ଆଜିର ଖାସ୍ ଖବର…

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୫୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୬୬୭୫ଜଣ ସୁସ୍ଥ ହୋଇଛନ୍ତି । 

ପୁରୀ ଜିଲ୍ଲାର ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ। ଏଠାରେ ବିଭିନ୍ନ ଅତ୍ୟାଧୁନିକ ଆତାସବାଜି ପ୍ରଦର୍ଶନ ଯୋଗୁ ମେଳଣର ସ୍ବତନ୍ତ୍ରତା ନିଆରା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆତାସବାଜି ପ୍ରସ୍ତୁତକାରୀମାନେ ଏଠାରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ବାଣ ପ୍ରଦର୍ଶନ କରିଥାନ୍ତି। ଉକ୍ତ ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣରେ ୭୬ ଦେବ ବିଗ୍ରହ ଦୋଳ ବିମାନ ଅଂଶଗ୍ରହଣ କରିବେ । 

ଆଜି ପୌର ନିର୍ବାଚନ ପାଇଁ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା। ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି, ଏନ୍ଏସି  ଓ ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ଏନଏସିର ମୋଟ ୧୮୯୯ଟି ୱାର୍ଡରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ମୋଟ ୪୪୭୫ଟି ବୁଥରେ ପ୍ରାୟ ୪୧ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।

 ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବଢିବ ତାତି।  ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି।  ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨୫୦୩ ଦେଶରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୯ ଲକ୍ଷ ୯୩ ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୬୧୬୮ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୪ ଲକ୍ଷ ୪୧ ହଜାର ୪୪୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୧୫୮୭୭ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ସେସନର ଦ୍ଵିତୀୟ ସିଟିଂ। ସଂସଦର ଦ୍ବିତୀୟ ସିଟିଂରେ ଉଭୟ ରାଜ୍ୟସଭା ଏବଂ ଲୋକସଭା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। କିନ୍ତୁ ଚଳିତ ସେସନରେ ରାଜ୍ୟ ସଭା ୧୯ ଘଣ୍ଟା ଅଧିକ କାର୍ଯ୍ୟ ସମୟକୁ ନିର୍ଧାରଣ କରାଯାଇଛି।ଦ୍ବିତୀୟ ସେସନରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ କାଶ୍ମୀର ପାଇଁ ଲୋକସଭାରେ ବଜେଟ ଉପସ୍ଥାପନ କରିବେ। ଯାହାକୁ ପାସ କରିବା ସରକାରଙ୍କ ପ୍ରାଥମିକତା ରହିବ ।

 ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୯ ଦିନରେ ପହଞ୍ଚିଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ସୈନିକଙ୍କ ମୃତ୍ୟୁ ହୋଇଛି । ଏହି ଯୁଦ୍ଧରେ ଅନେକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ଏହି ଯୁଦ୍ଧ ସମୟରେ ଆମେରିକାର ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକ ବ୍ରେଣ୍ଟ ରେନାଡଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରବିବାର ଦିନ, ୟୁକ୍ରେନରେ ଅବସ୍ଥିତ ଇରପିନ ସହରରେ ଋଷର ସେନା ଦ୍ୱାରା ହୋଇଥିବା ଓପନ ଫାୟାରରେ ବ୍ରେଣ୍ଟ ରେନାଡଙ୍କ କାର ଉପରେ ହୋଇଥିଲା । AFP ର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ବ୍ରେଣ୍ଟଙ୍କର ମୃତ୍ୟୁ ହୋଇଛି ।

 ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ଖୋଦ୍‌ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ‘ମୁଁ କରୋନାରେ ସଂକ୍ରମିତ ହୋଇଛି। ଗତ କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିଲା। କିନ୍ତୁ ଏବେ ଟିକେ ଭଲ ଅନୁଭବ କରୁଛି। ମିସେଲ ଏବଂ ମୁଁ ଟିକା ନେଇସାରିଛୁ। ମିସେଲଙ୍କ କରୋନା ପରୀକ୍ଷା ନେଗେଟିଭ ହୋଇଛି।’ଓବାମା ଟ୍ୱିଟ୍‌ କରି ଟିକା ନେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ’

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧୦୮ ଆମ୍ବୁଲାନ୍ସକୁ ସାମ୍ନା ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ...

Mon Mar 14 , 2022
ଭଞ୍ଜନଗର: ୧୪/୦୩- ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା,କରଡlବାଡି ଟୋଲ ଗେଟ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ସହ ୧୦୮ ଆମ୍ବୁଲାନ୍ସ ର ମୁହାଁମୁହିଁ ଧକ୍କା ହୋଇଛି l ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି ।ସୂଚନା ଅନୁସାରେ ସାଇକ୍ରୀଷ୍ଣା ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା lକରଡlବାଡି ଟୋଲଗେଟ ନିକଟରେ ବସ୍‌ଟି ସାମ୍ନା ପଟୁ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସକୁ […]

You May Like

Pin It on Pinterest