ଜାଡରେ ଥରୁଛି ଓଡ଼ିଶା…

ବାସ୍ତବ ବ୍ୟୁରୋ: ଜାଡରେ ଥରୁଛି ଓଡ଼ିଶା । ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଆଜି ୧୦ ଡିଗ୍ରି ତଳେ ଓଡ଼ିଶାର ୨୧ ସହର ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ବୋଲି ଜଣାଯାଇଛି। ସେମିଳିଗୁଡ଼ାରେ ୨ ଡିଗ୍ରି ତାପମାନ ରେକର୍ଡ ହୋଇଛି। ଝାରସୁଗୁଡ଼ାଠାରେ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ରାଉରକେଲାଠାରେ ୬.୪ ଡିଗ୍ରି, ସୁନ୍ଦରଗଡ଼ରେ ୬.୫, ଜି. ଉଦୟଗିରିରେ ୪.୬ ଡିଗ୍ରି, ଦାରିଙ୍ଗବାଡ଼ିରେ ୮ ଡିଗ୍ରି, ଫୁଲବାଣୀରେ ୫, ସୋନପୁରରେ ୮.୫, ହୀରାକୁଦରେ ୯.୬,  ଭବାନୀପାଟଣାରେ ୭.୨, ଦାରିଙ୍ଗିବାଡ଼ିରେ ୬.୭, ଅନୁଗୁଳରେ ୮.୬, ସମ୍ବଲପୁରରେ ୯.୩, ନବରଙ୍ଗପୁରରେ ୯, ରାଣିତାଲରେ ୯.୪, ଭଦ୍ରକରେ ୯.୫ ଓ କୋରାପୁଟରେ ୬.୫ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।

ଆସନ୍ତାକାଲି ଯାଏ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରି ଜାରି ରହିବ। ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଏନ ଏସି ସତ୍ୟସାଇ ସେବା ସଂଗଠନ ଆଶ୍ରମରେ ପ୍ରେମ ସଂଜିବବୀ ରକ୍ତଦାନ ଶିବିର...

Sun Jan 8 , 2023
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୮-୧-୨୦୨୨:ଭଦ୍ରକ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ଆହାନରେ ଚାନ୍ଦବାଲିରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଚାନ୍ଦବାଲି ଏନ ଏସି ସତ୍ୟସାଇ ସେବା ସଂଗଠନ ଆଶ୍ରମ ପରିସରରେ ଶୀତ କାଳିନ ସ୍ବତନ୍ତ୍ର ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ରକ୍ତଦାନ ଶିବିରରେ ଚାନ୍ଦବାଲି ସତ୍ୟସାଇ ସେବା ସଂଗଠନର ଆବାହକ ରବିନ୍ଦ୍ର ଭୋଳଙ୍କ ସହିତ ଭଦ୍ରକ ବ୍ଲଡ ବ୍ୟାଙ୍କର ଡ଼ାକ୍ତର ଶରତ ଆଚାର୍ଯ୍ୟ ଯୋଗ ଦେଇ […]

You May Like

Pin It on Pinterest