ବାସ୍ତବ ବ୍ୟୁରୋ : ରାଜ୍ୟରେ ଏବେ କିନ୍ନର ପାଇବେ ଭତ୍ତା । ରାଜ୍ୟ ସରକାର ଏମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇ କହିଛନ୍ତି, କଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏବେଠାରୁ କିନ୍ନରମାନେ ମଧୁବାବୁ ପେନସନ ୱେବସାଇଟରେ ଆବେଦନ କରିପାରିବେ ।
ତେବେ, ମଧୁବାବୁ ପେନସନ ଯୋଜନାରେ ସହାୟତା ପାଉଥିବା ହିତାଧିକାରୀଙ୍କୁ ଆଉ ହଜାରେ ଟଙ୍କା ମିଳିବ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ଏହି ଟଙ୍କା ଆସନ୍ତା ୪ ମାସ ପାଇଁ ସହାୟତା ଭାବେ ମିଳିବ । ଏଥିରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । କରୋନା ପରିସ୍ଥିତିକୁ ନଜରରେ ରଖି ଏହି ନିଷ୍ପତି ସରକାର ନେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
