
ଦେବାଶିଷ ମିଶ୍ର (କଟକ)କଟକନଗର ଜିଲ୍ଲା ଓ କଟକସଦର ଜିଲ୍ଲା ଭାଜପାର ସାମ୍ବାଦିକ ସମ୍ମିଳନୀ ଦୋଳମୁଣ୍ଡାଇ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟଠାରେ ହୋଇଯାଇଛି।କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଏଥିରେ ଅଧ୍ୟକ୍ଷତା କରିଥିଲେ । କଟକ ସଦର ଅନୁସୂଚୀତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସରୋଜକୁମାର ସେଠି,କଟକନଗର ସଭାପତି ଶ୍ରୀ ଶିବପ୍ରସାଦ ସେଠି,ରାଜ୍ୟ ସମ୍ପାଦକ ଶ୍ରୀ ବିକାଶ ବେହେରା,ଜିଲ୍ଲା ପ୍ରଭାରୀ ଶ୍ରୀମତୀ ସ୍ମିତା ପ୍ରଧାନ,ରାଜ୍ୟ ସଂଯୋଜକ ଶ୍ରୀ ସତ୍ୟଜିତ ମଲ୍ଲିକ,ସୋସିଆଲ ମିଡ଼ିଆ ସଂଯୋଜକ ଶ୍ରୀ ରାଧାକାନ୍ତ ମଲ୍ଲିକ,ଶ୍ରୀ ମିଥୁନ ମଲ୍ଲିକ ଆଦିଙ୍କ ଉପସ୍ଥିତ ଥିଲେ ।
ରାଜ୍ୟରେ ବିଜୁ ଜନତା ଦଳ ନେତା ଓ କର୍ମୀଙ୍କ ଦ୍ୱାରା ସଦ୍ୟ କେନ୍ଦ୍ରାପଡାର ଜିଲ୍ଲା ବାଳକାଟି(ଆଳି)ରେ ନବଘନ ମଲ୍ଲିକ ଙ୍କ ପରିବାର ଓ ଜଗତସିଂହପୁର ର ନାଉଗାଁରେ ଦଳିତ ମହିଳାଙ୍କ ଉପରେ ରାତି ଅଧରେ ହୋଇଥିବା ବର୍ବର ଆକ୍ରମଣ ଓ ଅତ୍ୟାଚାର ରେ ବିରୁଦ୍ଧରେ ଶାସକ ଓ ପୋଲିସ କର୍ଣ୍ଣପାତ ନକରିବା ବିରୁଦ୍ଧରେ ଆଲୋଚନା କରାଯାଇ ଆସନ୍ତା ଅଗଷ୍ଟ ୧୧ ତାରିଖ ଦିବା ୧୧ ଘଟିକାରେ କଟକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟ ରେ ଜିଲାପାଳ ଙ୍କୁ ସ୍ମାରକପତ୍ର ଦିଆଯିବା ନିଷ୍ପତ୍ତି ନିଆଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଆଇନ ପରାମର୍ଶ ଦାତା ସର୍ବଶ୍ରୀ ସବ୍ୟସାଚୀ ମହାପାତ୍ର ଓ ଶ୍ରୀ ନାରାୟଣ ପ୍ରସାଦ ମହାନ୍ତି,ପିତାମ୍ବର ନାଏକ,ଦୁଖୀରାମ ସେଠି,ରୁଦ୍ର ଦାସ,ସଂଗ୍ରାମ ଦାସ,ସୁଶାନ୍ତ ଦଳେଇ,ଚନ୍ଦ୍ରଶେଖର ମଲ୍ଲିକ ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ।



