ଆତଙ୍କବାଦୀ ବିରୋଧ ଲଢ଼େଇରେ ପୁରା ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ସହ ଅଛନ୍ତି : ମନମୋହନ ସାମଲ….

ବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୭/୦୪: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ କାର୍ଯ୍ୟକ୍ରମର ୧୨୧ ତମ ସଂସ୍କରଣରେ କଶ୍ମୀରର ପହଲଗାମରେ ଆତଙ୍କବାଦୀ ବର୍ବୋରଚିତ ଆକ୍ରମଣ ଘଟଣାକୁ ମନେ ପକାଇ ଦୁଃଖବ୍ୟକ୍ତ କରିଛନ୍ତି । ପୀଡ଼ିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ପୀଡ଼ିତଙ୍କ ପରିବାରକୁ ନିଶ୍ଚିନ୍ତ ନ୍ୟାୟ ମିଳିବ ଏବଂ ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଭରସା ଦେଇଛନ୍ତି । ଆତଙ୍କବାଦୀ ବିରୋଧ ଲଢ଼େଇରେ ପୁରା ଦେଶବାସୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସହ ଅଛନ୍ତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ସରକାର ଜମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦ କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଂଚଳ ଭାବେ ଘୋଷଣା କରିବା ପରେ ସେଠାରେ ଶାନ୍ତି ଫେରୁଥିଲା । ଗଣତନ୍ତ୍ର ମଜଭୁତ ହେଉଥିଲା । ସ୍କୁଲ, କଲେଜ ସ୍ୱାଭାବିକ ଭାବରେ ଚାଲୁଥିଲା । ପର୍ଯ୍ୟଟକଙ୍କ ସଂଖ୍ୟାରେ ଅଦ୍ଭୁତପୂର୍ବ ବୃଦ୍ଧି ସହ ସ୍ଥାନୀୟ ଲୋକଙ୍କ ରୋଜଗାର ବଢ଼ୁଥିଲା । ଯୁବଗୋଷ୍ଠୀଙ୍କ ଲାଗି ନୂତନ ସମ୍ଭାବନା ସୃଷ୍ଟି ହେଉଥିଲା । ହେଲେ ଆତଙ୍କବାଦୀମାନେ ଏହାକୁ ସହି ନ ପାରି ଧର୍ମ ଆଧାରରେ କାଶୀ୍ମରରେ ଯେଉଁ ଅମାନବୀୟ କା କଲେ ତାହାକୁ ବିଜେପି କଡ଼ା ନିନ୍ଦା କରୁଛି ।

ନୀରିହ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରି ଆତଙ୍କବାଦୀମାନେ ନିଜର କାପୁରୁଷତାର ପରିଚୟ ଦେଲେ । ଏହାର ଆକ୍ରୋଶ ପୁରାଦେଶବାସୀଙ୍କ ମନରେ ରହିଛି । ସେମାନଙ୍କୁ ଜବାବ ଦେବାପାଇଁ ଶ୍ରୀ ମୋଦିଜୀ ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏବଂ ଆଗକୁ ଦେଶର ହିତ ପାଇଁ ଯାହା ସବୁ ପଦକ୍ଷେପ ନେବେ ସେଥିରେ ସଭିଏଁ ତାଙ୍କୁ ର୍ପୂ ସହଯୋଗ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଳୀର ଧାମରାଠାରେ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ଜିଲ୍ଲାର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ବରଗଡ଼ ପୁରୁଣା ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲା ବରଗଡ଼ ନାଗରିକ ମଞ୍ଚ...

Mon Apr 28 , 2025
ବରଗଡ଼୨୮.୦୪.୨୦୨୫(ନବୀନ କୁମାର ଦାଶ):ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ହସ୍ପିଟାଲ ତଥା ସିଏଚସି ରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଏହାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛି ବରଗଡ଼ ନାଗରିକ ମଞ୍ଚ। ଏହି ହସ୍ପିଟାଲ ରେ ସେଲାଇନ ଷ୍ଟାଣ୍ଡ ନଥିବା ରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ସେଲାଇନ ହାତରେ ଧରି ଛିଡା ହେବାକୁ ପଡୁଛି ସେହିପରି ଭୀଷଣ ଗରମ ସମୟ ରେ ରୋଗୀଙ୍କ ପାଇଁ […]

You May Like

Pin It on Pinterest