ମୁଖ୍ୟମନ୍ତ୍ରୀ ମାଝୀଙ୍କ ତରଫରୁ ପୂଜା ମଣ୍ଡପମାନଙ୍କୁ ବଡ଼ ଭେଟି

ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି ବଡ଼ ଘୋଷଣା। ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବାବ ପରେ ଏହି ଘୋଷଣା କରାଯାଇଛି।

ବିଜେପି ସରକାର ପ୍ରଥମ ଥର କ୍ଷମତାକୁ ଆସିବା ପରେ ପୂଜା ମଣ୍ଡପମାନଙ୍କୁ ଦେଇଛନ୍ତି ପୂଜା ଭେଟି । ଆଉ ପୂଜା ମଣ୍ଡପ ତଥା ଷ୍ଟାଣ୍ଡ ନିମନ୍ତେ କମିଟିକୁ ଆଉ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ସେପଟେ ପୂଜା ମଣ୍ଡପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମାଝୀ । ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ସେଠାରେ ପହଞ୍ଚି ମାଆଙ୍କର ଆଳତି କରିଛନ୍ତି । ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପାଟଣା ସାହି ପୂଜାମଣ୍ଡପରେ ସେଠାକାର ବିଶେଷାଙ୍କ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ।  ତାଙ୍କ ସହ ଏକାମ୍ର ବିଧାୟକ ବାବୁ ସିଂହ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଓ ରଶ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀରେ ଆହୁର ୮ଟି ପୂଜାମଣ୍ଡପ ବୁଲିବେ ।

ସେୟାର କରନ୍ତୁ

Next Post

ଟାଟା ଟ୍ରଷ୍ଟକୁ ମିଳିଲା ନୂଆ ଅଧ୍ୟକ୍ଷ

Fri Oct 11 , 2024
ବାସ୍ତବ ବ୍ୟୁରୋ: ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟ୍ରର ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ତାରିଖରେ ଟାଟା ଟ୍ରଷ୍ଟକୁ  ନୂତନ ଅଧ୍ୟକ୍ଷ ମିଳିଯାଇଛି। ଟ୍ରଷ୍ଟ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟାଙ୍କୁ ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି।  ସୂଚନା ଅନୁସାରେ, ଟାଟା ଗ୍ରୁପର ମାଲିକ ଦିବଂଗତ ରତନ ନବଲ ଟାଟା ଦୀର୍ଘ ଦିନ ପର୍ଯ୍ୟନ୍ତ […]

You May Like

Pin It on Pinterest