ଏବେଠୁଁ ଦେଶର ସବୁଠୁ ଉତ୍ତପ୍ତ ସହରର ଭୁବନେଶ୍ୱର….

ବାସ୍ତବବ୍ୟୁରୋ:ଏବେଠୁଁ ଭୁବନେଶ୍ୱର ତାପମାତ୍ରା ଦେଶରେ ସର୍ବାଧିକ,ମୁଣ୍ଡଫଟା ଖରା ପାରଦ ପହଞ୍ଚିଗଲାଣି ୪୦ ଡିଗ୍ରୀ ପାଖାପାଖି| ପାଣିପାଗ ବିଭାଗ କହିବାନୁଯାୟୀ, ଭୁବନେଶ୍ୱର ଲଗାତାର ଦୁଇଦିନ ହେବ ଦେଶର ସବୁଠୁ ଉତ୍ତପ୍ତ ସହରର ରୂପନେଇଛି | ଦିଲ୍ଲୀ ଓ ରାଜସ୍ଥାନକୁ ଟପିଛି ଭୁବନେଶ୍ୱର ତାପମାତ୍ରା । ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଉପରେ ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ଅନୁମାନ ଲଗାଇଛି । ବର୍ତ୍ତମାନ ଭୁବନେଶ୍ୱର ପାଖାପାଖି ଏକ ଗୁରୁଚାପ ବଳୟ ରହିଛି ।୨୦% ପାଖାପାଖି ଜଳୀୟବାଷ୍ପ ପରିମାଣ କମ୍‌ ରହୁଥିବାରୁ,ଭୂପୃଷ୍ଠ ଉତ୍ତପ୍ତ ରହୁଛି ।ଏଇଥିପାଇଁ ଭୁବନେଶ୍ୱରରେ ତାପମାତ୍ରା ସବୁଠୁ ଅଧିକ। ୨/୩ ଦିନ ହେବ ଲଗାତାର ତାପମାତ୍ରା ବଢ଼ୁଛି । ଦିନକ ଭିତରେ ରାଜଧାନୀ ତାପମାତ୍ରା ୧ ଡିଗ୍ରୀ ବଢ଼ିଯାଇଛି । ବାରିପଦା ତାପମାତ୍ରା ୩୮, ଅନୁଗୁଳ ୩୭.୭, ଟିଟିଲାଗଡ଼ ୩୭.୬, ତାଳଚେର ୩୭.୧, ବଲାଙ୍ଗିର ୩୭, କଟକ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୋସିଆଲ ମିଡିଆ OTT ପ୍ଲାଟଫର୍ମ- ନୂତନ ନିୟମ କେବେ କାର୍ଯ୍ୟକାରୀ ହେବ?

Fri Feb 26 , 2021
ସୋସିଆଲ ମିଡିଆ OTT ପ୍ଲାଟଫର୍ମ- ନୂତନ ନିୟମ କେବେ କାର୍ଯ୍ୟକାରୀ ହେବ? ବାସ୍ତବବ୍ୟୁରୋ:ସୋସିଆଲ ମିଡିଆର ଚତୁରତାକୁ ରୋକିବା ଏବଂ ଶୀର୍ଷ (OTT) ପ୍ଲାଟଫର୍ମ ଉପରେ ସରକାର ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି। ନିୟମ ଲାଗୁ ହେବା ସହିତ ସମସ୍ତ ସୋସିଆଲ ମିଡିଆ କମ୍ପାନୀଗୁଡିକ ଭାରତୀୟ ନିୟମର ଅଧୀନରେ ଆସିବେ | ନୂତନ ନିୟମ କେବେ ଲାଗୁ ହେବ?ସରକାର ଖୁବ୍ ଶୀଘ୍ର ଏଥିପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ପାଇବେ, ଏହା ପରେ […]

You May Like

Pin It on Pinterest