ମୋଦି ସରକାର ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି,ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜେପିର ଇସ୍ତାହାର…

ଭୁବନେଶ୍ୱର: ୨୭।୦୧-ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚନ କରାଗଲା, ବିଜେପି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଇସ୍ତାହାର ଓ ଅଭିଯୋଗ ପତ୍ର ।

ରାଜ୍ୟ ବିଜେପିର ଘୋଷଣା ଅନୁଯାୟୀ, ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା କରାଯିବ । ମୋଦି ସରକାର ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି । ପଞ୍ଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଛି । ବିଜେଡି ନେତା ଲୁଟ କରୁଛନ୍ତି । ବିକାଶ ନାମରେ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି ।

ତେଣୁ ତାକୁ ବିଜେପି ଆଉ ତାହା ହେବାକୁ ଦେବନି । ମଣ୍ଡି ବ୍ୟବସ୍ଥାକୁ ସୁଦୁଢ କରାଯିବ, ମହିଳା ଶସକ୍ତିକରଣ କରାଯିବ, ପ୍ରତ୍ୟେକ ପଞ୍ଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଜିନିଷକୁ ବଜାରରେ ବିକ୍ରି କରାଯିବ । ଷ୍ଟ୍ରିଟ ଲାଇଟ, ବର୍ଜ୍ୟ ବସ୍ତୁ ପରିଚାଲନା ଉପରେ ନିର୍ବାଚନୀ ଇସ୍ତାହାରରେ ଏଥର ଜୋର ଦେଇଛି ବିଜେପି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଁ ୩ ବର୍ଷ ନୁହେଁ, ୩୩ ବର୍ଷ ହେଲାଣି ମୁଁ ଘରୁ ବାହାରିନି। ମୋର ଗୋଟିଏ ଘର ଓ ଗୋଟିଏ ଠିକଣା। ଆଉ ତାହା ହେଉଛି କଂଗ୍ରେସ-ପ୍ରସାଦ ହରିଚନ୍ଦନ

Thu Jan 27 , 2022
ମନୋଜ ମହାନ୍ତି(ଭୁବନେଶ୍ୱର): ମୋତେ ଆକ୍ଷେପ କରି ଯେଉଁମାନେ କହିଛନ୍ତି ଯେ ମୁଁ କ୍ଷମତା ପାଇଁ ବିଜେଡିକୁ ଯିବି।ସେଇ ମାନଙ୍କୁ କହୁଛି ‘ମୁଁ ବେପାରୀ ନୁହେଁ ଯେ ଡିଲ୍ କରିବି। ମୁଁ ଦଳରେ ରହିବି। ଦଳ ପାଇଁ କାମ କରିବି ଓ ପ୍ରଚାର କରିବି। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ। ଏହା ହିଁ ମୋ ଜବାବ ସେମାନଙ୍କୁ। ପୂର୍ବତନ ପିସିସି ସଭାପତି ତଥା ତିନି ଥର ବିଧାୟକ […]

You May Like

Pin It on Pinterest