ନିୟମ ମାନୁନାହାଁନ୍ତି କଟକର କଲ୍ୟାଣ ମଣ୍ଡପ ମାଲିକମାନେ…

କଟକ:(ଦୀପକ୍ କୁମାର ବେଉରା) କଟକ ସହରରେ କୌଣସି ଗୋଟିଏ ବି କଲ୍ୟାଣ ମଣ୍ଡପ ନିୟମ ମାନୁ ନଥିବା ନେଇ ଉଚ୍ଚ ନ୍ୟାୟାଳୟରେ ସିଏମସି ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି ।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଯାଞ୍ଚ ସମୟରେ ୭୪ଟି କଲ୍ୟାଣମଣ୍ଡପ ମଧ୍ୟରୁ ୧୩ଟି ତାଲା ବନ୍ଦ ଥିଲା । ଗୋଟିଏ ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ୬୦ଟି ମଣ୍ଡପର ଯାଞ୍ଚ କରାଯାଇ ଥିବାବେଳେ କୌଣସି ଗୋଟିଏ ବି ମଣ୍ଡପ କଟକ ଡେଭେଲ୍ପମେଣ୍ଟ ଅଥରିଟି (ପ୍ଲାନିଂ ଆଣ୍ଡ୍ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍) ରେଗୁଲେସନ୍, ୨୦୧୭ ପାଳନ କରୁନଥିବା ଯାଞ୍ଚ ବେଳେ ଜଣାପଡିଛି ।
ଏହିସବୁ ମଣ୍ଡପ କାହିଁକି ବନ୍ଦ ନ କରାଯିବ ସେନେଇ ୧୫ ଦିନ ଭିତରେ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି । କଟକ ସହର ପାଇଁ ଯୋଜନା ଓ କୋଠା ମାନଦଣ୍ଡ ନିୟମାବଳୀ ପ୍ରସ୍ତୁତ ପାଇଁ ମୁମ୍ବାଇର କ୍ରିସିଲ ରିସ୍କ ଆଣ୍ଡ ଇନଫ୍ରାଷ୍ଟ୍ରକଚର ସଲ୍ୟୁସନ୍ ଲିମ‌ିଟେଡକୁ ଦାୟିତ୍ବ ଦିଆଯାଇଛି । ଏନେଇ ଅଗଷ୍ଟ ୩ରେ ଏହି ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ସଂସ୍ଥା ଡ୍ରାଫ୍ଟ ରେଗୁଲେସନ୍ ୫ ମାସ ଭିତରେ ଦାଖଲ କରିବା ପରେ ଏହାକୁ ନଗର ଉନ୍ନୟନ ବିଭାଗ ନିକଟକୁ ଅନୁମୋଦନ ପାଇଁ ପଠାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାଲକାନଗିରି ଜିଲ୍ଲାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ...

Fri Aug 20 , 2021
ପ୍ରଭାତ ସାହା(ମାଲକାନଗିରି):ବହୁ ଚର୍ଚ୍ଚିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ ହୋଇଛି । ମାଲକାନଗିରି ସଂସ୍କୃତି ଭବନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର (BSKY )ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି ଓଡ଼ିଆର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶରେ ଗରିବ ରାଜ୍ୟ ଭାବେ ପରିଗଣିତ ଓଡିଶାରେ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । […]

You May Like

Pin It on Pinterest