ପ୍ରସବ ସମୟରେ କିମ୍ବା ଚିକିତ୍ସା ଅଭାବ ରୁ ଏବେ କୌଣସି ମା ବା ଶିଶୁ ମୃତ୍ୟୁ ମୁଖରେ ପଡିବେ ନାହିଁ । ସୁରକ୍ଷିତ ମାତୃତ୍ୱ ଲାଗି ଏହି ଯୋଜନା ଆରମ୍ଭ କରାଯାଇଛି। ସମ୍ପ୍ରତି ଦେଶର ୮୦ ପ୍ରତିଶତ ଗର୍ଭବତୀ ସରକାରୀ ହସ୍ପିଟାଲରେ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ପ୍ରସବ କରୁଛନ୍ତି। ତେବେ ଏହାକୁ ୧୦୦% ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ମାତୃତ୍ଵ ଯୋଗେଇଦେବା ଏହି ଯୋଜନାର ମୂଳ ଲକ୍ଷ । ଗର୍ଭବତୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁମନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏହି ଯୋଜନାରେ ପ୍ରସୂତୀ ଏବଂ ନବଜାତ ଶିଶୁଙ୍କୁ ୬ ମାସ ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ପ୍ରସବ ପୂର୍ବରୁ ପ୍ରସୂତୀଙ୍କୁ ମେଡିକାଲ ରେ ପହଞ୍ଚାଇବା ଓ ଏହା ସହ ପ୍ରସବ ପରେ ଘରକୁ ଫେରିବା ପାଇଁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ।




