ଆଜିର ଖାସ୍ ଖବର

୧-ଆଜିଠୁ ରାଜଧାନୀ ପରୀକ୍ଷାମୂଳକ ଭାବେ ଖୋଲିଲା ପ୍ରମୁଖ ପାର୍କ। ସକାଳ ୭ଟା ରୁ ୧୦ଟା ଏବଂ ଅପରାହ୍ନ ୪ଟା ରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ପାର୍କ ରେ ମାସ୍କ୍ ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ। ପ୍ରମୁଖ ପାର୍କ ହେଲା ଫରେଷ୍ଟ , ବୁଦ୍ଧ ଓ ଆଇଜି ପାର୍କ।

୨-ଆଜି ନୂଆ ୮୧ କୋରୋନା ପଜିଟିଭ୍। ବରଗଡ଼ ଓ ନୂଆପଡ଼ା ରେ ନୂଆ କରି ଯୋଡ଼ି ହୋଇ ଯାଇଛି କୋରୋନା ମ୍ୟାପ୍ ରେ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ରେ ପହଞ୍ଚିଛି । ୮୩୩ ଆକଟିଭ୍ ରୋଗୀ ଚିକିତ୍ସା ଜାରି , ୪୯୭ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି।

୩-ପ୍ରଧାନମନ୍ତ୍ରୀଙ୍କ ଅମ୍ଫନ୍ ସହାୟତା ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ଦିଲ୍ଲୀରୁ ଆସିଲା ୫୦୦ କୋଟି।

୪-ପଶ୍ଚିମବଙ୍ଗ: ବିପର୍ଯ୍ୟସ୍ତ ପଶ୍ଚିମବଙ୍ଗକୁ ସାହାଯ୍ୟ ପାଇଁ ଓଡ଼ିଶା ପଠାଇଲା ୩୦୦ ଅଗ୍ନିଶମ କର୍ମଚାରୀ ଓ ୨୦୦ ଜଣ ଓଡ୍ରାଫ୍ ଜବାନ।

୫-ଜୁନ ୧୫ରୁ ୧୮ ମଧ୍ଯରେ ଓଡ଼ିଶା ଛୁଇଁବ ମୌସୁମୀ, ସ୍ବଭାବିକ ରହିବ ବର୍ଷା ପରିମାଣ।

୬-ସମ୍ବଲପୁରରେ ଏ ବର୍ଷ କେବଳ ବିଧି ରକ୍ଷା ପାଇଁ ମନ୍ଦିର ଭିତରେ ପାଳିତ ହେବ ଶୀତଳ ଷଷ୍ଠୀ।

୭-ଗଜପତି ଜିଲ୍ଲା ମୋହନାରେ ତିବ୍ଦତୀୟ ଶରଣାର୍ଥୀଙ୍କୁ ଔଷଧ, ମାସ୍କ, ସାନିଟାଇଜର, ଡେଟଲ ଆଦି ସାମଗ୍ରୀ ଯୋଗାଇଲା କିଟ୍ ଓ କିସ୍।

୮-ଜୁନ ୧ରୁ ଏକା ଥରକେ ୧୫ ଯାତ୍ରୀଙ୍କ ସ୍କ୍ରିନିଂ ହେବ ଭୁବନେଶ୍ୱର ରେଳ ଷ୍ଟେସନରେ।

୯-ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ । ୪୯୭ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା ।

୧୦-ଭୁବନେଶ୍ୱରସ୍ଥିତ ରେନ୍ ଦି କ୍ଲବ ବାରରେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ, ଚୋରାରେ ବିକ୍ରି ହେଉଥିବା ବିପୁଳ ପରିମାଣର ମଦ ଜବତ।

୧୧-ଆସୁଛି ଆଉ ଏକ ଲଘୁଚାପ,ସେପଟେ ୨୭ ତାରିଖ ଯାଏଁ ୫ ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି।

୧୨-କଟକ-ଭୁବନେଶ୍ବରରେ ମଦର ହୋମ୍ ଡେଲିଭରୀ କରିବେ ଜୋମାଟୋ ଓ ସ୍ୱିଗି, ଅନୁମତି ଦେଲା ଅବକାରୀ ବିଭାଗ।

୧୩-ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଅସୁବିଧାର ସମ୍ମୁଖୀନ ହୋଇଥିବା ପ୍ରତ୍ୟେକ କ୍ଷେତ୍ରକୁ ସାହାଯ୍ୟ କରିବ: ଅର୍ଥମନ୍ତ୍ରୀ।

୧୪-ଆସନ୍ତା ୧୦ ଦିନ ମଧ୍ୟରେ ଚାଲିବ ଆଉ ୨୬୦୦ ଶ୍ରମିକ ସ୍ପେଶାଲ୍‍ ଟ୍ରେନ୍‍ ନିଜ ଘରକୁ ଫେରିବେ ୩୬ଲକ୍ଷ ଲୋକ।

୧୫-ଲାଦାଖରେ ଚୀନ ସହ ତିକ୍ତତା ମଧ୍ୟରେ ଭାରତର କାଉଣ୍ଟର, ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କା ଓ ମରିସସ୍ ସହ କଲେ ଆଲୋଚନା।

୧୬-ବାତ୍ୟା ବିପର୍ଯ୍ୟସ୍ତ କୋଲକାତାରେ ପୁନରୁଦ୍ଧାର ପାଇଁ ନିୟୋଜିତ ହେଲେ ସେନା।

୧୭-ମହଙ୍ଗା ପଡିଲା ଗୋଇଠା ମାଡ: କେନ୍ଦୁଝର ପାଟଣା ଥାନା IIC ସନ୍ଧ୍ଯାରାଣୀ ଜେନାଙ୍କୁ ନିଲମ୍ବନ କଲେ ପୋଲିସ ଡିଜି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon May 25 , 2020
୧-ନୂଆ ୧୦୩ଜଣ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି । ୨-ଓଡ଼ିଶାରେ ୨୮ ଟି ଜିଲ୍ଲାରେ କାୟା ବିସ୍ତାର କରିଛି କରୋନା, ରାଜ୍ୟରେ ୧୩ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୩-ରାଜଧାନୀରେ ଖୋଲିଲା ୮୫ ପାର୍କ, ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏଁ ଖୋଲା ରହିବ। ୪-ଗ୍ରାହକଙ୍କୁ CESUର କରୋନା ମାଡ଼:ଦୁଇ ମାସରେ ଆସିଲାଣି ଦୁଇଗୁଣ ବିଲ୍। […]

You May Like

Pin It on Pinterest