ରାସନ କାର୍ଡରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ, ବାରମ୍ବାର ଅଭିଯୋଗ ପରେବି ଶୁଣୁନୀ ପ୍ରଶାସନ


ବାସ୍ତବବ୍ୟୁରୋ:ନି.ପ୍ର ରାସନ(ଚାନ୍ଦବାଲି) କରୋନା ପଞ୍ଝାରେ ସମଗ୍ର ଭାରତ ଉବୁଟୁବୁ ହେଉଥିବା ବେଳେ ସେଥିରୁ ବାଦ ପଡ଼ିନି ଓଡ଼ିଶା। ମହାମାରୀ କରୋନା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ସେଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଖଟି ଖିଆ ଏବଂ ଦିନ ମଜୁରିଆ। ଲକଡାଉନରେ ସମସ୍ତ କାମ ଧନ୍ଦା ବନ୍ଦ ଥିବାବେଳେ ଦୁଇଓଳି ଟୁଇମୁଠା ଖାଇବା ପାଇଁ କରିବାକୁ ପଡୁଛି ଅନେକ ସଂଘର୍ଷ। ଲକଡ଼ାଉନ ସମୟରେ ସରକାର ରାସନ କାର୍ଡ ଧାରୀଙ୍କୁ ବିଭିନ୍ନ ସହାୟତା ଯୋଗାଇଦେଉଥିବା ବେଳେ ସେଥିରୁ ବାଦ ପଡିଛନ୍ତି ସୁଷମା।

ସୁଷମାଙ୍କ ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଏବଂ ଚାରି କୋମଳମତି ଶିଶୁ । ସ୍ୱାମୀ ସ୍ତ୍ରୀ ଦୁହେଁ ରାଜମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ କରୋନା ଛଡ଼ାଇ ନେଇଛି ସେମାନଙ୍କ ଜୀବିକା କେବେ ଖାଇବାକୁ ମିଳୁଛି ତ , ତ ପୁଣି କେବେ ପାଣି ପିଇ ଓପାସରେ ଶୋଇବାକୁ ପଡୁଛି। ସୁଷମାଙ୍କ ଅଭିଯୋଗ ଅନୁଯାୟୀ ୨୦୧୬ ଜାନୁଆରୀରେ ତାଙ୍କୁ ରାସନ କାର୍ଡରେ ଅନ୍ତର୍ଭୁକ୍ତ କରାଯାଥିଲା କିନ୍ତୁ ୨୦୧୭ ଜାନୁଆରୀରେ କାର୍ଡ ଟିକୁ କାଟିଦିଆଗଲା । ଏଭଳି ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକ ଚଡ଼ଦିଆ ଗ୍ରାମରୁ।

ଦୀର୍ଘ ୪ବର୍ଷ ହେବ ସୁଷମା ସରପଞ୍ଚଠୁ ଆରମ୍ଭ କରି ଭି,ଏଲ,ଡବ୍ଲୁ ଏବଂ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁନଥିବା ସେ କହିଛନ୍ତି। ତେବେ ସୁଷମାଙ୍କ କହିବାନୁଯାୟୀ କିଛି ବ୍ୟକ୍ତିଗତ କାରଣରୁ ଡିଲର ଏବଂ ସରପଞ୍ଚ ମିଶି ଉକ୍ତ କାର୍ଡଟିକୁ କାଟି ଦେଇଥିବା ସେ ଅଭିଯୋଗ କରିଛନ୍ତି।ଯଦି ଏହି ପରି ପରିବାରକୁ ଅଳ୍ପଦିନ ଭିତରେ କାର୍ଡ ଦିଆନଯାଏ ତାହାହେଲେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ମତପ୍ରକାଶ ପାଇଛି।ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିବା ସହ ଖୁବ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କୁ ନୂତନ ରାସନ କାର୍ଡ ଯୋଗାଇ ଦେବାକୁ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେବେ ପଡିବ ସରକାରୀ ବାବୁଙ୍କ ନଜର ? ବାତ୍ୟା ୟାସ ଧୋଇନେଲା ପାଦଚଲା ରାସ୍ତା ,ଏବେ ଅନ୍ଧାରରେ କୁନି କୁନୀ ପିଲାଙ୍କ ଭବିଷ୍ୟତ..

Sat Jun 5 , 2021
ବାସ୍ତବବ୍ୟୁରୋ:ନି.ପ୍ର (ଚାନ୍ଦବାଲି) କଳା ପାଣି ଦୀପରେ ଦିନ କାଟିବା ଭଳି ଜୀବୀନ ଅତିବାହିତ କରୁଛନ୍ତି ତିହିଡ଼ି ବ୍ଳକ ରାଜନଗର ପଂଚାୟତ କରଡ଼ିପାଳ ଗାଁ ବାସିନ୍ଦା , ବର୍ଷା ଦିନ ୪ମାସ ଗାଁ ଲୋକଙ୍କ ପାଇଁ ଆସେ ଚରମ ଦୁଃଖ ,ବର୍ଷା ସମୟରେ ଜଳବନ୍ଦୀ ଭାବରେ ରହିଥାନ୍ତି ଏହି ଗାଁର ଅଧିବାସୀ ମାନେ । ନିଜ ଗାଁକୁ ନିଜସ୍ୱ ଉଦ୍ୟମରେ ଗାଁ ଲୋକେ କରିଥିଲେ ଏକ ପାଦଚଲା ମାଟି ରାସ୍ତା , […]

You May Like

Pin It on Pinterest