ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷ କୃତ୍ୟ ସଂପନ୍ନ…

ବବିତା ସାମଲ(ଭଦ୍ରକ)ମହାନ ସ୍ୱାଧୀନତା ସଂଗ୍ରାମୀ, ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ,କୃଷକ ନେତା ତଥା କଲେଇ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ, ସ୍ବର୍ଗତ ହୃଦାନନ୍ଦ ରାଉତ ଙ୍କ ଦେହାନ୍ତ ରେ କଳେଇ ଗ୍ରାମ ପଞ୍ଚାୟତ ବାସୀ ଅତ୍ୟନ୍ତ ମର୍ମାହତ | ତାଙ୍କ ଦେହାନ୍ତ ଭଦ୍ରକ ମାଟି ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି |ଆଜି ତାଙ୍କ ମରଶରୀରକୁ ପଞ୍ଚାୟତ ଭ୍ରମଣ କରାଇ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଜାତୀୟ ପତାକା ଦ୍ଵାରା ସମ୍ମାନିତ କରାଯାଇଛି।

ମହାନ ଆତ୍ମାକୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରଶାସନିକ ସ୍ଥରରେ ବ୍ୟବସ୍ଥା କରାଯାଇଛି|ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ, ବିଧାୟକ ସଂଜୀବ ମଲ୍ଲିକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅତିରିକ୍ତ ଆରକ୍ଷିଅଧିକ୍ଷକ,ତହସିଲଦାର, ଶ୍ରମିକ ନେତା,ଯୁବ ନେତା ତାପସ ରାୟଙ୍କ ସମେତ ଅନେକ ପଞ୍ଚାୟତ ବାସି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

ହୃଦାନନ ରାଉତ ସାରା ଭଦ୍ରକର ଶ୍ରମିକ ମାନଙ୍କ ପାଇଁ ତାଙ୍କ ଜୀବନ କାଳରେ ଅନେକ ସଂଘର୍ଷ କରିଥିଲେ | ଏହି ସମୟରେ ତାଙ୍କ ପରିବାରକୁ ଭଗବାନ ଅଦମ୍ୟ ସାହସ ଓ ଆତ୍ମବିଶ୍ୱାସ ଦିଅନ୍ତୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକ ଜିଲ୍ଲା ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢାଉ...

Tue Aug 24 , 2021
ବବିତା ସାମଲ(ଭଦ୍ରକ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ରେଡ଼ ଭିଜିଲାନ୍ସ ର 4ଗୋଟି ଟିମ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରୁଛି ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ସିଡିପିଓ କାର୍ଯ୍ୟାଳୟ ର ସୁପର ଭାଇଜର ଙ୍କ ଘରେ ଚଢ଼ାଉ ହୋଇଛି ସୁପରଭାଇଜର ହେଉଛନ୍ତି ମଲ୍ଲିଲତା ଦାସ ତେବେ ଭଦ୍ରକ ସହର ର ଆରଡ଼ି ଛକ ସ୍ଥିତ ବାସଭବନ ସହ ଆମ୍ୱରୋଲୀ ସ୍ଥିତ ଗାଁ ରେ […]

You May Like

Pin It on Pinterest