ବବିତା ସାମଲ(ଭଦ୍ରକ) ଭଦ୍ରକ ପୌରପାଳିକା ଅଧୀନରେ ଥିବା ୧୩ ନମ୍ବର ୱାର୍ଡର ଜଗନ୍ନାଥ କଲୋନୀରେ ନୂତନ ରାସ୍ତା ନିର୍ମାଣକୁ ଜଣେ ମୁଷ୍ଟିମେୟ ଲୋକ ବିରୋଧ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |ଜଗନ୍ନାଥ କଲୋନୀରେ ଡ୍ରେନ ଓ ପକ୍କା ରାସ୍ତା ନିର୍ମାଣ ପାଇଁ ପ୍ରତାପ ପଟନାୟକଙ୍କ ଘର ଠାରୁ ଚିତ୍ତରଞ୍ଜନ ନାୟକଙ୍କ ଘର ପର୍ଯ୍ୟନ୍ତ ସରକାରଙ୍କ ଅନୁଦାନରୁ ଏକ ପ୍ରକଳ୍ପ ମଂଜୁର ହୋଇଥିଲା ଯାହାକୁ ଭଦ୍ରକ ବିଧାୟକ ମୋହଦୟମଧ୍ୟ ଭିତ୍ତିପ୍ରସ୍ଥର […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୫୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୪୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୨୮୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୨୭୯୭୬ ଜଣ ସୁସ୍ଥ […]
ନବୀନ କୁମାର୍ ସାହୁ(ଜଳେଶ୍ଵର)ଦିନକୁ ଦିନ ବିଦ୍ୟୁତ୍ ଦର ବଢିବାରେ ଲାଗିଛି। ଯାହା ଫଳରେ ଉପଭୋକ୍ତାଙ୍କ ଉପରେ କରନା କଟକଣା ସମୟରେ ବୋଝ ଉପରେ ନଳିତା ବିଡ଼ା ସଦୃଶ।କିନ୍ତୁ ଏବେବି ଉପଭୋକ୍ତାମାନେ ଲୋ ଭଲଟେଜ ଓ ଅଘୋଷିତ ବିଦ୍ୟୁତ କାଟର ସମ୍ମୁଖିନ ହେଉଛନ୍ତି।ଗ୍ରାମାଞ୍ଚଳରେ ନାହିଁନଥିବା ଅସୁବିଧା ଟିକିଏ ବର୍ଷା ଓ ପବନ ହେଲେ ବିଜୁଳି ସରବରାହ ଛିନ୍ନ ହେଉଛି।ସରକାରଙ୍କ ୨୪ ଘଣ୍ଟିଆ ବିଜୁଳି ସରବରାହ ହାତିଗଡ଼ ଡିଭିଜନ ରେ ସାତ ସପନ […]
ବାସ୍ତବବ୍ୟୁରୋ:(ମାଲକାନଗିରି) ପଡିଆ ବ୍ଲକ- ଗତ ୧୦ ତାରିଖ ରେ ପଡିଆ ଏମପିଭି ୬୬ ଗ୍ରାମ ରାସ୍ତା କଡରେ ଥିବା ସନ୍ତୋଷୀ ମା ଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ମନ୍ଦିର ପୁଜାରୀ ଙ୍କ ନଗଦ ଟଙ୍କା ଚୋରି ହେବା ଘଟଣା ସାରା ଜିଲ୍ଲାରେ ଚର୍ଚା ପାଲଟିଥିଲା। ଏହାପରେ ସନ୍ତୋଷୀ ମା ଙ୍କ ମନ୍ଦିର ପରିଚାଳନା ସହ ଏଠାରେ ପୂଜାରୀ ଭାବେ କାର୍ଯ୍ୟରତ ନନ୍ଦାରାମ ନୁପା ଙ୍କ ଅବସ୍ଥା […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଦୁଇ ମାସ ରୋଡ଼ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେବାପରେ, ଆସନ୍ତା ସୋମବାର ଠାରୁ ରାଜ୍ୟରେ ସ୍ୱାଭାବିକ ହେବ ବସ ଚଳାଚଳ ।ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନାନୁଯାୟୀ, ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତି ନେଇଛନ୍ତି । ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏ କଥାବି କୁହାଯାଇଛିକି, ଲୋନ […]
