
ପ୍ରଭାତ ସାହା(ମାଲକାନଗିରି): ମାଲକାନଗିରି ଜିଲ୍ଲା ଦୀପ୍ତି କାନଭେଣ୍ଟ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଛାତ୍ରୀ ଶ୍ଵେତା ମିଶ୍ରଙ୍କ ଚମତ୍କାରିତା l୨୦୨୦/୨୧ ବାର୍ଷିକ ଦଶମ ଶ୍ରେଣୀ ପରୀକ୍ଷା ମହାମାରୀ ଯୋଗୁଁ ବାତିଲ କରାଯାଇଥିଲା l ଶ୍ଵେତାଙ୍କ କଠିନ ପରିଶ୍ରମ ଓ ଦୃଢ଼ ମନବଳ ସଫଳତାର ଶୀର୍ଷରେ ପହଞ୍ଚାଇବାର ଚାବିକାଠି ପାଲଟିଛି l
ମାଲକାନଗିରି ଜିଲ୍ଲା ପାଇଁ କୃତି ଛାତ୍ରୀ ଶ୍ଵେତା ମିଶ୍ର ଗୌରବ ଆଣିଦେଇଛନ୍ତି l କୋଭିଡ କାଳରେ ନିଜର କଠିନ ପରିଶ୍ରମ ଆଉ ଆତ୍ମବଳ ଯୋଗୁଁ, ସେ ଆଜି ସଫଳତାର ଚରମ ସୀମାରେ ଦଣ୍ଡାୟମାନ l ICSE କାଉନସିଲ ଯେଉଁ ମାର୍କ ଜାରି କରିଥିଲା, ସେଥିରେ ଶ୍ଵେତା ସନ୍ତୁଷ୍ଟ ନଥିଲେ l ତେଣୁ ପୁଣି ଥରେ ପରୀକ୍ଷା ଦେବାକୁ ସେ ଆବେଦନ କରିଥିଲେ l
ICSE କାଉନସିଲ ଜାରି କରିଥିବା ମାର୍କ ଅନୁସାରେ ଶ୍ଵେତା 89 ଶତକଡା ମାର୍କ ରଖିଥିବା ବେଳେ, ବର୍ତମାନ ସେ ପୁନଃ ପରୀକ୍ଷା ଦେଇ 96 ଶତକଡା ମାର୍କ ଆଣି କୃତିତ୍ୱ ଲାଭ କରିଛନ୍ତି lମାଲକାନଗିରି ଜିଲ୍ଲାରେ କେବଳ ଗୋଟିଏ ମାତ୍ର ICSE ବିଦ୍ୟାଳୟ ଥିଲାବେଳେ, ଏହି ଖବର ଜିଲ୍ଲା ପାଇଁ ଖୁସିର ଘଡ଼ି ଆଣି ଦେଇଛି l