
କଟକ(ସଂଜୟ ଶତପଥୀ):ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ପାଇଁ ଦଳରୁ ଡାକରା ପାଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କଟକର ବିଶିଷ୍ଟ ଭାଜପା ନେତା ଶ୍ରୀ ଲଲାଟେନ୍ଦୁ ବଡୁ ଦୀର୍ଘ ତିନି ମାସ ଧରି ୨୧୨-ପଟାଶପୁର ନିର୍ବାଚନ ମଣ୍ଡଳୀ ର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ ସେହି ଅଞ୍ଚଳରେ ମାରାଥନ ନିର୍ବାଚନ ପରିଚାଳନା କରୁଛନ୍ତି।
ଗତ ନିର୍ବାଚନ ରେ ଏହି ସନ୍ତ୍ରାସ ବହୁଳ ଆସନରୁ ପରାଜିତ ହୋଇଥିବା ଯୋଗୁଁ ଶ୍ରୀ ବଡୁ ଅତ୍ୟନ୍ତ ଚତୁରତାର ସହ ଗୋଟି ଚାଳନା କରି ଏହି ଅଞ୍ଚଳରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜେ.ପି.ଏସ ନଡ୍ଡା,ରାଜ୍ୟ ଭାଜପା ସଭାପତି ଶ୍ରୀ ସମୀର ଭଟ୍ଟାଚାର୍ଯ୍ୟ, ଲୋକପ୍ରିୟ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀ,କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, କାନ୍ଥି ସାଂସଦ ଶ୍ରୀ ସୌମେନ୍ଦୁ ଅଧିକାରୀ,ଚଳଚ୍ଚିତ୍ର ତାରକା ଶ୍ରୀ ଇନ୍ଦ୍ରନୀଲ ଘୋଷ ଓ ଶ୍ରୀ ସିଦ୍ଧାର୍ଥ ମାଲହୋତ୍ରା ତଥା ଶ୍ରୀ ଲକେଟ ଚାଟାର୍ଜୀଙ୍କ ସମେତ ବହୁ ବଙ୍ଗୀୟ ବରିଷ୍ଠ ନେତାଙ୍କୁ ଆଣି ସ୍ଥାନୀୟ ବିଜେପି ପ୍ରାର୍ଥୀ ଶ୍ରୀ ତପନ ମାଇତି ଙ୍କ ସପକ୍ଷରେ ଜନସଭା ଓ ନିର୍ବାଚନ ପ୍ରଚାର କାର୍ଯ୍ୟ କରାଇଛନ୍ତି।
ଶ୍ରୀ ବଡୁଙ୍କ ସହିତ କଟକରୁ ଯୁବନେତା ଶ୍ରୀ ରାକେଶ ଦଳାଇ, ଶ୍ରୀ ସୁଦୀପ୍ତ ରାଉତରାୟ, ଶ୍ରୀ ସତ୍ୟଜିତ ମହଲା, ଶ୍ରୀ ଶଶିକାନ୍ତ ପରିଡାଙ୍କ ସମେତ ପ୍ରାୟ ଦଶ ଜଣ ଏହି କାର୍ଯ୍ୟରେ ଏକ ମାସ ଧରି ଘର ଘର ବୁଲି ନିର୍ବାଚନ ପ୍ରଚାରରେ ସହାୟତା କରିଥିଲେ। ନନ୍ଦିଗ୍ରାମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ରଶ୍ମିରେଖା ଦାସ, ଏଗ୍ରା ରେ ଶ୍ରୀ ସିକନ୍ଦର ଅଲ୍ଲୀ ଶେଷ ୧୫ ଦିନ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗଦେଇଥିଲେ।


