କାର୍ଗିଲ ସହିଦ ଦିବସରେ ସହିଦ ନିରଞ୍ଜନ ବେହେରାଙ୍କୁ ପ୍ରଶାସନ ପକ୍ଷରୁ କେବଳ ଫୁଲ ହାରଟିଏ…

  • କାର୍ଗିଲ ସହିଦ ଦିବସ , ଦେଶ ପାଇଁ ପ୍ରାଣବଳୀ ନେଇଥିଲେ ଭଦ୍ରକ ଜିଲ୍ଲାର ଏକମାତ୍ର କାର୍ଗଲ ସହିଦ ନିରଞ୍ଜନ ବେହେରା , ୨୨ ବର୍ଷ ପରେ ଆରମ୍ଭ ହୋଇ ପାରିଲାନି ତାଙ୍କର ସ୍ମୃତି ପିଠର ନବୀ କରଣ କାର୍ଯ୍ୟ

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି), ବିଦେଶୀ ପାକିସ୍ତାନୀ ସେନାଙ୍କ କବଳରୁ ଭାରତର କାର୍ଗଲ ରଣକ୍ଷେତ୍ରରୁ ମୁକୁଳାଇବା ପାଇଁ ଶତ୍ରୁ ଗୁଳିରେ ଯେଉଁ ବୀର ଯବାନ ମାନେ ଶହୀଦ ହୋଇଗଲେ ସେମାନଙ୍କ ମଧ୍ୟରୁ ରାଜ୍ୟର ନବମ ଓ ଭଦ୍ରକ ଜିଲ୍ଲାର ଏକମାତ୍ର କାର୍ଗିଲ ଯୁଦ୍ଧରେ ସହିଦ ହେଲେ ଚାନ୍ଦବାଲି ବ୍ଲକ ଉତୁକୁଡା ପଂଚାୟତର ପାଙ୍ଗୁଡା ଗ୍ରାମର ଓଡିଆ କାର୍ଗିଲ ଶହୀଦ ହେଲେ ନିରଞ୍ଜନ ହେହେରା । ତାଙ୍କ ପାଇଁ ଆଜି ଚାନ୍ଦବାଲ ମାଟି ଗର୍ବିତ, ଦେଶ ପାଇଁ ପ୍ରଣବଳୀ ଦେଇ ସେ ଯେଉଁ ଅମର ଗାଥା ଲେଖୁଦେଇ ଗଲେ ଆଜିର ପିଡ଼ି ତାଙ୍କର ଏହି ଅମର ଗାଥାକୁ ମନେ ପକେଇ ନିଜ ମାଟି ପାଇଁ ଗୈରବ ଗାଥା ବଖାଣୁଛନ୍ତି । ସେହି ବୀର ଯବାନଙ୍କ ଗାଥାକୁ ମନେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଯାଏ ସହିଦ ନିରଞ୍ଜନ ବେହେରାଙ୍କ ସ୍ମୃତିପିଠ ହୋଇ ପାରିଲା ନାହିଁ ।

୧୯୯୯ ମସିହା ଜୁଲାଇ ୨୬ ତାରିଖରେ କାର୍ଗିଲ ଶହୀଦ ନିରଞ୍ଜନ ଦେଶ ଓ ଜାତି ପାଇଁ ପ୍ରାଣବଳୀ ଦେଇଥିଲେ ହେଁ, ଦୀର୍ଘ ୨୨ବର୍ଷ ଧରି ପ୍ରଶାସନ ଏଥ୍ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ଅଂଚଳବାସୀଙ୍କୁ ମର୍ମାହତ କରିଛି । ଶହୀଦ ନିରଞ୍ଜନ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ତତ୍‌କାଳୀନ ବିଧାୟକ ଓ ପ୍ରଶାସନ ଯେଉଁ ଭଳି ଭାବରେ ପାଳନ କରିଥିଲେ ତାହା ପର ବର୍ଷଠାରୁ ତାଙ୍କୁ ସେପରି ସମ୍ମାନ ପ୍ରଦର୍ଶନ କରାଯାଉ ନାହିଁ କିମ୍ବା ତାଙ୍କ ଶ୍ରାଦ୍ଧ ବାର୍ଷିକରେ ସ୍ମୃତିସଭା ଟିଏ ମଧ୍ୟ ହୋଇ ପାରୁନାହିଁ । କେବଳ ପ୍ରଶାସନ ପକ୍ଷରୁ ସହିଦଙ୍କ ଶ୍ରାଦ୍ଧ ବାର୍ଷିକରେ ଫୁଲ ହାରଟିଏ ଦେଇ ସେତିକିରେ କାମ ସାରି ଦେଉଛି ପ୍ରଶାସନ ।

କାର୍ଗିଲ ଶହୀଦ ନିରଞ୍ଜନ ତାଙ୍କ ନିଜସ୍ବ ଗ୍ରାମ ପାଙ୍ଗୁଡା ସ୍ଥିତ ଶହୀଦ ସ୍ମୃତି ସ୍ତମ୍ଭ ଏବଂ ଶହୀଦ ସ୍ମୃତିପୀଠ ଅବହେଳିତ ଅବସ୍ଥାରେ ୨୨ ପଡି ରହିବା ପରେ ଶହୀଦଙ୍କ ସ୍ତମ୍ଭରେ ଏବେବି ନବୀ କରଣ କାର୍ଯ୍ୟ ଆରମ୍ଭ ହୋଇପାରିଲାନି । ଏବେ ସେହି ଶହୀଦ ସ୍ମୃତିପୀଠ ଚର୍ତୁପାର୍ଶ୍ଵରେ ବର୍ଷା ଦିନରେ ଆଂଟୁଏ ପାଣି ଘେରି ରହୁଛି । ଏଥ୍ନେଇ ଚାନ୍ଦବାଲି ଅଂଳରୁ ବହୁ ବୁଦ୍ଧୀଜୀବୀ ଏହି ଶହିଦ ନିରଞ୍ଜନ ପିଠର ଭିତିଭୂମିର ବିକାଶ କରିବା ସହ ପ୍ରତିବର୍ଷ ପ୍ରଶାସନ ପକ୍ଷରୁ ସ୍ମୃତିସଭାଟିଏ କରିବାକୁ ଦାବୀ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Jul 27 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୦୮୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୭୪୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୭୩୮୧ ଜଣ ସୁସ୍ଥ […]

You May Like

Pin It on Pinterest