ରଥଯାତ୍ରା ପାଇଁ କଟକ ମହାନଗର ନିଗମର ପ୍ରସ୍ତୁତି…

କଟକ(ବାସ୍ତବକଥା): ପବିତ୍ର ଘୋଷଯାତ୍ରା ଲାଗି ସମଗ୍ର ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ଉତ୍ସୁକ ହୋଇ ଅନାଇ ରହିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇପଡିଛି।

ଏହି ପବିତ୍ର ରଥଯାତ୍ରା ଲାଗି ସମଗ୍ର ଓଡ଼ିଶା ର ସମସ୍ତ ଜିଲ୍ଲାମାନଙ୍କରେ ପ୍ରସ୍ତୁତି ଚାଲିଥିବା ବେଳେ କଟକ ବା କେମିତି ବାଦ୍ ପଡିବ। ଏଥିଲାଗି କଟକ ମହାନଗର ନିଗମ ପକ୍ଷରୁ କଟକ ମହାନଗର ନିଗମ ର ମେୟର ଓ କମିଶନର କଟକ ମହାନଗର ନିଗମରେ ହେବାକୁ ଥିବା ପ୍ରତିଟି ରଥଯାତ୍ରା ସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ସମାଧାନ ଓ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଏହି ପରିପ୍ରେକ୍ଷୀରେ କଟକ ର ମେୟର ଶ୍ରୀ ସୁବାସ ସିଂ କମିଶନର ସୁଶ୍ରୀ କିରଣ ଦୀପ ସିଂ ସହୋଟା କଟକର ଓ.ଏମ୍.ପି ଛକ ସ୍ଥିତ କଟକ ୬ଷ୍ଠ ବାଟାଲିୟନ ପରିସରରେ ପ୍ରତିଷ୍ଠିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ର ପରିସ୍ଥିତି କୁ ଅନୁଧ୍ୟାନ କରିବା ସହ କିପରି ଭାବେ ରଥଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେବ ସେହି ବିଷୟରେ ବାଟାଲିୟନର ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ମେୟର ଓ କମିଶନର ଙ୍କ ସହ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡେ଼ଇ,ବାଟାଲିୟନ ର ଉପ-ଦୂର୍ଗପତି ଶ୍ରୀ ସ୍ୱଦେଶ କୁମାର ମହାନ୍ତି, ସହକାରୀ ଦୂର୍ଗପତି ଶ୍ରୀ ମାନ୍ଧାତା ସାଇ, ବରିଷ୍ଠ ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସ୍ବାଇଁ, ଶ୍ରୀ ବିକ୍ରମ କିଶୋର ଦାସ, ସିପାହୀ, ହାବିଲଦାର ଓ କନେଷ୍ଟବଳ ସଂଘ ସଭାପତି ଶ୍ରୀ ବିମଳ ପାତ୍ରଙ୍କ ସହ ସଂଘ ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ।

ମେୟର ଓ କମିଶନର ଶୃଙ୍ଖଳିତ ରଥଯାତ୍ରା ଲାଗି ଖୁବ୍ ଶୀଘ୍ର ସମସ୍ତ ସୁବିଧା ସୁଯୋଗ ନିଗମ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସେୟାର କରନ୍ତୁ

Next Post

କଟକ ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତି କାହିଁକି କଲେ ଆତ୍ମହତ୍ୟା!

Sat Jul 4 , 2026
କଟକ(ସଞ୍ଜୟ ଶତପଥୀ): କଟକ କମିଶନରେଟ୍ ପୋଲିସ୍ ଅଧି ନରେ ଥୂବା ଚାଉଳିଆଗଞ୍ଜ ଥାନା ର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷୀକା ଶ୍ରୀମତୀ ବିୟୁଟି ମହାନ୍ତି ଙ୍କ ଝୁଲନ୍ତା ମୃତଦେହକୁ ତାଙ୍କର ସରକାରୀ ବାସଗୃହ ରୁ ପୋଲିସ୍ ଜବତ କରିବା ସହ ଏହି ଘଟଣା କୁ ଅତ୍ୟନ୍ତ ଗମ୍ଭୀରତା ର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଶ୍ରୀମତୀ ମହାନ୍ତିଙ୍କ ମୃତଦେହ କୁ ବ୍ୟବଛେଦ ପାଇଁ କଟକ ପୋଲିସ୍ ପଠାଇଛି ଏବଂ […]

You May Like

Pin It on Pinterest