ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ସେମାନଙ୍କ ଟଙ୍କା

ବାସ୍ତବ ବ୍ୟୁରୋ: ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ସେମାନଙ୍କ ଟଙ୍କା। 

ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏକ ରିଫଣ୍ଡ୍ ପୋର୍ଟାଲ(https://mocrefund.crcs.gov.in)ର ଉନ୍ମୋଚନ କରିଛନ୍ତି। ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଏହା ଦ୍ୱାରା ପ୍ରାୟ ୧୦ କୋଟି ଜମାକାରୀ ଉପକୃତ ହେବେ ବୋଲି ଆଶା ରହିଛି।

ଆବଶ୍ୟକ ସ୍ଥାନରେ ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇଁ ଦାବି କରିବେ। ଦେଶର ଅନେକ ଲୋକଙ୍କ ଟଙ୍କା ସାହାରାରେ ଫଶି ରହିଛି। ନିବେଶ ଅବଧି ପୂରଣ ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜମାକାରୀ ଟଙ୍କା ଫେରି ପାଇନାହାନ୍ତି। ସାହାରା ଇଣ୍ଡିଆରେ ଅଧିକାଂଶ ଜମାକାରୀ ଓଡିଶା, ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶର ରହିଛନ୍ତି। 

ପ୍ରାଥମିକ ପର୍ଯ୍ୟାୟରେ ପଞ୍ଚିକୃତ ଜମାକାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ବ୍ୟବସ୍ଥାର ସଫଳତାକୁ ଦେଖି ପରବର୍ତ୍ତୀ ୪୫ ଦିନ ଭିତରେ ଜମାକାରୀଙ୍କ ସମସ୍ତ ଟଙ୍କା ଫେରାଇବା ବ୍ୟବସ୍ଥା ହେବ। ପ୍ରାୟ ୪ କୋଟି ଜମାକାରୀ ଏହି ଟଙ୍କା ପାଇବାକୁ ଯୋଗ୍ୟ ବୋଲି ଶ୍ରୀ ଶାହ କହିଛନ୍ତି।

ସେୟାର କରନ୍ତୁ

Next Post

୭୦ ଟଙ୍କା ହେଲା ଟମାଟୋ ଦାମ୍; ସବସିଡି ଟମାଟୋ ଦାମ ପୁଣି କମ କଲେ କେନ୍ଦ୍ର ସରକାର

Wed Jul 19 , 2023
ବାସ୍ତବ ବ୍ୟୁରୋ: ଟମାଟୋ ଦର ପୁଣି କମ୍ କଲେ କେନ୍ଦ୍ର ସରକାର । ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ଯୋଗେଇ ଦିଆଯାଉଥିବା ସବସିଡି ଟମାଟୋ ଏଣିକି କିଲୋ ପିଛା ୮୦ ଟଙ୍କା ନୁହେଁ ବରଂ ୭୦ ଟଙ୍କାରେ ବିକ୍ରି ହେବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଜୁଲାଇ ୨୦ ତାରିଖରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । କେନ୍ଦ୍ର ସରକାର ଗତ ସପ୍ତାହର […]

You May Like

Pin It on Pinterest