ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ; ସଂସଦ ଭବନରେ ସ୍ଥାପନ କଲେ ‘ସେଙ୍ଗୋଲ୍‌’

ବାସ୍ତବ ବ୍ୟୁରୋ: ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନ ପରିସରରେ ପହଞ୍ଚିଥିଲେ। ନୂଆ ସଂସଦ ଭବନ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରମ୍ପରିକ ବେଶପୋଷାକ ସାଜି ୧ ନମ୍ବର ଫାଟକ ବାଟେ ସଂସଦ ପରିସରକୁ ପ୍ରବେଶ କରିଥିଲେ। ସେଠାରେ ତାଙ୍କୁ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ସ୍ବାଗତ କରିଥିଲେ।

ନୂଆ ସଂସଦ ଭବନ ଲୋକାର୍ପଣ ନିମନ୍ତେ ଆୟୋଜିତ ପୂଜାରେ ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ଓମ୍ ବିର୍ଲା ବସିଥିଲେ। ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ କରି ତାମିଲ୍‌ନାଡୁରୁ ଆସିଥିବା ଅଧୀନମ୍‌ମାନଙ୍କ ଶୁଭାଶୀର୍ବାଦ ଗ୍ରହଣ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସ୍ବରୂପ ଏକ ‘ଫଳକ’ ବା ‘ପ୍ଲେକ୍‌’ ଉନ୍ମୋଚନ କରିଛନ୍ତି।

ସୂଚନା ଥାଉ କି, ଏହି ପବିତ୍ର ‘ସେଙ୍ଗୋଲ୍‌’କୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା କକ୍ଷରେ ଥିବା ବାଚସ୍ପତିଙ୍କ ଆସନର ଦକ୍ଷିଣ ପାର୍ଶ୍ବରେ ସ୍ଥାପନା କରିଛନ୍ତି।

ନୂଆ ସଂସଦ ଭବନ ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ ଓ ବିକାଶରେ କାର୍ଯ୍ୟ କରିଥିବା ଲୋକମାନଙ୍କୁ ସମ୍ମାନିତ କରିଥିଲେ।

ଏହାପରେ ନୂଆ ସଂସଦ ଭବନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, କ୍ୟାବିନେଟ୍‌ ମନ୍ତ୍ରୀମାନେ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ‘ସର୍ବଧର୍ମ’ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ।

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନକୁ ଲୋକାର୍ପିତ କରିବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଏହା ହେଉଛି ସଂସଦ ଭବନ ଲୋକାର୍ପଣର ପ୍ରଥମ ପର୍ଯ୍ୟାୟ। ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଲୋକସଭା କକ୍ଷରେ ଜାତୀୟ ସଙ୍ଗୀତ ଗାନ ସହିତ ଲୋକାର୍ପଣ ଉତ୍ସବର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ।

ଦୀର୍ଘ ୭ ଦଶନ୍ଧି ଧରି ଏହି ଐତିହାସିକ ‘ସେଙ୍ଗୋଲ୍‌’ ରଖାଯାଇଥିବା ଆହ୍ଲାବାଦ ସଂଗ୍ରହାଳୟର ଅଧିକାରୀମାନେ କହିଛନ୍ତି, ସେମାନେ ସାଇତି ରଖିଥିବା ଅମୂଲ୍ୟ ସମ୍ପଦ ଜାତୀୟ ରାଜଧାନୀସ୍ଥିତ ନୂଆ ସଂସଦ ଭବନକୁ ଯାଉଥିବାରୁ ସେମାନେ ଓ ପ୍ରୟାଗରାଜବାସୀ ଗୌରବାନ୍ବିତ ହୋଇଛନ୍ତି।

ସେୟାର କରନ୍ତୁ

Next Post

ଦଶଦଫା ଦାବୀ ନେଇ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ର ସାମ୍ବାଦିକ ସମ୍ମିଳନୀ....

Sun May 28 , 2023
ଜୟନ୍ତ ଶତପଥୀ(ଡେରାବିଶ): ଆସନ୍ତା ୩୦ତାରିଖ ମଙ୍ଗଳବାର ସକାଳ ୯ଟା ସମୟରେ, ସଂଘ ର ନିଷ୍ପତ୍ତି କ୍ରମେ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ଗଣଧାରଣା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ସମ୍ମୁଖ୍ୟରେ କରାଯିବ ବୋଲି, ଶ୍ରୀ ତ୍ରିପାଠୀ କହିଛନ୍ତି । 1,,ମୃତ୍ୟୁକାଳୀନ ସହାୟତା ଅନୁନ୍ୟ 5ଲକ୍ଷ ଟଙ୍କା କୁ ବୃଦ୍ଧି […]

You May Like

Pin It on Pinterest