡାଇ ନେଇଛି। ଏପରିକି ବର୍ଷରେ ଥରେ ଜଗତର କର୍ତା, ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରି ଯେଉଁ ଶାନ୍ତି ଟିକକ ମଣିଷ ପାଉଥିଲା ତାହାକୁ ମଧ୍ୟ ଛଡାଇ ନେଇଛି। କରନା ମହାମାରୀ ଲୋକଙ୍କ ପର୍ବ ପର୍ବାଣୀ ଉପରେ ଅଙ୍କୁଶ ଲଗାଇଦେଛି। ପବିତ୍ର ରଥ ଯାତ୍ରାକୁ ପାଳନ କରି ନ ପାରି ମଣିଷ ଯେଉଁ ଦୁଃଖରେ ରହିଥିଲା ତାର କିଛିଟା ଦୁଃଖ ପ୍ରଶମିତ କରିବାପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ଜଳେଶ୍ୱର ବ୍ଲକର ବେହେରାସାହି ଗ୍ରାମର ଅଜୟ ଘୋଷ ।

ପବିତ୍ର ରଥଯାତ୍ରାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଅଜୟ ଘୋଷ ଓ ତାଙ୍କ ଟିମ |ବିଭିନ୍ନ ରଙ୍ଗର ମୁରୁଜରେ ଦଶହଜାର ସ୍କୋୟାର ଫୁଟର ତିନି ଠାକୁରଙ୍କ ଚିତ୍ର ଅଙ୍କନ କରିଛନ୍ତି । ବାଲେଶ୍ବର ଜଳେଶ୍ବର ଶିଳ୍ପୀ ଅଜୟ ଘୋଷ । ଏକ ନିଆରା କୃତିତ୍ୱ ପ୍ରୟାସ ରେ ଅଜୟ ଘୋଷ କବି ଦୀନକୃଷ୍ଣ ଙ୍କ ଜନ୍ମ ମାଟିରେ ରଥଯାତ୍ରା ଉପଲକ୍ଷେ ମୁଣତୁଣିଆ ହାଇସ୍କୁଲ ପଡ଼ିଆରେ ଅଜୟ ଘୋଷ ଏବଂ ତାଙ୍କ ସହଯୋଗୀ ମନେ ପ୍ରାୟ ୧୦ ହଜାର ସ୍କୟାର ଫୁଟର ତିନି ଠାକୁରଙ୍କ ସହ ତିନି ମୂର୍ତି ସହିତ ରଥ ମୁରୁଜରେ ଅଙ୍କନ କରିବା ସହିତ ଅଜୟ କୁମାର ଘୋଷଙ୍କର ଏକ ୟୁ ଟୁବ ଚେନାଲ ମଧ୍ୟ ଉଦ୍ଘାଟନ କଲେ ଜଳେଶ୍ବର ବିଧାୟକ ଅଶ୍ୱନି କୁମାର ପାତ୍ର ଯାହାର ନାମ ଅଜୟ କ୍ରିଏଟିଭ ଆର୍ଟସ । ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରସଂଶା ସାଉଁଟିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Tue Jul 13 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୩୬୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୪୯୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୧୫୪୦୦ ଜଣ ସୁସ୍ଥ ହୋଇ […]

You May Like

Pin It on Pinterest