ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଭୁବନେଶ୍ବରରେ ମା’ଙ୍କ ବିଦାୟୀ ଉତ୍ସବ…

ପ୍ରମୋଦନାୟକ(ଭୁବନେଶ୍ୱର): ଗୁରୁବାର ଦିନ ତମାମ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବହୁ ପ୍ରତୀକ୍ଷିତ ଭଷାଣି ଉସ୍ଛବ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନିରାଶା ଭାବ ଖେଳି ଯାଇଥିଲା।ମାତ୍ର ମା”ଙ୍କ ଇଚ୍ଛାରେ ଠିକ ସନ୍ଧ୍ୟା ଛ ଟା ସୁଦ୍ଧା ବର୍ଷା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିଲା।ଯାହା ଫଳରେ ଭୁବନେଶ୍ୱର ଜନପଥର ସହିଦ ନଗର ପୂଜା ମଣ୍ଡପ ଠାରୁ ୨୫ଟି ଦୁର୍ଗା ମେଢ଼ କ୍ରମନ୍ବୟରେ ବାହାରି ରାଜ ମହଲ ଛକ ପର୍ଯ୍ୟନ୍ତ ନାଚ ଗୀତ ର ତାଳେ ତାଳେ ଆସିଥିଲେ।

ବର୍ଷା ବନ୍ଦ ହୋଇଯିବାରୁ ଭଷ।ଣୀ ଉସ୍ଛବ ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା ବଢିବାରେ ଲାଗିଥିଲା।ଅଳ୍ପ ସମୟ ମଧ୍ୟରେ ଜନ ପଥ ଏକ ଜନ ସମୁଦ୍ର ରେ ପରିଣତ ହୋଇ ଯାଇଥଲ।କମିଶନରେଟ ପୋଲିସ ର ଅକ୍ଲାନ୍ତ ପରିଶ୍ରମ ଓ ସଠିକ ପରିଚାଳନା ଯୋଗୁ ଶ୍ରଦ୍ଧାଳୁ ମାନେ ଭଷାଣି ଉସ୍ଛବ କୁ ମନଭରି ଉପଭୋଗ କରିଥଲେ ଓ ମା”ଙ୍କୁ ବିଦାୟ ଦେଇଥିଲେ।

ସହିଦ ନଗର ,ଖାରବେଳ ଓ କ୍ୟାପିଟାଲ ଥାନାର ଥାନାଧିକାରୀ ମାନେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଦକ୍ଷତାର ସହ ପରିଚାଳନା କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପି ରାଷ୍ଟୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ବାବା ଆଖଣ୍ଡଳମଣିଙ୍କ ଦର୍ଶନ....

Fri Oct 7 , 2022
ଚାନ୍ଦବାଲି(ଦେବକାନ୍ତ ମହାନ୍ତି):ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ପିଠରେ ପହଞ୍ଚି ଆଖଣ୍ଡଳମଣିଙ୍କ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରଜିତା ଷଡ଼ଙ୍ଗୀ lଆରଡ଼ି ପିଠରେ ଶ୍ରୀମତୀ ଷଢଙ୍ଗୀ ପହଂଚିବା ପରେ ତାଙ୍କୁ ଦଳୀୟ କର୍ମ ଓ ସେବାୟତ ମାନେ ଏକ ଶୋଭାଯାତ୍ରାରେ ପାଛଟିନେବା ସହ ମନ୍ଦିର ଦର୍ଶନ କରାଇଥିଲେ lମନ୍ଦିରରେ ପହଂଚିବା ପରେ ପ୍ରଥମେ ବାବା ଆଖଣ୍ଡଳମଣି ଦର୍ଶନ ପରେ ଶ୍ରାବଣୀ ମହାଦେବଙ୍କ ଜଳ ଦାନ ଏବଂ ମୁକ୍ତିମଣ୍ଡପରେ […]

You May Like

Pin It on Pinterest