ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଆଜି ଅନୁଷ୍ଠିତ ହେବ। ଦକ୍ଷିଣ ଗୁଜୁରାଟ ଏବଂ କଛ -ସ୍ଵରାଷ୍ଟ୍ରର ୧୯ ଟି ଜିଲ୍ଲାର ୮୯ ଟି ଆସନ ପାଇଁ ୭୮୮ ଜଣ ପ୍ରାର୍ଥୀ ଲଢୁଛନ୍ତି। ରାଜ୍ୟ ପାରମ୍ପାରିକ ଭାବରେ ଶାସକ ଭାରତୀୟ ଜନତା ପାର୍ଟି, କଂଗ୍ରେସ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଆସୁଛି, କିନ୍ତୁ ଏଥର ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ରୂପରେ ତୃତୀୟ ଦଳ ଅଛନ୍ତି, […]

ବାସ୍ତବ ବ୍ୟୁରୋ: ମେହେର ସମାଜର ଅନୁରୋଧ ରକ୍ଷା କରି ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖ ଦିନ ନିଖିଳ ଓଡିଶା ମେହେର (ଭୁଲିଆ) […]

ବାସ୍ତବ ବ୍ୟୁରୋ: ବିଷ୍ପୋରଣରେ ଥରିଲା ଆଫଗାନିସ୍ତାନ । ଆଜି (ବୁଧବାର) ଉତ୍ତର ଆଫଗାନିସ୍ତାନର ଏକ ମଦରସାରେ ବୋମା ବିଷ୍ପୋରଣ ହୋଇଛି । ଯେଉଁଥିରେ ପାଖାପାଖି ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି । ମୃତକ ଏବଂ ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ। ତାଲିବାନ ଜଣେ ଅଧିକାରୀଙ୍କ କହିବା ମୁତାବକ […]

ବାସ୍ତବ ବ୍ୟୁରୋ: ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜି (ବୁଧବାର)ଠାରୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଆରମ୍ଭ ହେଉଥିବା ବେଳେ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ନୀତିଗତ ନିଷ୍ପତ୍ତି ଏହି କ୍ୟାବିନେଟ ବୈଠକରେ ନିଆଯାଇଛି। ଏବେ ବିଧାନସଭା ଚାଲିଥିବାରୁ ସରକାର ଏ ନେଇ ଗତକାଲି କିଛି ସୂଚନା ଦେଇ […]

ବାସ୍ତବ ବ୍ୟୁରୋ : ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର। ଯାହା ଫଳରେ ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଛି ଆଶ୍ୱସ୍ତି । ଅର୍ଥାତ ଡିସେମ୍ବର ୩୧ […]

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନ ପୂର୍ବରୁ ତିନିଜଣ ପୂର୍ବତନ ଆଦମ ପାର୍ଟି ବିଧାୟକ ବିଜେପିରେ ଯୋଗ ଦେଲେ । ମଙ୍ଗଳବାର ଦିନ ସୁରେନ୍ଦ୍ର ସିଂ, ରାଜୁ ଧିଙ୍ଗନ୍ ଏବଂ ଚୌଧୁରୀ ଫତେହ ସିଂ ଦିଲ୍ଲୀରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ସମ୍ବିଦ ପାତ୍ର ଏହି ତିନି ନେତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ଏହି ସମୟରେ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ।

ଜୟନ୍ତଶତପଥୀ(କେନ୍ଦ୍ରାପଡ଼ା)୨୯/୧୧:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ଯାତ୍ରୀ ନିବାସ କାର୍ଯ୍ୟାଳୟରେ ବଳଦେବଜୀଉ ପାଞ୍ଜି ପ୍ରକାଶନ କମିଟିର ଏକ ବୈଠକ ଇଣ୍ଟରନେସନାଲ ଏକାଡେମୀ ଅଫ୍ ଇଣ୍ଡିଆନ୍ ଷ୍ଟଡିଜ୍ , ଓଡ଼ିଶାର ଅଧ୍ୟକ୍ଷ ସାମ୍ବାଦିକ ଶ୍ରୀରାମ ଦାଶଙ୍କ ଆବାହକତ୍ଵ ଏବଂ ପଣ୍ଡିତ ସର୍ବେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବଳଦେବ ପାଞ୍ଜି ପ୍ରକାଶ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଦେବୋତ୍ତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ […]

ବାସ୍ତବ ବ୍ୟୁରୋ: ଆଜି(ମଙ୍ଗଳବାର) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) କରିଛି ଏକ ବଡ଼ ଘୋଷଣା । ଘୋଷଣା ଅନୁଯାୟୀ, ଡିସେମ୍ୱର ୧ରୁ ଖୁଚୁରା ଡିଜିଟାଲ ଟଙ୍କା (e₹-R) ପାଇଁ ପ୍ରଥମ ବ୍ୟାଚ୍ ଲଞ୍ଚ ହେବ । e₹-R ଡଜିଟାଲ ଟୋକନ ରୂପରେ ଲଞ୍ଚ ହେବ । ଏହା ଲିଗଲ ଟେଣ୍ଡରକୁ ମଧ୍ୟ ପ୍ରତିନିଧିତ୍ୱ କରିବ । ବର୍ତ୍ତମାନ ପ୍ରଚଳନରେ ଥିବା କାଗଜ ଏବଂ କଏନର ମୂଲ୍ୟବର୍ଗରେ ହିଁ ଡିଜିଟାଲ ଟଙ୍କା […]

ପ୍ରମୋଦ ନାୟକ(ଭୁବନେଶ୍ବର): ନଭେମ୍ବର ୩୦ ରୁ ୪ ଡିସେମ୍ବର ୪ ତାରିଖ ଯାଏ ଚାଲିବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନେଇ ଡିସିପି ପ୍ରତୀକ ସିଂଙ୍କ ସୂଚନା ।ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନ, ନରୱେ, ଜର୍ମାନୀ, ନେପାଳ ଓ ବାଂଲାଦେଶ ଭଳି ଦେଶର ସମ୍ମାନାସ୍ପଦ ବ୍ୟକ୍ତିମାନେ ଯୋଗ ଦେବେ। ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତା, ହୋଟେଲ, ଜନତା ମଇଦାନ, ପାର୍କିଂ […]

ବାସ୍ତବ ବ୍ୟୁରୋ : ୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ ହେଲେ ଲିଭାଇ ପାରୁନି ଅଗ୍ନିଶମ ବିଭାଗ । ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ଆୟତ ହୋଇପାରିନାହିଁ। ଯାହା ଏକ ଚିନ୍ତାର କାରଣ ପାଲଟିଛି। ଭାଗିରଥ ପ୍ୟାଲେସ୍ ବଜାରର ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ପାଖାପାଖି […]

Pin It on Pinterest