ମାମଲା ଶୁଣାଣିର ସିଧା ପ୍ରସାରଣ ଦେଖିପାରିବେ ସାଧାରଣ ଜନତା- ହାଇକୋର୍ଟ…

କଟକ:(ଦୀପକ୍ କୁମାର ବେଉରା) ସଧାରଣ ଲୋକେ ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ । ଏନେଇ ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ, ୨୦୨୧’ ଅନୁଯାୟୀ ଆଇନ ପ୍ରଣୟନ କରାଯାଇଛି । ଏହା ଅଗଷ୍ଟ ମାସ ରୁ କାର୍ଯ୍ୟକାରୀ ହେବ । ମାମଲା ଶୁଣାଣି ପ୍ରକ୍ରିୟା ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କାର୍ଯ୍ୟ ହାଇକୋର୍ଟଙ୍କ ଦ୍ବାରା ଅନୁମତିପ୍ରାପ୍ତ ବ୍ୟକ୍ତି/କର୍ମଚାରୀ କରିବେ । ମାମଲା ଶୁଣାଣିର ସିଧା ପ୍ରସାରଣ ସମ୍ପର୍କିତ ୱେବ୍ ଲିଙ୍କ୍ ହାଇକୋର୍ଟ ୱେବସାଇଟରେ ଏବଂ ସମ୍ପୃକ୍ତ ଖଣ୍ଡପୀଠଙ୍କ କଜ୍‌ଲିଷ୍ଟରେ ପ୍ରକାଶ ପାଇବ ।

ତେବେପାରିବାରିକ ବିବାଦ, ଶିଶୁ, ବାଳ ଅପରାଧି, ପୋକ୍ସ ଆଇନ, ଜୁଭେନାଇଲ ଜଷ୍ଟିସ (କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍ ଚିଲ୍‌ଡ୍ରେନ୍) ଆକ୍ଟ, ୨୦୧୫, ଆଇପିସିର ଦଫା ୩୭୬ ସମେତ ଦୁଷ୍କର୍ମ ସଂକ୍ରାନ୍ତୀୟ ମାମଲା, ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ ବା ଜାତୀୟ ସୁରକ୍ଷା ସମ୍ପର୍କିତ ମାମଲା, ହେବିୟସ କର୍ପସ, ଇନ୍ କ୍ୟାମେରା ପ୍ରୋସିଡିଂସ୍ ଓ ଅନ୍ୟ କେତେକ ମାମଲାର ସିଧା ପ୍ରସାରଣରୁ ବାଦ ଦିଆଯାଇଛି ।ଏଥି ସହିତ କୌଣସି ମାମଲା ସିଧା ପ୍ରସାରଣ ପାଇଁ ଯୋଗ୍ୟ ନୁହେଁ ବୋଲି ଯଦି ଖଣ୍ଡପୀଠ ମତ ଦିଅନ୍ତି ତେବେ ଏହାକୁ ମଧ୍ୟ ବାଦ ଦିଆଯିବ । ପକ୍ଷ, ଆଇନଜୀବୀ କୌଣସି ମାମଲାର ସିଧା ପ୍ରସାରଣ ବନ୍ଦ ରଖିବାକୁ ଅନୁରୋଧ କରି ପାରିବେ ।

ଯଦି ଖଣ୍ଡପୀଠ ଏପରି ଅନୁରୋଧକୁ ଉପଯୁକ୍ତ ବୋଲି ଗ୍ରହଣ କରନ୍ତି ତେବେ ସିଧା ପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇ ପାରିବେ ।କୋର୍ଟ ପ୍ରୋସିଡିଂର ସିଧା ପ୍ରସାରଣକୁ କୌଣସି ବ୍ୟକ୍ତି ଅଧିକାର ବୋଲି ଦାବି କରି ପାରିବେ ନାହିଁ । କୋର୍ଟ ପ୍ରୋସିଡିଂର ସିଧା ପ୍ରସାରଣ କରାଯାଉଥିବା ଭିଡିଓକୁ ଅଦାଲତ ପ୍ରକ୍ରିୟାରେ ପ୍ରମାଣ ଭାବେ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ମେଡିକାଲରେ ଜନ୍ମ ଓ ମୃତ୍ୟୁ ସାଟିଫିକେଟ ପାଇଁ ଖୁଲମଖୁଲା ଲାଞ୍ଚ କାରବାର...

Thu Jul 29 , 2021
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)ଚନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାମ୍ନାକୁ ଆସିଛି ଖୁଲମଖୁଲା ଲାଞ୍ଚ କାରବାରର ଦୃଶ୍ୟ ଦେଖିବାକୁ ମିଳିଛି l ପୂର୍ବରୁ ବହୁତ ଅଭିଯୋଗ ହେଇ ଆସୁଥିବା ପରେ ମଧ୍ୟ ଚାନ୍ଦବାଲି ମେଡିକାଲ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ପରିଲକ୍ଷିତ ହେଉଛି l ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମଗ୍ର ଅଞ୍ଚଳ ନିର୍ଭର କରିଥାନ୍ତି l ମୃତ୍ୟୁ ପ୍ରମାଣପତ୍ର ଆବେଦନ ର ୭ ଦିନ ମଧ୍ୟରେ ଦେବାକୁ ନିୟମ ଥିବାବେଳେ ଏଠାରେ […]

You May Like

Pin It on Pinterest