ପଞ୍ଚାୟତ ରାଜ୍ ନିର୍ବାଚନରେ ୨୭ଭାଗ ସରଂକ୍ଷଣ ନମିଳିଲେ ଆନ୍ଦୋଳନ ଜୋରଦାର । ଦୀପକ ସାହୁ(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ସରପଞ୍ଚ,ସମିତି ସଭ୍ୟ, ଜିଲାପରିଷଦ ସଦସ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଜାତିଭିତ୍ତିକ ସରଂକ୍ଷଣ ତାଲିକା ପ୍ରକାଶ ପାଇଛି । ଏହାକୁ ନେଇ କଳାହାଣ୍ଡି ଜିଲ୍ଲା-ଯାଦବ ମହାସଭା ସମ୍ପାଦକ ସଞ୍ଜୟ ଧଙ୍ଗଡ଼ା ମାଝୀ ଙ୍କ ଆହ୍ୱାନ କ୍ରମେ , ତୈଲିକ ବୈଶ୍ୟ ସମାଜ ସଭାପତି ନୀଳମଣି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୬/୧୦- ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ପୀରହାଟରେ ବିଜେପି ଲଙ୍କେଶ୍ବରୀ ମଣ୍ଡଳୀ ପକ୍ଷରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କର୍ମୀ, ନେତା ଓ ସାଧାରଣ ଲୋକଙ୍କ ମଧ୍ଯରେ ଏକ ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟନେଇ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରୁଥିବା ଜଣା ଯାଇଛି। ଆଗାମୀ ତ୍ରୀସ୍ତରୀୟ ନିର୍ବାଚନ […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର):୩୦ ଜିଲ୍ଲା ପାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ଚିଠା ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଥିବା ବେଳେ, ୧୨ ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ,୪ ଜିଲା ଏସ୍‌ସି ଓ ୧୦ଟି ଜିଲା ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ,ଜିଲ୍ଲା ଗୁଡ଼ିକ ହେଲା ଅନୁଗୋଳ, କେନ୍ଦୁଝର, ଖୋର୍ଦ୍ଧା […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୪୬୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୧୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୧୧୮୦ଜଣ ସୁସ୍ଥ ହୋଇଛନ୍ତି ।  ଆଜି ହେଉଛି […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର) : ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ଆଜି ନବୀନଙ୍କ ଜନ୍ମଦିନ,୧୯୪୬ ମସିହା ଅକ୍ଟୋବର ୧୬ ତାରିଖ ରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଅବସରରେ ସାରା ବିଶ୍ୱରୁ ଅଭିନନ୍ଦନର ସୁଅ ଛୁଟିଛି ।ଏହି ପରିପେକ୍ଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଭୁଲି ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ |ଜଣାଇଛନ୍ତି ଅଭିନନ୍ଦନ । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ ଜୀଙ୍କୁ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ରାହୁଲ ଦ୍ରାବିଡ୍ ହୋଇପାରନ୍ତି ପରବର୍ତ୍ତୀ ଭାରତୀୟ କ୍ରିକେଟ ଦଳର କୋଚ୍। ସେ ନେଇ ପାରନ୍ତି ରବି ଶାସ୍ତ୍ରୀଙ୍କ ସ୍ଥାନ।ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ରାହୁଲ କୋଚ୍ ଭାବରେ ଦାୟିତ୍ୱ ନେଇ ପାରନ୍ତି ।ଏନେଇ ଖରବ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ,ରାହୁଲ ଦ୍ରାବିଡ୍ ମଧ୍ୟ କୋଚ୍ ହେବା ନେଇ ସହମତି ପ୍ରକାଶ କରିଛନ୍ତି। ଗତକାଲି ସୌରଭ ଗାଙ୍ଗୁଲି ଓ ଜୟ ଶାହାଙ୍କ ସହ ଦ୍ରାବିଡଙ୍କ ବୈଠକ ହୋଇଥିଲା। […]

ମଧୁସ୍ମିତା ପ୍ରଧାନ(ସମ୍ବଲପୁର) ବିଜୟଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ରେ ସାଇକେଲରେ ଯାଉଥିବା ବେଳେ, ଦନ୍ତାହାତୀ କୁ ଦେଖି ଜଙ୍ଗଲ ଭିତରକୁ ପଳାଉଥିବା ସମୟରେ , ହାତୀ ଆକ୍ରମଣରେ କକା ଓ ପୁତୁରା କୁ ଦଳିଚଟକି ମାରିଦେଲା ଦନ୍ତାହାତୀ | ଏଭଳି ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ରେଞ୍ଜ, ଡିମିରିକୁଦା ଗାଁ ପାଖ ଖୋଲଗୋଡ ସଂରକ୍ଷିତ ଜଙ୍ଗଲ ରେ, ଗତକାଲି ସନ୍ଧ୍ୟାରେ ଡିମିରିକୁଦା ଗାଁ ର କକା ଦୁଶାଶନ ଭୋଇ ନିଜ […]

ଦେବାଶିଷ ମିଶ୍ର(କଟକ)ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶା ଉତ୍କଳ ବାହିନୀ , କଟକ ପକ୍ଷରୁ କଟକ ସହରର ସମସ୍ତ ବଜାର ପୁଜା କମିଟିର ସଭାପତି ଓ ସମ୍ପାଦକ ମହୋଦୟଙ୍କୁ ସରକାରୀ କୋଭିଡ୍ ନିୟମକୁ ମାନି ଶାନ୍ତିଶୃଙ୍ଖଳାର ସହ ମା’ଦୁର୍ଗାକଂର ପୁଜା କରିଥୂବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶା ଉତ୍କଳ ବାହିନୀର ଆବାହକ ଶ୍ରୀ ପୂଣ୍ଯଶ୍ଲୋକ ମହାନ୍ତିଙ୍କ ନେତୃତ୍ବ ରେ କଟକର ସମସ୍ତ ସାହିର ପୁଜାମଣ୍ଡପଠାରେ ବାହିନୀ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର […]

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬ଟି କରୋନର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ୨୭୧ ଜଣ କ୍ୱାରେଣ୍ଟାଇନ୍‌ର ଥିବା ବେଳେ ୧୯୬ଟି ଲୋକାଲ କେସ୍‌ ରହିଛି। ସେହିପରି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୬୬ ଜଣ ଅଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]

ଦୀପକ ସାହୁ (ଭବାନୀପାଟଣା)କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ରେଞ୍ଜ ଅଞ୍ଚଳରେ ଆଜିକୁ ୧ ମାସ ହେବ ହାତୀଶାଳ ପିଆରଏଫ ରେ ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ କୁମଖାଲ,ବନ୍ଧପାରି,ବିଶ୍ୱନାଥପୁର ଓ ଚମ୍ପାଦେଇପୁର ପଞ୍ଚାୟତର ନିୟମିତ ଭାବେ ବିଭିନ୍ନ ଗ୍ରାମର ଲୋକଙ୍କ ଘର, ନଳକୂପ, ଧାନ, ମକା, ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ଗତ ରାତିରେ ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା […]

Pin It on Pinterest