ମାଲକାନଗିରି(ନି.ପ୍ର)-ପିକ ଅପ ଯୋଗେ ବେଆଇନ ଗୋରୁ ଚାଲାଣ ବେଳେ ଗାଡି ଅଟକ ରଖିଲା ପୋଲିସ, ଖବର ପାଇ ସମସ୍ତ ଗୋ ମାତା ଙ୍କୁ ଉଦ୍ଧାର କଲା ବାଲିମେଳା ସ୍ଥିତ ଲକ୍ଷ୍ମୀନାରାୟଣ ଗୋ ଶାଳା। ତେବେ ଆଜି ମାଲକାନଗିରି ପଟୁ ଏକ ପିକ ଗାଡ଼ିରେ ପାଖାପାଖି ୮ ରୁ ଉର୍ଦ୍ଧ୍ବ ଗାଈ ଲୋଡ କରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲକ୍ୟାମ୍ପ ଗ୍ରାମକୁ ଗାଈ ଗୁଡିକ ଚାଲାଣ ହେଉଥିଲା। ବାଲିମେଳା ଛକ ନିକଟରେ […]
ବାସ୍ତବବ୍ୟୁରୋ;(ମାଲକାନଗିରି) ସରକାର ଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନା ଭଳି ମହତ୍ ଯୋଜନା ରେ କୋଟି କୋଟି ଲୋକଙ୍କୁ ପିଡିଏସ୍ ବ୍ୟବସ୍ଥାରେ ଚାଉଳ, ଗହମ, କିରୋସିନ୍, ଡାଲି ସମେତ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯାଉଛି।ଗରିବ ଓ ଅସହାୟ ଙ୍କ ପେଟକୁ ଦାନା ଯୋଗାଇବା ପାଇଁ ପ୍ରତ୍ୟକ ମାସର ୫ ତାରିଖରୁ ପଞ୍ଚାୟତ ର ଯୋଗାଣ କେନ୍ଦ୍ର ଓ ଉପକେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ସରକାରୀ ନିୟମ ଅନୁସାରେ ବିଭିନ୍ନ ସମାଗ୍ରୀ ଯୋଗାଇ […]
ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଭାରତୀୟ ରାଜନେତା, କୂଟନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଥିଲେ। ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିବାରେ ତାଙ୍କର ବହୁତ ଅବଦାନ ଥିଲା। ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସରଣ କରି ଜୀବନରେ ସଫଳତା ହାସଲ କରାଯାଇପାରିବ | ଆଜିର ସମୟରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି | ଆଚାର୍ଯ୍ୟ କହିଛନ୍ତି ଯେ କିଛି ଜିନିଷ ସବୁବେଳେ ଗୁପ୍ତ ରଖିବା ଉଚିତ୍। ଏହି […]
(ଧୂଷୁରୀ)ସନ୍ଦେହ ଜନକ ଭାବେ ଯୁବକଙ୍କ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର କରିଛି ପୋଲିସ |ସୂଚାନୁଯାଇ ଭଦ୍ରକ ଜିଲ୍ଲା ଧାମନଗର ଧୂଷୁରୀ ଥାନା ଉଚ୍ଚପଦା ଗ୍ରାମର ବିଜୟ ସେନ ଙ୍କ ପୁଅ ଜିତେନ୍ଦ୍ର କୁମାର ସେନ ବୟସ-୩୩, ଗତ 6 ତାରିଖ (ମଙ୍ଗଳବାର) ଠାରୁ ନିରୁଧିଷ୍ଟ ଥିଲେ ଓ ଧୂଷୁରୀ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ | ଆଜି ଗଢିଆଳି ପଞ୍ଚାୟତ ଉଚ୍ଚପଦା ଗ୍ରାମ କାକୁଡିଗଢିଆ ଯିବା […]
ବବିତା ସାମଲ (ଭଦ୍ରକ)ଭଦ୍ରକରେ ଧଳା ଜହର କାରବାର ଥମିବାରେ ନାମ ଧରୁନି,କିଛି ଦିନ ପୂର୍ବରୁ ଗ୍ରାମାଞ୍ଚଳ ପୋଲିସ ୫୧୦ଗ୍ରାମର ଧଳା ଜହର ଜବତ କରିଥିବା ବେଳେ ଗତକାଲି ପୁଣି ଏକ କେଜି ୯୦ ଗ୍ରାମର ଧଳା ଜହର ଜବତ କରିଛି ଗ୍ରାମାଞ୍ଚଳ ପୋଲିସ | ସୂଚନା ମୁତାବକ ଗତକାଲି ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଭଦ୍ରକ ଗ୍ରାମଂଚଳ ପୋଲିସ ତରଫରୁ ଏମଭି ଚେକିଂ ବେଳେ ଚରମ୍ପା ଧାମରା ରେଲୱେ […]


