ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ତରଫରୁ କରୋନା ରୋଗୀଙ୍କ ପାଇଁ ମାଗଣାରେ ଅକ୍ସିଜେନ୍ ସେବା

Photo: Bastab media

ବାସ୍ତବବ୍ୟୁରୋ:(ଚୌଦ୍ଵାର) ଚୌଦ୍ୱାର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଚୌଦ୍ୱାର ଶାଖା ମିଳିତ ଉଦ୍ୟମରେ ସ୍ଥାନୀୟ ଓ ଟି ଏମ୍ କଲୋନୀ ସ୍ଥିତ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ଅଫିସ ଗୃହରେ , ଚୌଦ୍ୱାର ପୌରାଞ୍ଚଳ ଓ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମାଂଚଳ ରେ କୋଭିଡ ରେ ଆକ୍ରାନ୍ତ ହୋଇ ଘରେ ରହି ଚିକିତ୍ସା ହେଉଥିବା ରୋଗୀ ଙ୍କୁ ମାଗଣା ରେ ଅକ୍ସିଜେନ୍ ସେବା ଯୋଗାଣ କାର୍ଯ୍ୟକ୍ରମ କୁ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ଉଦଘାଟନ କରିଥିଲେ ।

ଆଗକୁ ମଧ୍ୟ ମାଗଣା କୋଭିଡ ମେଡିସିନ, ସାନିଟାଇଜର୍ ,ମାସ୍କ୍, ଗ୍ଲୋଭସ୍, ଏ ଅଂଚଳ ରେ ମାଗଣା ଦିଆଯିବ ବୋଲି ସମ୍ପାଦକ ଅଶ୍ଵିନୀ କୁମାର ଜେନା ପ୍ରକାଶ କରିଥିଲେ ।ସମସ୍ତ କାର୍ଯକ୍ରମ ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ ଙ୍କ ଅଧ୍ୟକ୍ଷତା ରେ କୋଭିଡ ର ନିୟମ ଅନୁଯାୟୀ ପାଳନ କରାଯାଇଥିଲା ।ଉକ୍ତ କାରଯ୍ୟକ୍ରମ କୁ ଅାର୍ ଏସ ଏସ ର ଜନ୍ମେଜୟ ସାହୁ,ସୁରେଶ ଭୂୟାଁ,ଦେବାଶିଷ ପ୍ରଧାନ,ଅଶୋକ ସାହୁ,ସନ୍ତୋଷ ବିଶ୍ଵାଳ,ସମେତ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ର ପ୍ରତିଷ୍ଠାତା ସଦସ୍ୟ ଭୀମସେନ ବିଶ୍ଵାଳ,ସୁରେଶ ରାଉତରାୟ, ରାଜକିଶୋର ସାମନ୍ତ, କାହ୍ନୁ ଚରଣ ଜେନା, ସଂଜୀତ୍ ଦାସ,ମାନସ ପରିଡ଼ା, ଦୀପକ୍ ସେନାପତି, ଉପସ୍ଥିତ ରହି ସହଯୋଗ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ ପରେ ଓଡ଼ିଶାକୁ ୫୦୦ କୋଟିର ବାତ୍ୟା ସହାୟତା

Fri May 28 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ଓଡିଶାରେ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ, ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ୨ଟି ଦୀର୍ଘସୂତ୍ରୀ ଓ ସ୍ଥାଇ ବ୍ୟବସ୍ଥା ଦାବି କରିଛନ୍ତି। ବିଶେଷ କରି ଓଡ଼ିଶାରେ […]

You May Like

Pin It on Pinterest